logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

କାଠ ବୋଝେଇ ପିକଅପ୍ ଭ୍ୟାନ ଗାଡି କୁ ଜବତ କଲା ପାଟଣା ବନବିଭାଗ।

କାଠ ବୋଝେଇ ପିକଅପ୍ ଭ୍ୟାନ ଗାଡି କୁ ଜବତ କଲା ପାଟଣା ବନବିଭାଗ।

ପାଟଣା :୧୭/୦୪, ପାଟଣା ରେଞ୍ଜ ପୋଇପାଣି ବିଟ୍ କାଠବାରୀ ଗ୍ରାମ୍ୟ ଜଙ୍ଗଲ ଭିତରୁ କାଠ ମାଫିଆ ମାନେ ଆକାଶିଆ ଗଛ ଗୁଡ଼ିକୁ ମେସିନ ରେ କାଟି ଗାଡି ଯୋଗେ ବାହାର ରାଜ୍ୟକୁ ଚୋରା ଚାଲାଣ କରୁଥିବାବେଳେ ଗତକାଲି ବିଳମ୍ବିତ ରାତିରେ କାଠବାରୀ ଗ୍ରାମ୍ୟ ଜଙ୍ଗଲରୁ କାଠ କାଟି ପିକଅପ ଭ୍ୟାନ ଗାଡିରେ ନେଉଥିବା ସମୟରେ କୈାଣସି ସୂତ୍ରରୁ ଖବର ପାଇ ଘଟଣାସ୍ଥଳରେ ପାଟଣା ରେଞ୍ଜର ବନବିହାରୀ ସର୍ଦ୍ଦାର ଙ୍କ ନେତୃତ୍ୱରେ ଚଢ଼ାଉ କରାଯାଇଥିଲା ।ଏହି ଚଢାଉରେ ପାଟଣା ବନପାଳ ନିରଞ୍ଜନ ସେଠୀ , ପୋଇପାଣି ଫରେଷ୍ଟର ଗାର୍ଡ ରାଜେଶ ଜେନା, ଓ ପାରସ୍କୁୱାର୍ଡ଼ ସାମିଲ ଥିଲେ। ଚଢ଼ାଉ ସମୟରେ ଏକ କାଠ ବୋଝେଇ ପିକଅପ୍ ଭ୍ୟାନ OR09H7440 ଗାଡ଼ି କୁ ଜବତ କରି ପାଟଣା ବନାଞ୍ଚଳ କାର୍ଯ୍ୟାଳୟକୁ ଆଣିଥିବା ପାଟଣା ବନପାଳ ନିରଞ୍ଜନ ସେଠୀ ସୂଚନା ଦେଇଛନ୍ତି ।

ଖଣ୍ଡାଧାର ନିଉଜ- ସାମ୍ବାଦିକ ବିଜୟ ରତ୍ନ ପତିଙ୍କ ରିପୋର୍ଟ।

8
884 views

Comment