logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ପଞ୍ଚାୟତରାଜ ଉଚ୍ଚ ବିଦ୍ୟାଳୟରେ ଅବସରକାଳୀନ ସମ୍ବର୍ଦ୍ଧନା ସମାରୋହ ଅନୁଷ୍ଠିତ !

ଆଠମଲ୍ଲିକ,୧୮ା୪ (ଧନଞ୍ଜୟ ନାୟକ): ଆଠମଲ୍ଲିକ ବ୍ଲକ ଅନ୍ତର୍ଗତ ନଅଗାଁ ପଞ୍ଚାୟତ କୁଟେଶ୍ୱର ଗ୍ରାମସ୍ଥିତ ପଞ୍ଚାୟତରାଜ ଉଚ୍ଚ ବିଦ୍ୟାଳୟ ପରିସରରେ ଏକ ଭବ୍ୟ ଅବସର କାଳୀନ ସମ୍ବର୍ଦ୍ଧନା ସମାରୋହ ଅନୁଷ୍ଠିତ ହୋଇଯାଇଛି। ପୁରାତନ ଛାତ୍ର ସଂସଦର ସଭାପତି ସୁରଥ କ୍ଷେତିଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ଦୀର୍ଘ ଦିନର ଅଭିଜ୍ଞ ପ୍ରଧାନଶିକ୍ଷକ ଦୁଃଖିଶ୍ୟାମ ଦେହୁରୀ ଏବଂ କିରାଣୀ ପିତାମ୍ବର ବେହେରା ଙ୍କୁ ବିଧିବଦ୍ଧ ଭାବେ ଅବସରକାଳୀନ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି ! ଅନୁଷ୍ଠିତ ସଭାରେ ବିଦ୍ୟାଳୟର ପ୍ରତିଷ୍ଠା ଓ ଗଠନରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ନବୀନ କୁମାର ଦେହୁରୀ, ପ୍ରାଣବନ୍ଧୁ ଭୁରଭୁରି, କୃପା ସିନ୍ଧୁ ଭୁରଭୁରି, ପ୍ରେମାନନ୍ଦ ବେହେରା ମାଳି ଏବଂ ପରିଚାଳନା କମିଟିର ପୂର୍ବତନ ସମ୍ପାଦକ ଭବାନୀ ପ୍ରସାଦ ଜ୍ୟୋତିଷ ରାଏ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ ! ଭାରପ୍ରାପ୍ତ ପ୍ରଧାନଶିକ୍ଷକ ବାଞ୍ଛା ନିଧି ପ୍ରଧାନଙ୍କ ସମେତ ଅନ୍ୟାନ୍ୟ ବକ୍ତାମାନେ ବିଦ୍ୟାଳୟର ଶିକ୍ଷାଦାନ ଓ ପ୍ରଶାସନିକ କାର୍ଯ୍ୟରେ ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ଓ କିରାଣୀଙ୍କ ନିଷ୍ଠାପର ଅବଦାନ ଉପରେ ଆଲୋକପାତ କରିଥିଲେ ! ଏହି ସମଗ୍ର କାର୍ଯ୍ୟକ୍ରମକୁ ଶ୍ରୀକାନ୍ତ ମେହେର ଓ ପ୍ରଦୀପ ବେହେରା ସଂଯୋଜନା କରିଥିଲେ। ପୁରାତନ ଛାତ୍ର ସଂସଦର ସମ୍ପାଦକ ଦେବେନ୍ଦ୍ର ନାଏକ, କୋଷାଧ୍ୟକ୍ଷ ମନ୍ମଥ ମେହେର, ସଭ୍ୟ ଦୟାନିଧି ସାହୁ, କଳିଙ୍ଗ ବେହେରା ମାଳି, ସତ୍ୟ ନାରାୟଣ ମେସୁଆ, ଅନିଲ ନାଏକ, କାଶୀ ନାଥ ସାହୁ ଓ ନବୀନ ବେହେରା ମାଳିଙ୍କ ସମେତ ବହୁ ସଂଖ୍ୟାରେ ପୁରାତନ ଛାତ୍ରଛାତ୍ରୀ ଉପସ୍ଥିତ ରହି ସହଯୋଗ କରିଥିଲେ ! ସୂଚନାଯୋଗ୍ୟ ଯେ, କାର୍ଯ୍ୟକ୍ରମ ପ୍ରାରମ୍ଭରେ ଅତିଥିମାନଙ୍କ ଦ୍ୱାରା ପ୍ରଭୁ ଶ୍ରୀ ଗଣେଶଙ୍କ ନିକଟରେ ପ୍ରଦୀପ ପ୍ରଜ୍ଜ୍ୱଳନ କରାଯାଇଥିଲା ! ପୁରାତନ ଛାତ୍ରଛାତ୍ରୀମାନେ ଅତିଥିମାନଙ୍କୁ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ଦେଇ ସ୍ୱାଗତ କରିବା ସହ ଅବସରପ୍ରାପ୍ତ ବ୍ୟକ୍ତିତ୍ୱଙ୍କୁ ବିଭିନ୍ନ ଉପହାର ପ୍ରଦାନ କରିଥିଲେ। ଶେଷରେ ଛାତ୍ରଛାତ୍ରୀମାନେ ନିଜ ନିଜର ଶିକ୍ଷା ଜୀବନର ସ୍ମୃତି ଚାରଣ କରି ଏକ ଭାବପୂର୍ଣ୍ଣ ପରିବେଶ ସୃଷ୍ଟି କରିଥିଲେ !

2
380 views

Comment