logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ଅଷ୍ଟମ ଦିବସରେ ମୁଖ୍ୟମନ୍ତ୍ରୀ ଟ୍ରଫି ପ୍ରତିଯୋଗିତା

ଦେବଗଡ଼, ତା. ୧୭.୦୪.୨୦୨୬ ରିଖ :-
ଦେବଗଡ଼ ଜିଲ୍ଲା କ୍ରୀଡା ସଂଘ ଓ ଜିଲ୍ଲା ପ୍ରଶାସନର ଆନୁକୂଲ୍ୟରେ ଇନ୍ଦିରା ଗାନ୍ଧୀ ଷ୍ଟାଡିୟମ୍‌ରେ ଆୟୋଜିତ ମୁଖ୍ୟମନ୍ତ୍ରୀ ଟ୍ରଫି ଅନ୍ତଃ କ୍ଲବ୍ ଓ ଅନ୍ତଃଜିଲ୍ଲା ଖେଳ ପ୍ରତିଯୋଗିତା–୨୦୨୬ (ଦ୍ୱିତୀୟ ସଂସ୍କରଣ) ଅଷ୍ଟମ ଦିବସରେ ଉତ୍ସାହପୂର୍ଣ୍ଣ ଭାବେ ଅଗ୍ରସର ହୋଇଛି। ଏହି ପ୍ରତିଯୋଗିତା ତା. ୧୦.୦୪.୨୦୨୬ରୁ ତା. ୧୯.୦୪.୨୦୨୬ ପର୍ଯ୍ୟନ୍ତ ଚାଲିଥିବାବେଳେ ୧୪ ବର୍ଷରୁ କମ୍ ବୟସର ପୁଅ ଓ ଝିଅମାନଙ୍କ ମଧ୍ୟରେ ଫୁଟବଲ୍, ଖୋ-ଖୋ, ଭଲିବଲ୍ ଓ କବାଡି ଖେଳ ଆୟୋଜିତ ହେଉଛି।
ଆଜିର କାର୍ଯ୍ୟକ୍ରମ ଜିଲ୍ଲା କ୍ରୀଡା ଅଧିକାରୀ ହେମନ୍ତ ସିଂହଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ହୋଇଥିଲା। ମୁଖ୍ୟ ଅତିଥି ଭାବେ ଅଧିକ୍ଷଣ ଯନ୍ତ୍ରୀ (ରାସ୍ତା ଓ ଗୃହ) ଅଭିଷେକ ଓଝା ଯୋଗଦେଇଥିବାବେଳେ, ବରୋଣ୍ୟ ଅତିଥି ଭାବେ ଆଞ୍ଚଳିକ ପରିବହନ ଅଧିକାରୀ କେଶବ ଚନ୍ଦ୍ର ନାୟକ, ଡେପୁଟି କଲେକ୍ଟର କଳିଙ୍ଗ ଆଶିଷ ଶତପଥୀ, ଅତିରିକ୍ତ ତହସିଲଦାର ରିଆମାଳ ପ୍ରେମ ପ୍ରକାଶ ହୋରୋ, ବାରକୋଟର ଅତିରିକ୍ତ ତହସିଲଦାର ୱାସିଙ୍ଗ ଅହମ୍ମଦ ଓ ଜିଲ୍ଲା କ୍ରୀଡା ସଂସଦ ସମ୍ପାଦକ ଧୀରେନ୍ଦ୍ର ନାୟକ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରିଥିଲେ।
ବାଳିକା ବିଭାଗର ପ୍ରଥମ ଫୁଟବଲ୍ ମ୍ୟାଚ୍ ପ୍ରଧାନପାଟ କ୍ଲବ୍ ଓ କୁଣ୍ଢେଇଗୋଳା ମନୋରମା କ୍ଲବ୍ ମଧ୍ୟରେ ହୋଇ ୧–୧ ଗୋଲରେ ଡ୍ର ହୋଇଥିଲା। ଦ୍ୱିତୀୟ ମ୍ୟାଚ୍ ମା ମଙ୍ଗଳା କ୍ଲବ୍ ଓ ଝରମୁଣ୍ଡା ଏଫ୍‌ସି ମଧ୍ୟରେ ହୋଇଥିଲା, ଯାହା ମଧ୍ୟ ଡ୍ର ହୋଇଥିଲା।
ଖେଳଗୁଡ଼ିକୁ ସୌରଭ କୁମାର ନାୟକ, ମୁକୁନ୍ଦ ବେହେରା, ଭୂପେନ ନାୟକ, ଆଲୋକ କୁମାର ବେହେରା, ଚିନ୍ମୟ ସାହୁ ଓ ପ୍ରଦୀପ କିସାନ ପରିଚାଳନା କରିଥିଲେ। ମ୍ୟାଚ୍ କମିଶନର ଭାବେ ପ୍ରଦୀପ କୁମାର ବେହେରା ଦାୟିତ୍ୱ ପାଳନ କରିଥିଲେ।
ଏହି ଅବସରରେ ବିଭିନ୍ନ କ୍ରୀଡା ଶିକ୍ଷକ, ଶିକ୍ଷୟତ୍ରୀ, ଛାତ୍ରଛାତ୍ରୀ ଓ କ୍ରୀଡାପ୍ରେମୀମାନେ ଉପସ୍ଥିତ ଥିଲେ। ସମଗ୍ର କାର୍ଯ୍ୟକ୍ରମକୁ ଜିଲ୍ଲା କ୍ରୀଡା ସଂସଦ ସମ୍ପାଦକ ଶ୍ରୀ ନାୟକ ସଫଳତାର ସହ ନିୟନ୍ତ୍ରଣ ଓ ସଂଯୋଜନା କରିଥିଲେ।

0
0 views

Comment