logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ମାତ୍ର ୧୧/- ଟଙ୍କାରେ ଆମ୍ବୁଲାନ୍ସ ସେବା I

ସମ୍ବଲପୁର । ସମ୍ବଲପୁର ସହରରେ ମାତ୍ର ୧୧/- ଟଙ୍କାରେ ଆମ୍ବୁଲାନ୍ସ ସେବା I ସମ୍ବଲପୁର ମୁନ୍ସିପାଲିଟି ର ପୂର୍ବତନ ଉପ ନଗରପାଳ ତଥା ସୁପରିଚିତ ଯୁବ ସମାଜସେବୀ ସିଦ୍ଧାର୍ଥ (ସିଦ୍ଧୁ) ସାହା ଙ୍କ ଦ୍ୱାରା ସ୍ଵେଛାସେବୀ ସଙ୍ଗଠନ "ସାଥୀ" ତରଫରୁ ଆଜି ଏହି ଜନ ମଙ୍ଗଳକାରୀ ସମାଜସେବା ପାଇଁ ଉଦ୍ଧିଷ୍ଟ ମାତ୍ର ୧୧/- ଟଙ୍କାରେ ଆମ୍ବୁଲାନ୍ସ ସେବା ଯୋଜନା ର ଶୁଭ ଉଦଘାଟନ ହୋଇଛି I

ବିଶିଷ୍ଟ ସମାଜସେଵୀ ତଥା ସିଦ୍ଧାର୍ଥ ସାହା ଙ୍କ ପିତା ଶତ୍ରୁଘ୍ନ ଲାଲ ସାହା, ଝିଅ ଓ ପୁତ୍ର ମିଶି ଏହି ଆମ୍ବୁଲାନ୍ସ ସେବା ର ଉଦ୍ଘାଟନ କରିଥିଲେ I ଏହି ସେବା ୨୪ ଘଣ୍ଟା ଲୋକଙ୍କୁ ସେବା ଯୋଗାଇବ I ଏହା ସମ୍ବଲପୁର ମହାନଗର, ବରଗଡ଼ ଓ ଝାରସୁଗୁଡା କୁ ମାତ୍ର ୧୧/` ଟଙ୍କାରେ ସେବା ଯୋଗାଇବ I

ଏହି କାର୍ଯ୍ୟକ୍ରମ ରେ ଡ଼.ଅରୁଣ ଡାଲମିଆଁ,ବବି ଆରୋରା,ଶ୍ୟାମ ସୁନ୍ଦର ଅଗ୍ରୱାଲ, ଡ଼.ବିଶ୍ୱ ରଂଜନ ପୂଜାରୀ,ଭଗତ ଶର୍ମା, ରାଜା ମିତ୍ର, ଜଫର ଖାନ,ପ୍ରଦୀପ ମିଶ୍ର, ବବ୍ଲୁଳୁ କାଦିରି, ଶରତ ଶର୍ମା, ବିକି ସେଂଭି, ନିଖିଳ ବେଦୀ, ଦିନେଶ, ସତ୍ୟେନ୍ଦ୍ର ଦାସ, ଦୁଲାଳ ରାୟ, ଝାଝରିଆ, ଗୋପାଳ ମୁଦ୍ରା,କରନ ହୁରା,ଭଳି ଶର୍ମା, ଶିବ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ I


149
14952 views
60 shares

Comment