logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ମାଲକାନଗିରିରେ ବିଜୁବାବୁଙ୍କ ୨୯ତମ ଶ୍ରାଦ୍ଧ ଦିବସ ଆଡ଼ମ୍ବରରେ ପାଳିତ

ମାଲକାନଗିରି, (୧୭/୦୪): ମାଲକାନଗିରି ଜିଲ୍ଲାରେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୨୯ତମ ଶ୍ରାଦ୍ଧ ଦିବସ ମହା ଆଡ଼ମ୍ବରରେ ପାଳିତ ହୋଇଯାଇଛି। ଏହି ଅବସରରେ ଜିଲ୍ଲାର ବିଭିନ୍ନ ସ୍ଥାନରୁ ବିଜୁ ଜନତା ଦଳ (ବିଜେଡି)ର କର୍ମୀମାନେ ଏକତ୍ରିତ ହୋଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅବସ୍ଥିତ ବିଜୁବାବୁଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପାର୍ପଣ କରି ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। “ବିଜୁବାବୁ ଅମର ରହେ” ନାରାରେ ପରିବେଶ ମୁଖରିତ ହୋଇଯାଇଥିଲା।
ଏହାସହ ବିଜେଡି ପାର୍ଟି କାର୍ଯ୍ୟାଳୟରେ ଏକ ବିରାଟ ସଭାର ଆୟୋଜନ ହୋଇଥିଲା। ସଭାରେ ପୂର୍ବତନ ବିଧାୟକ ଓ ବର୍ତ୍ତମାନର ଜିଲ୍ଲା ସଭାପତି ଶ୍ରୀଯୁକ୍ତ ମାନସ ମାଡ଼କାମି ନେତୃତ୍ୱ ନେଇଥିଲେ। ସେ ଆଗାମୀ ତ୍ରିସ୍ତରୀୟ ନିର୍ବାଚନ ପାଇଁ କିପରି ଦଳକୁ ସଂଗଠିତ କରି ଲୋକସେବାରେ ନିୟୋଜିତ କରାଯିବ, ସେଥିପାଇଁ ମୂଳମନ୍ତ୍ର ଦେଇଥିଲେ।
ସଭାରେ ଉପସ୍ଥିତ ସମସ୍ତ କର୍ମୀ ନିଷ୍ଠାର ସହିତ କାମ କରି ଦଳକୁ ବିଜୟୀ କରିବାକୁ ସଂକଳ୍ପ ନେଇଥିଲେ। ଏହି ସମୟରେ ବିଜୁବାବୁଙ୍କ ଦେଶ ଓ ଓଡ଼ିଶା ପାଇଁ ଅପାର ଅବଦାନ ବିଷୟରେ ମଧ୍ୟ ଆଲୋଚନା କରାଯାଇଥିଲା।
ବିଜୁ ପଟ୍ଟନାୟକ ଆଜି ନଥିଲେ ମଧ୍ୟ ତାଙ୍କର ଜନହିତକର କାର୍ଯ୍ୟ ଓ ସେବା ମନୋଭାବ ଓଡ଼ିଶାବାସୀଙ୍କ ହୃଦୟରେ ସଦା ସ୍ମରଣୀୟ ହୋଇ ରହିବ ବୋଲି ସଭାରେ ମତ ପ୍ରକାଶ ପାଇଥିଲା।

36
842 views

Comment