logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ପ୍ରବାଦପୁରୁଷ ବିଜୁବାବୁଙ୍କ ୨୯ତମ ଶ୍ରାଦ୍ଧ ଦିବସରେ ଭକ୍ତିପୂତ ଶ୍ରଦ୍ଧାର ସୁମନ ଅର୍ପଣ, ନାଲକୋ,ଦାମନଯୋଡି,କୋରାପୁଟ, ଓଡ଼ିଶା,ତା୧୭/୪/୨୬(ଶୁକ୍ରବାର)

ପ୍ରବାଦପୁରୁଷ ବିଜୁବାବୁଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ
ଦାମନଯୋଡି:-୧୭/୪ ପ୍ରବାଦପୁରୁଷ ବିଜୁବାବୁଙ୍କ ୨୯ତମ ଶ୍ରାଦ୍ଧ ଦିବସରେ ଦାମନଯୋଡିର ସେକ୍ଟର ଏକ ସ୍ଥିତ ବିଜୁବାବୁଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ଯ ଓ ଶ୍ରଦ୍ଧାର ସୁମନ ଅର୍ପଣ କରାଯାଇଥିଲା ।ଏହି ଅବସରରେ ନାଲକୋର ସିଏମଡି ବ୍ରିଜେନ୍ଦ୍ର ପ୍ରତାପ ସିଂହ, ଇଡି ଅମରେନ୍ଦ୍ର କୁମାର ମିଶ୍ର ଓ ପ୍ରକଳ୍ପ ଇଡି ଭି ଏସ ଏସ ଆନନ୍ଦ, ସମସ୍ତ ମୁଖ୍ଯ ମହାପ୍ରବନ୍ଧକଗଣ, ଏସିଏସଟି ଆସୋସିଏସନର କର୍ମକର୍ତ୍ତାଗଣ, ଶ୍ରମିକ ସଂଗଠନର କର୍ମକର୍ତ୍ତାଗଣ ପ୍ରତିମୂର୍ତ୍ତିରେ ଶ୍ରଦ୍ଧାର ସୁମନ ଅର୍ପଣ କରିଥିଲେ ।ପରେ ପରେ ପଟ୍ଟାଙ୍ଗି ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ପ୍ରଫୁଲ୍ଲ କୁମାର ପାଙ୍ଗି ,ପୂର୍ବତନ ସରପଞ୍ଚ ଦାମୋଦର ଜାନି,ଅଞ୍ଚଳର ବିଭିନ୍ନ ବରିଷ୍ଠ ବୟୋଜ୍ଯେଷ୍ଠ ନାଗରିକ, ସାମ୍ବାଦିକମାନେ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।

65
2212 views

Comment