logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ପାଟଣା ରେ ଅଗ୍ନିସେବା ସପ୍ତାହ ରେ ସଚେତନତା କାର୍ଯ୍ୟକ୍ରମ ଓ ମକ ଡ୍ରିଲ।

ପାଟଣା ରେ ଅଗ୍ନିସେବା ସପ୍ତାହ ରେ ସଚେତନତା କାର୍ଯ୍ୟକ୍ରମ ଓ ମକ ଡ୍ରିଲ।

ପାଟଣା-୧୬/୦୪, ପାଟଣା ଅଗ୍ନିଶମ କେନ୍ଦ୍ର ପକ୍ଷରୁ ଏପ୍ରିଲ 14 ରୁ 20 ଯାଏ ଅଗ୍ନିସେବା ସପ୍ତାହ 2026 ପାଳନ କରାଯାଇଛି।ଏହି ଅବସରରେ 14 ତାରିଖରେ ପାଟଣାରେ ଏକ ସଚେତନତା ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା।15 ତାରିଖରେ ପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ବିଭାଗ ପକ୍ଷରୁ ମକ ଡ୍ରିଲ କରା ଯାଇଥିଲା।ଆକସ୍ମିକ ଅଗ୍ନିକାଣ୍ଡ ଘଟିଲେ ଉଦ୍ଧାର ପ୍ରକ୍ରିୟା ରେ ଅଗ୍ନିକାଣ୍ଡ ନିୟନ୍ତ୍ରଣ ଉପରେ ଅଗ୍ନିଶମ ବାହିନୀ ତରଫରୁ ପ୍ରଦର୍ଶନ କରା ଯାଇଥିଲା।ଗୁରୁବାର ଡୁମୁରିଆ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଏବଂ ପାଟଣା ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ମକ ଡ୍ରିଲ ଜରିଆରେ ଅଗ୍ନିକାଣ୍ଡ ନିୟନ୍ତ୍ରଣ ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଉଦ୍ଧାର କାର୍ଯ୍ୟ,ପ୍ରାଥମିକ ଚିକିତ୍ସା ଆଦି ସମ୍ପର୍କରେ ପ୍ରଦର୍ଶନ ଗତ ଶିକ୍ଷା ଦିଆଯାଇଥିଲା।ଅଗ୍ନିଶମ ସେବା ସପ୍ତାହ କାର୍ଯ୍ୟକ୍ରମ କୁ କେନ୍ଦ୍ରଧିକାରୀ ଗୌର ମୋହନ ହେମ୍ବ୍ରମ ଙ୍କ ନେତୃତ୍ୱରେ ଅଗ୍ନି କର୍ମଚାରୀ ହାବିଲଦାର ବିଜୟ କୁମାର ନାୟକ, ଫାୟାର ମ୍ୟାନ ତରୁଣ କୁମାର ନାୟକ,ଦୁର୍ଯ୍ୟୋଧନ କିଷାନ,ବିନାୟକ ବେହେରା, ଅନୀଲ କୁମାର ପାଣିଗ୍ରାହୀ ଓ ଐଶର୍ଯ୍ୟ ନାଏକ ପ୍ରମୁଖ ପରିଚାଳନା କରିଥିଲେ।ଆଗାମୀ 20 ତାରିଖ ଯାଏ ବିଭିନ୍ନ ସ୍ଥାନରେ ମକ ଡ୍ରିଲ ଚାଲିବ ବୋଲି ସୂଚନା ମିଳିଛି।

ଖଣ୍ଡାଧାର ନିଉଜ- ସାମ୍ବାଦିକ ବିଜୟ ରତ୍ନ ପତିଙ୍କ ରିପୋର୍ଟ।

9
460 views

Comment