ଜୁଙ୍ଗା ଗ୍ରାମରେ ଚବିଶ ପ୍ରହର ନାମଯଜ୍ଞ ଅନୁଷ୍ଠିତ।
ଜୁଙ୍ଗା ଗ୍ରାମରେ ଚବିଶ ପ୍ରହର ନାମଯଜ୍ଞ ଅନୁଷ୍ଠିତ।
ହରିଚନ୍ଦନପୁର ୧୭/୦୪ (ଖଣ୍ଡାଧାର ନିଉଜ) ହରିଚନ୍ଦନପୁର ବ୍ଲକ ଜୁଙ୍ଗା ଗ୍ରାମରେ ଚବିଶ ପ୍ରହର ନାମଯଜ୍ଞ ଅନୁଷ୍ଠିତ ହୋଇଛି। ଅଧିବାସ ଦିବସରେ ଗ୍ରାମ ପାଖ କାନି୍ଝର ନଦୀ ରୁ ପୂର୍ଣ୍ଣ କଳସ ଆଣି ପୂଜା ମଣ୍ଡପରେ କଳସ ସ୍ଥାପନ କରିଥିବା ବେଳେ ପୂଜକ ନରେନ୍ଦ୍ର ନନ୍ଦ ରୀତିନୀତି ଅନୁସାରେ ପୂଜାର୍ଚ୍ଚନା କରିଥିଲେ। ଗ୍ରାମର ଗଦାଧର ନାଏକ ସଂକଳ୍ପରେ ବସିଥିବା ବେଳେ ବିଦ୍ୟାଧର ନାଏକ ତାଙ୍କୁ ସହଯୋଗ କରିଥିଲେ। ବହୁ ଦୂର ଦୁରାନ୍ତରୁ ତଥା (୧) ବାଲିତୋଟା (ମୟୁରଭଞ୍ଜ )(୨)ମତା (ଝିଅ ଦଳ )(୩) ବେଗନା (ଝିଅ ଦଳ )(୪) ବାରକୋଟ (ଅନୁଗୁଳ )(୫)ଜୁଙ୍ଗା ଗ୍ରାମର କୀର୍ତ୍ତନ ଦଳ ଏଥିରେ ଯୋଗ ଦେଇଥିଲେ। ଏହି ଚବିଶ ପ୍ରହର ନାମ ଯଜ୍ଞରେ ରାମ ନାମ ଶ୍ରବଣ କରିବା ପାଇଁ ନିତ୍ୟାନନ୍ଦ ପୁର , ଧାନବେଣୀ, ବକ୍ସିବାରିଗାଁ, ଓସ୍ତପଙ୍ଗା, ବଲାଣି ପଶି, କାଳିମାଟି, ଜୁଙ୍ଗା, କାବେରୀପସୀ, ଭଗମୁଣ୍ଡା, ନଇଗୋଡା, ଦୁଆରସୁଣୀ,ପ୍ରଭୃତି ଗ୍ରାମର ଶ୍ରଦ୍ଧାଳୁଙ୍କ ଭିଡ଼ ଦେଖିବାକୁ ମିଳିଛି। ଅନୁଷ୍ଠାନ ପକ୍ଷରୁ ପ୍ରତ୍ୟେକ ଦିନ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିବା ବେଳେ ଅନୁଷ୍ଠାନର ସଦସ୍ୟ ରମେଶ ମହାରଣା , ସଞ୍ଜୟ ମହାରଣା , ଲକି ଜିତ , ତରଣୀସେନ ନାଏକ, ଅଭିମନ୍ୟୁ ନାଏକ , ଅଶୋକ ନାଏକ , ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ବୋଲି କମିଟି ପକ୍ଷରୁ ସୂଚନା ମିଳିଛି।
(ଶୂନ୍ଯ ରଞ୍ଜନ ଘଣା ଙ୍କ ରିପୋର୍ଟ)