logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ପୁରୁଣା ବଜାର ଅଞ୍ଚଳକୁ ଶୁଆକାଟି ଓଏମସି ଖଣି ପ୍ରଭାବିତ ଅଞ୍ଚଳରେ ସାମିଲ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ।

ପୁରୁଣା ବଜାର ଅଞ୍ଚଳକୁ ଶୁଆକାଟି ଓଏମସି ଖଣି ପ୍ରଭାବିତ ଅଞ୍ଚଳରେ ସାମିଲ ପାଇଁ
ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ
- କାଳୀ ପଡିଆଠାରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ବିଶାଳ ଶୋଭାଯାତ୍ରା
କେନ୍ଦୁଝର, ୧୭। ୪:ଓଡିଶା ଖଣି ନିଗମର ଶୁଆକାଟିରେ ଥିବା ଗନ୍ଧମାର୍ଦନ ଲୌହ ଖଣି କାର୍ଯ୍ୟ ଦ୍ବାରା ପ୍ରଭାବିତ ହେଇଥିବା ପୁରୁଣା ସହର ବାସୀଙ୍କୁ ଓଡିଶା ଖଣି ନିଗମ ଦ୍ଵାରା କୌଣସି ସୁବିଧା ସୁଯୋଗ ଦିଆଯାଉ ନଥିବା ପ୍ରତିବାଦରେ କେନ୍ଦୁଝର ସଦର ମହକୁମାର କାଳୀ ପଡିଆଠାରୁ ଏକ ବିଶାଳ ଶୋଭାଯାତ୍ରା ଅନୁଷ୍ଠିତ ହେବା ସହିତ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ ଦାବୀପତ୍ର ପ୍ରଦାନ କରାଯାଇଛି। ପୁରୁଣା ସହର ଅଞ୍ଚଳର ବରିଷ୍ଠ ନାଗରିକ ନବ କିଶୋର ସାହୁ ପ୍ରକାଶ କରିଛନ୍ତି ଯେ, ଗନ୍ଧମାର୍ଦନ ଖଣି ପ୍ରଭାବିତ ଅଞ୍ଚଳ ମଧ୍ୟରେ କେନ୍ଦୁଝଗତ ପୁରୁଣା ସହରର ଅଧିକାଂଶ ଅଞ୍ଚଳ, ବିଶେଷକରି ୧,୨ ଓ ୩ ନମ୍ବର ୱାର୍ଡ ର ଅଧିବାସୀମାନେ ପ୍ରଭାବିତ କ୍ଷତିଗ୍ରସ୍ତ ହେଉଥିଲେ ମଧ୍ୟ, ଅଧିବାସୀଙ୍କୁ ସରକାରଙ୍କ ଦ୍ବାରା ନିର୍ଧାରିତ ମାନଦଣ୍ଡ ଅନୁଯାଇ ଦିଆଯାଇଥିବା ସୁବିଧା ସୁଯୋଗ ପ୍ରଦାନ କରାଯାଇ ନାହିଁ I ଏ ସମ୍ବନ୍ଧରେ ଗତ ୦୩.୧୧.୨୦୨୫ ରିଖ ଜିଲ୍ଲାପାଳଙ୍କ ଅଭିଯୋଗ ପ୍ରକୋଷ୍ଠରେ କ୍ଷତିଗ୍ରସ୍ତ ଅଧିବାସୀମାନେ ଏକ ମିଳିତ ଅଭିଯୋଗ ପତ୍ର ପ୍ରଦାନ କରିଥିଲେ କିନ୍ତୁ ଅଦ୍ୟାବଧି କୌଣସି ପଦକ୍ଷେପ ନିଆଯାଇ ନାହିଁ । ଏପରିକି କେନ୍ଦୁଝଗଡ ପୌରପାଳିକାର ନିର୍ବାହୀ ଅଧିକାରୀଙ୍କୁ ତୁରନ୍ତ ଆଶୁ ପଦକ୍ଷେପ ନେବାପାଇଁ ଜିଲ୍ଲାପାଳ ନିର୍ଦେଶ ଦେଇଥିଲେ । ଅତ୍ୟନ୍ତ ଦୁର୍ଭାଗ୍ୟର ବିଷୟ ନିର୍ବାହୀ ଅଧିକାରୀ ଏ ବିଷୟରେ ଗୁରୁତ୍ବ ନଦେଇ କୌଣସି ପଦକ୍ଷେପ ନେଇନାହାନ୍ତି ।
କ୍ଷତିଗ୍ରସ୍ତ ଅଧୂବାସୀ ମାନଙ୍କର ଏହାମଧ୍ୟରେ ବାରମ୍ବାର ବୈଠକ ଆହୁତ ହୋଇ, କୌଣସି ପଦକ୍ଷେପ ନିଆଯାଇ ନଥୁବାରୁ, ଆଜି କାଳୀ ପଡିଆଠାରୁ ଜିଲ୍ଲାପାଳଙ୍କ ଅଫିସ ପର୍ଯ୍ୟନ୍ତ ଏକ ଶାନ୍ତିପୂର୍ଣ୍ଣ ପଦଯାତ୍ରା କରି କେନ୍ଦୁଝର ସଦର ବିଧାୟକ ତଥା ଓଡିଶାର ଲୋକଙ୍କ ମୁଖ୍ୟମନ୍ତ୍ରୀଙ୍କୁ ଜିଲ୍ଲାପାଳଙ୍କ ଜରିଆରେ ଏକ ଦାବି ପତ୍ର ପ୍ରଦାନ କରିବାକୁ ନିଷ୍ପତି ନିଆଯାଇଛି ବୋଲି ପ୍ରକାଶ କରିଛନ୍ତି । ପୁରୁଣା ସହର ବାସୀଙ୍କ ସାମୁହିକ ସ୍ୱାର୍ଥ ଦୃଷ୍ଟିରୁ ଦାବିମାନ ମାନ୍ୟବ‌ର ଲୋକଙ୍କ ମୁଖ୍ୟମନ୍ତ୍ରୀ ଅବିଳମ୍ବେ ପୂରଣ କରିବା
ଗନ୍ଧମାର୍ଦ୍ଦନ ଖଣି ପ୍ରଭାବିତ ଅଞ୍ଚଳ ଭାବରେ ପୁରୁଣା ସହରର ୧,୨ ଓ ୩ ନମ୍ବର ୱାର୍ଡ କୁ ସାମିଲ କରାଯାଉ ଓ
ଖଣି କ୍ଷତିଗ୍ରସ୍ତ ଅନ୍ୟ ଅଞ୍ଚଳ ବାସୀମାନେ ଯେପରି ଓଏମସି ଖଣି ଓ ସରକାରଙ୍କ ଠାରୁ ଯେଉଁ ସୁବିଧାମାନ ପାଉଛନ୍ତି ତାହା ଏହି ଅଞ୍ଚବାସୀଙ୍କୁ ଅବିଳମ୍ବେ ପ୍ରଦାନ କରାଯାଉ ବୋଲି ଦାବୀ କରିଛନ୍ତି ।ଏହି ଆନ୍ଦୋଳନ ଓ ଦାବୀପତ୍ର ପ୍ରଦାନ ସମୟରେ ବରିଷ୍ଠ ନାଗରିକ ଶ୍ରୀ ସାହୁଙ୍କ ବ୍ୟତୀତ ପୁରୁଣା ସହରର ନାଗରିକ ସତ୍ୟବ୍ରତ ପାଢ଼ୀ, ବିଶ୍ୱଜିତ ପଟ୍ଟନାୟକ,ଆଦିତ୍ୟ ବେଜ, ଜିତେନ୍ଦ୍ର କୁମାର ପତି,ଦେବେନ୍ଦ୍ର ସ୍ୱାଇଁ, ପ୍ରଭୁପଦ ମିଶ୍ର, ଅନ୍ତର୍ଯ୍ୟାମୀ ପତି,ଆଶିଷ କୁମାର ଶର୍ମା,ସତ୍ୟେନ୍ଦ୍ର କର,ପ୍ରଶାନ୍ତ ଦ୍ବିବେଦୀ , ସତ୍ୟଜିତ୍ ମିଶ୍ର ,ବିଶ୍ୱନାଥ ବାରିକ, ରତ୍ନାକର ମହାପାତ୍ର ,ପ୍ରମୁଖ ନେତୃତ୍ୱ ନେଇଥିଲେ।

ସାମ୍ବାଦିକ ସତ୍ୟଜିତ ମିଶ୍ରଙ୍କ ରିପୋର୍ଟ।

37
1081 views

Comment