logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ଗୋବିନ୍ଦପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଓଡ଼ିଆ ନବବର୍ଷ ପାଳନ।

ଗୋବିନ୍ଦପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଓଡ଼ିଆ ନବବର୍ଷ ପାଳନ।

କେନ୍ଦୁଝର, ତା୧୪/୪ - କେନ୍ଦୁଝର ସଦର ବ୍ଲକ ଅନ୍ତର୍ଗତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଗୋବିନ୍ଦପୁର ଠାରେ ଓଡ଼ିଆ ନବବର୍ଷ ପାଳିତ ହୋଇଯାଇଛି । ରାଜ୍ୟ ସରକାରଙ୍କ ନିଷ୍ପତ୍ତି ଅନୁଯାୟୀ ଓଡ଼ିଆ ପକ୍ଷ - ୨୦୨୬ ର ବିସ୍ତୃତ କାର୍ଯ୍ୟସୂଚୀ ପ୍ରତ୍ୟେକ ଦିନ ବିଦ୍ୟାଳୟ ତରଫରୁ ପାଳନ କରାଯାଇଥିଲା । ଏହି ଓଡ଼ିଆ ନବବର୍ଷ ପାଳନ ଅବସରରେ ମୁଖ୍ୟ ଅତିଥି ରୂପେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀକାନ୍ତ ବେହେରା ଯୋଗ ଦେଇ ନବବର୍ଷର ମାହାତ୍ମ୍ୟ ସମ୍ପର୍କରେ କହିଥିଲେ । ଏଥି ସହିତ ଅନ୍ୟତମ ଅତିଥି ରୂପେ ଜିଲ୍ଲା ଶାରୀରିକ ଶିକ୍ଷା ଅଧିକାରୀ ରାମକୃଷ୍ଣ ବେହେରା , ସହ ଗୋଷ୍ଠୀ ଶିକ୍ଷା ଅଧିକାରୀ କପିଳ ଚନ୍ଦ୍ର ଦାଶ , ସିଆରସିସି ରବୀନ୍ଦ୍ର କୁମାର ଦାଶ , ବସନ୍ତ କୁମାର ପରିଡ଼ା , ମୋନାଲିସା ଶତପଥୀ ଯୋଗ ଦେଇ ଓଡ଼ିଆ ନବବର୍ଷ ଅବସରରେ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କ ଦ୍ୱାରା ପ୍ରସ୍ତୁତ 'ପଣା' ବଣ୍ଟନ କରିଥିଲେ । ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ତିଳୋତ୍ତମା ସାହୁଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ବିଦ୍ୟାଳୟର ଇକୋ କ୍ଳବ୍ , ଜୁନିଅର୍ ରେଡ୍ କ୍ରସ୍ ର ଛାତ୍ରଛାତ୍ରୀ ମାନେ ଗ୍ରାମବାସୀ ତଥା ପଥିକ ମାନଙ୍କୁ ପଣା ବଣ୍ଟନ କରିଥିଲେ । ଇକୋ କ୍ଳବ୍ ଶିକ୍ଷକ ବିଜୟ କୁମାର ମିଶ୍ରଙ୍କ ନେତୃତ୍ୱରେ ଜନ ସାଧାରଣଙ୍କୁ ' ଅଂଶୁଘାତ ଓ ସତର୍କତା ' ସମ୍ବନ୍ଧରେ ସଚେତନ କରିବା ସହ ଲିଫ୍ ଲେଟ୍ ବଣ୍ଟନ କରାଯାଇଥିଲା । ବିଦ୍ୟାଳୟର ଶିକ୍ଷୟିତ୍ରୀ ସୁସ୍ମିତା ପ୍ରିୟମ୍ବଦା ରାଉତ୍ , ରଞ୍ଜିତା ରାଣୀ ମଲ୍ଲିକ , ଶୁଭଶ୍ରୀ ରାଉତ୍ , ଶୁଭଲକ୍ଷ୍ମୀ ସାହୁ , ସ୍ଵର୍ଣ୍ଣଲତା ନାୟକ , ଶୁଭଶ୍ରୀ ମହାନ୍ତ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ । ବିଦ୍ୟାଳୟ ପରିଚାଳନା କମିଟିର ସଭାପତି କୁନା ଚନ୍ଦ୍ର ଜେନା ଏଥିରେ ଯୋଗ ଦେଇଥିଲେ । ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଝୋଟି , ନୃତ୍ୟ ପ୍ରତଯୋଗିତାରେ ଏହି ଅବସରରେ ଅନୁଷ୍ଠିତ କରାଯାଇଥିଲା ।

ଖଣ୍ଡାଧାର ନିଉଜ- ବରିଷ୍ଠ ସାମ୍ବାଦିକ ଦିଲ୍ଲିପ କୁମାର ସାହୁଙ୍କ ରିପୋର୍ଟ।

18
944 views

Comment