ବାମଣ୍ଡା କଳାକାର ସଂଘ ଓ କଳିକା ଅନୁଷ୍ଠାନ ପକ୍ଷରୁ
ସ୍ଵର୍ଗୀୟ ପ୍ରକାଶ ଦେବତା (ପେରୁ)ଙ୍କ ସ୍ମୃତିରେ ଶୋକ ସଭା
ଦେବଗଡ଼, ତା. ୧୭/୦୪/୨୦୨୬ ରିଖ :-
ସ୍ଥାନୀୟ ରାଧାକୃଷ୍ଣ ମନ୍ଦିର ପ୍ରାଙ୍ଗଣରେ ବରିଷ୍ଠ କଳାକାର ସ୍ଵର୍ଗୀୟ ପ୍ରକାଶ ଦେବତା (ପେରୁ)ଙ୍କ ଦିବଙ୍ଗତ ଆତ୍ମାର ସଦଗତି କାମନାରେ ବାମଣ୍ଡା କଳାକାର ସଂଘ ଓ କଳିକା ଅନୁଷ୍ଠାନର ମିଳିତ ଆନୁକୂଳ୍ୟରେ ଏକ ଶୋକ ସଭା ଆୟୋଜିତ ହୋଇଯାଇଛି। ଏହି ସଭାରେ ସ୍ଥାନୀୟ କଳାକାର ଓ କଳାପ୍ରେମୀମାନେ ଯୋଗଦେଇ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ।
ବାମଣ୍ଡା କଳାକାର ସଂଘର ସମ୍ପାଦକ ଶ୍ରୀ ରୋମିଓ ମହାପାତ୍ରଙ୍କ ଅବାହକତ୍ୱ ଓ ଉପ-ସଭାପତି ଶ୍ରୀ ଅବନୀ ମିଶ୍ରଙ୍କ ପରିଚାଳନାରେ ସଭାଟି ଆୟୋଜିତ ହୋଇଥିଲା। ସଭାର ଆରମ୍ଭରେ ସ୍ଵର୍ଗୀୟ ପ୍ରକାଶ ଦେବତାଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ ଓ ଦୀପ ପ୍ରଜ୍ୱଳନ କରାଯାଇଥିଲା।
ଏହି ଶୋକ ସଭାରେ ବରିଷ୍ଠ ନାଟ୍ୟ ନିର୍ଦ୍ଦେଶକ ଅତୁଲ୍ୟ ପୂଜାରୀ, ବରିଷ୍ଠ କଳାକାର ମନୋଜ ପାଢୀ, ଦିଲୀପ ଗୁରୁ, ପ୍ରଶାନ୍ତ ଦିବେଦୀ, ପ୍ରଶାନ୍ତ ମହାରଣା, ସନ୍ତୋଷ ସାହୁ, ନାଟ୍ୟକାର କୁମୁଦ ଶତପଥୀ, ସୁଶାନ୍ତ ନନ୍ଦ, ବଂଶୀଧର ସାହୁ, ଶ୍ରବଣ କୁମାର, ପ୍ରେମାନନ୍ଦ ମାଝି, ଧୃବଚରଣ ବେହେରା, ପ୍ରୀତମ ବେହେରା, ରଞ୍ଜିତ ଶତପଥୀ, ସୌରଭ ଗୋଏଲ, ଶିଶିର ଦାଶ, ପୂର୍ଣ୍ଣଚନ୍ଦ୍ର ବୁଡା, ତେମୀୟ ରଞ୍ଜନ, ସୁମନ ମହାକୁଳ, ଜିତୁ ମହାକୁଳ, ଚିନ୍ମୟ ସ୍ୱାଇଁ ଓ ସ୍ୱାଗତ ନନ୍ଦ ପ୍ରମୁଖ ଯୋଗଦେଇଥିଲେ।
ସଭାରେ ଉପସ୍ଥିତ ସମସ୍ତେ ସ୍ଵର୍ଗୀୟ ପ୍ରକାଶ ଦେବତାଙ୍କ ନାଟ୍ୟ କ୍ଷେତ୍ର ଓ ସମାଜସେବାରେ ଅପୂର୍ବ ଅବଦାନ ସମ୍ପର୍କରେ ସ୍ମୃତିଚାରଣ କରି ତାଙ୍କର ବିୟୋଗରେ ଗଭୀର ଶୋକ ପ୍ରକାଶ କରିଥିଲେ।