ଡିପିଏସ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧନା ଜଣାଇଲେ ନାଲକୋ ଅଧ୍ୟକ୍ଷ
ଦାମନଯୋଡ଼ି,୧୬/୦୪;ବୁଧବାର କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ଼ (ସିବିଏସଇ) ପକ୍ଷରୁ ପ୍ରକାଶ ପାଇଥିବା ୧୦ମ ଦାମନଯୋଡ଼ି ପାଇଁ ଉତ୍ସାହ ଜନକ ହୋଇଛି।ନାଲକୋ ଟାଉନସିପ ସ୍ଥିତ ଦିଲ୍ଲୀ ପବ୍ଲିକ ସ୍କୁଲ(ଡିପିଏସ)ର ୧୦ମ ଶ୍ରେଣୀ ବୋର୍ଡ଼ ପରୀକ୍ଷାରେ ୪୯୬ନମ୍ବର (୯୯.୨ପ୍ରତିଶତ) ରଖି ଛାତ୍ର ଆଦିତ୍ୟ ଲାକ୍ରା ସ୍କୁଲ ଟପ୍ପର ହୋଇଛନ୍ତି।ସେହିପରି ୯୯ପ୍ରତିଶତ ନମ୍ବର ରଖି ଛାତ୍ରୀ ରାଜଶ୍ରୀ ସାଇସ୍ମିତା ୨ୟ ସ୍ଥାନ ଓ ୯୮.୮ପ୍ରତିଶତ ନମ୍ବର ସହିତ ଛାତ୍ର ସିତମ କୁମାର ବେହେରା ତୃତୀୟ ସ୍ଥାନ ହାସଲ କରିଛନ୍ତି।ଗୁରୁବାର ଅପରାହ୍ନରେ ସ୍କୁଲ ପରିସରରେ ଆୟୋଜିତ ଏକ ସ୍ବତନ୍ତ୍ର ଉତ୍ସବରେ ନାଲକୋ ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ବ୍ରିଜେନ୍ଦ୍ର ପ୍ରତାପ ସିଂ ମୁଖ୍ୟ ଅତିଥି ରୂପେ ଯୋଗଦେଇ କୃତୀ ଛାତ୍ରଛାତ୍ରୀଙ୍କୁ ଫୁଲତୋଡ଼ା ଦେଇ ସମ୍ବର୍ଦ୍ଧନା ଜଣାଇବା ସହିତ ଶୁଭ ମନାସିଥିଲେ।ନାଲକୋ ଅଧ୍ୟକ୍ଷଙ୍କ ସହିତ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ତଥା ସ୍କୁଲର ପ୍ରୋ ଭାଇସ ଚେୟାରମ୍ୟାନ ଅମରେନ୍ଦ୍ର କୁମାର ମିଶ୍ର,ମୁଖ୍ୟ ମହାପ୍ରବନ୍ଧକ ତଥା ପରିଚାଳନା କମିଟି ସଦସ୍ୟ ସଞ୍ଜୟ ଗୁପ୍ତା ଓ ସୁଗାତୋ ଆନନ୍ଦ ବାସୁ ସମ୍ମାନିତ ଅତିଥି ରୂପେ ଯୋଗଦେଇ ସମସ୍ତ କୃତୀ ଛାତ୍ରଛାତ୍ରୀଙ୍କୁ ଫୁଲତୋଡ଼ା ଦେଇ ସମ୍ବର୍ଦ୍ଧନା ଜଣାଇଥିଲେ।ସ୍କୁଲ ଅଧ୍ୟକ୍ଷା ସୁଜାତା ପାଣି ଓ ପ୍ରଧାନ ଶିକ୍ଷକ ଏସ.ଏସ.ଗିରିଧର ଉପସ୍ଥିତ ଥିଲେ।ପରୀକ୍ଷା ଦେଇଥିବା ୯୯ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୩୯ଜଣ ଛାତ୍ରଛାତ୍ରୀ ୯୦ପ୍ରତିଶତରୁ ଉର୍ଦ୍ଧ୍ବ ନମ୍ବର ରଖିଛନ୍ତି।ମୋଟ ୧୦ଜଣ ଛାତ୍ରଛାତ୍ରୀ ୯୮ପ୍ରତିଶତରୁ ଉର୍ଦ୍ଧ୍ବ ନମ୍ବର ରଖିଛନ୍ତି।୯୮.୬ ପ୍ରତିଶତ ନମ୍ବର ରଖିଥିବା ୪ଜଣ ହେଲେ ଅଂଶୁମାନ ରକ୍ଷିତ,ଅଧିରାଜ ମହାରଣା,ପ୍ରବୀଣ ପାତ୍ର ଓ ୟସ୍ମିତ ବେହେରା।ସେହିପରି ୨ଜଣ ଛାତ୍ର ଅଭିଜ୍ଞାନ ସାହୁ ଓ ଭିବୁ ଅଥିଲେଶ ସୂର୍ୟ ୯୮.୪ପ୍ରତିଶତ ଓ ଛାତ୍ର ସାକେତ କୁମାର ସାହୁ ୯୮ପ୍ରତିଶତ ନମ୍ବର ରଖିଛନ୍ତି।କୃତୀ ଛାତ୍ରଛାତ୍ରୀଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛା ଜଣାଯାଇଛି।