logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ମାଲକାନଗିରିରେ ଜିଲ୍ଲାସ୍ତରୀୟ କ୍ରୟ କମିଟି ବୈଠକ: ଚାଷୀ ସ୍ୱାର୍ଥ ସୁରକ୍ଷାରେ ଜୋର

ମାଲକାନଗିରି(୧୬/୪): ମାଲକାନଗିରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସ୍ଥିତ ଏଫଏଲସି ହଲ୍‌ରେ ଜିଲ୍ଲାପାଳ ପ୍ରଥମେଶ ଅରବିନ୍ଦ ରାଜଶିର୍କେଙ୍କ ଅଧ୍ୟକ୍ଷତାରେ ଜିଲ୍ଲାସ୍ତରୀୟ କ୍ରୟ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ୨୦୨୫-୨୬ ରବି ଋତୁ ପାଇଁ ଜିଲ୍ଲାରେ ଉତ୍ପାଦିତ ମୁଗ, ବିରି ଓ ଚିନାବାଦାମ ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ (ଏମଏସପି) ଧାର୍ଯ୍ୟ କରିବା ସହିତ ଶସ୍ୟ ସଂଗ୍ରହ ପ୍ରକ୍ରିୟା ଉପରେ ବିସ୍ତୃତ ଆଲୋଚନା ହୋଇଥିଲା।
ଏହି ବୈଠକରେ ଉପ-ଜିଲ୍ଲାପାଳ ଦୁର୍ଯ୍ୟୋଧନ ଭୋଇ, ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ ଅନିଲ କୁମାର ପ୍ରହରାଜ, ସମବାୟ ସମିତି ସମୂହର ଉପ-ନିବନ୍ଧକ ଥିଓଫିଲ ଶବର, ମାର୍କଫେଡ୍‌ର ଆଞ୍ଚଳିକ ପରିଚାଳକ ଚନ୍ଦ୍ର ସେଠିଆ, ଆରଏମସି ସମ୍ପାଦକ ସଞ୍ଜୟ କୁମାର ଦାସ ଓ ସାଂସଦ ପ୍ରତିନିଧି ସଞ୍ଜୟ ସରକାର ସହିତ ସମସ୍ତ ବ୍ଲକ କୃଷି ଅଧିକାରୀମାନେ ଉପସ୍ଥିତ ଥିଲେ।
ବୈଠକରେ ଅଧ୍ୟକ୍ଷତା କରି ଜିଲ୍ଲାପାଳ ସମସ୍ତ ବିଭାଗୀୟ ଅଧିକାରୀଙ୍କୁ ସମନ୍ୱୟ ରକ୍ଷା କରି କାର୍ଯ୍ୟ ସଂପାଦନ କରିବାକୁ ନିର୍ଦ୍ଦେଶ ଦେଲେ। ସେ କହିଥିଲେ ଯେ, କୌଣସି ପ୍ରକୃତ ଚାଷୀ ଯେପରି ଶସ୍ୟ ବିକ୍ରୟରୁ ବଞ୍ଚିତ ନ ହୁଅନ୍ତି, ସେଥିପାଇଁ ପ୍ରଶାସନ ସଚେତନ ରହିବ। ମଣ୍ଡିଗୁଡ଼ିକରେ ଚାଷୀଙ୍କ ପାଇଁ ପାନୀୟ ଜଳ, ବିଶ୍ରାମାଗାର ଓ ଅନ୍ୟାନ୍ୟ ମୌଳିକ ସୁବିଧା ସୁନିଶ୍ଚିତ କରିବାକୁ ମଧ୍ୟ ସେ ନିର୍ଦ୍ଦେଶ ଦେଲେ।
ସେହିପରି ସମବାୟ ବିଭାଗକୁ ସମବାୟ ସମିତି ମାଧ୍ୟମରେ ହେଉଥିବା ପଞ୍ଜିକରଣ ପ୍ରକ୍ରିୟାକୁ ସ୍ୱଚ୍ଛ ଓ ସୁଚାରୁ ରଖିବା ସହ ମଧ୍ୟସ୍ଥମାନଙ୍କ ଅନୁପ୍ରବେଶ ରୋକିବାକୁ କଡ଼ା ନିର୍ଦ୍ଦେଶ ଦିଆଗଲା। ମୁଖ୍ୟ ଜିଲ୍ଲା କୃଷି ଅଧିକାରୀଙ୍କୁ ବ୍ଲକ ସ୍ତରରେ ଚାଷୀଙ୍କୁ ମଣ୍ଡି ତାରିଖ, ସରକାରୀ ଦର ଓ ଶସ୍ୟ ଗୁଣବତ୍ତା ସମ୍ପର୍କରେ ସଚେତନ କରିବାକୁ ଓ ଯାଞ୍ଚ ବ୍ୟବସ୍ଥା ମଜବୁତ କରିବାକୁ ଦାୟିତ୍ୱ ଦିଆଗଲା।
ସାମଗ୍ରିକ ଭାବେ ବୈଠକରେ ଚାଷୀଙ୍କ ସ୍ୱାର୍ଥ ସୁରକ୍ଷାକୁ ପ୍ରାଥମ୍ୟ ଦିଆଯାଇଥିଲା। ସରକାର ନିର୍ଦ୍ଧାରିତ ମୂଲ୍ୟରେ ସହଜ ଭାବେ ଶସ୍ୟ ବିକ୍ରୟ ସୁବିଧା ପ୍ରଦାନ ପାଇଁ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଥିବା ସୂଚନା ମିଳିଛି।

14
495 views

Comment