logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ଓଳନ୍ଦା ଗ୍ରାମରେ ଅଜଣା ରୋଗରେ ୮ଟି ବାଛୁରୀ ମୃତ l

ଓଳନ୍ଦା ଗ୍ରାମରେ ଅଜଣା ରୋଗରେ ୮ଟି ବାଛୁରୀ ମୃତ l

*#ଖବର ପାଇଁ ସଙ୍ଗେ ସଙ୍ଗେ ଚିକିତ୍ସା ଚାଳାଇଲେ ରେଙ୍ଗାଳି ପ୍ରାଣୀ ଚିକିତ୍ସା ଅଧିକାରୀ*

କଣିହାଁ ବ୍ଲକ କୁଳୁମା ପଂଚାୟତ ଓଳନ୍ଦା ଗ୍ରାମରେ ଦୁଇ ଦିନ ମଧ୍ୟରେ ଅଜଣା ରୋଗରେ ୮ ଟି ବାଛୁରି ର ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି।
ଘଟଣାରୁ ପ୍ରକାଶ କୁଳୁମା ପଞ୍ଚାୟତ ଓଳନ୍ଦା ଗ୍ରାମରେ ଦୁଇ ଦିନ ହେଲା ଗ୍ରାମର ଗାଈ ଗୋରୁ ନିକଟସ୍ଥ ଜଙ୍ଗଲକୁ ଚରିବାକୁ ଯାଇଥାନ୍ତି। ବିଗତ ଦୁଇ ଦିନ ମଧ୍ୟରେ ଚରୀବାକୁ ଯାଇଥିବା ଗୋରୁପଲ ମଧ୍ୟରୁ ବିଭିନ୍ନ ସ୍ଥାନରେ ୮ ଟି ବାଛୁରୀଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି। ଗ୍ରାମର ଗୌର ଚନ୍ଦ୍ର ସାହୁ, ପୁରୁଷୋତ୍ତମ ସାହୁ, ପରମା ପ୍ରଧାନ, ଯୋଗିନାଥ ସାହୁ, ସନ୍ତୋଷ ସାହୁ, କୁମାରୀ ସାହୁ, କଇରୁ ପ୍ରଧାନ ପ୍ରମୁଖଙ୍କ ବାଛୁରୀ ଗୁରୁ ପଲ ସହ କରିବାକୁ ଯାଇ ଫେରିବା ବାଟରେ ବିଭିନ୍ନ ସ୍ଥାନରେ ମରି ପଡିଥିବା ଦେଖିଥିଲେ। ଘଟଣା ସମ୍ପର୍କରେ ରେଙ୍ଗାଳି ପ୍ରାଣୀ ଚିକିତ୍ସା ଅଧିକାରୀ ତୁଷାର କାନ୍ତ ଗଡ଼ନାୟକଙ୍କୁ ରାତି ୮ ଘଟିକା ସମୟରେ ପ୍ରାଣୀମିତ୍ର ଜଣାଇଥିଲେ ଗୁରୁବାର ସକାଳୁତାଙ୍କ ଟିମ ସହିତ ଗ୍ରାମକୁ ଜାଇ ଗ୍ରାମର ଗୋରୁଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରିବା ସହ ଆନୁସାଙ୍ଗିକ ଚିକିତ୍ସା ସେବା ଯୋଗାଇ ଦେଇଥିଲେ । ଘଟଣା ସମ୍ପର୍କରେ ପ୍ରାଣୀ ଚିକିତ୍ସାକଙ୍କୁ ପଚାରିବାରୁ ଏହା ଅଂଶୁଘାତ କିମ୍ବା ଅନ୍ୟକିଛି ତାହା ଅନୁସଂଧାନ ପରେ ଜନା ଜଣା ପଡିବ ବୋଲି କହିଥିଲେ ।

1
121 views

Comment