logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ଶ୍ୟାମ ମେଟାଲିକ୍ସ ଆଗରେ ମୁଣ୍ଡ ନୁଆଁଇଲେ କି ସରକାର? ଆଂଶିକ ଖୋଲିବାକୁ କେନ୍ଦ୍ରୀୟ ପ୍ରଦୂଷଣ ବୋର୍ଡର ଚିଠି

ସମ୍ବଲପୁର ଜିଲ୍ଲା ରେଙ୍ଗାଲି ବ୍ଲକରେ ଥିବା ଶ୍ୟାମ ମେଟାଲିକ୍ସ ଏନର୍ଜି ଲିମିଟେଡ୍ ବନ୍ଦ ହେବାର ମାତ୍ର ସପ୍ତାହେ ନପୁରୁଣୁ ଏହାକୁ ଆଂଶିକ ଭାବେ ଖୋଲିବା ପାଇଁ ରାସ୍ତା ପରିଷ୍କାର ହୋଇଛି। କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (CPCB) ପୂର୍ବରୁ ବାୟୁ, ଜଳ ଓ ବର୍ଜ୍ୟବସ୍ତୁ ପରିଚାଳନାରେ ଗୁରୁତର ତ୍ରୁଟି ଦର୍ଶାଇ କାରଖାନା ବନ୍ଦ ପାଇଁ କଡ଼ା ନିର୍ଦ୍ଦେଶ ଦେଇଥିଲେ ସୁଦ୍ଧା ହଠାତ୍ ନିଜ ଆଭିମୁଖ୍ୟ ବଦଳାଇଛନ୍ତି। ଆଶ୍ଚର୍ଯ୍ୟର କଥା ହେଉଛି, ଏହି ନୋଟିସ୍ ଜାରି ହେବାର କିଛି ଦିନ ମଧ୍ୟରେ ସିପିସିବିର ଅଧ୍ୟକ୍ଷଙ୍କ ବଦଳି ହୋଇଥିଲା ଏବଂ ଏହା ପରେ ପରେ ହିଁ କାରଖାନା ଖୋଲିବା ପାଇଁ ଅନୁମତି ପତ୍ର ଆସିଛି। ଏହି ଚିଠି ପ୍ରାୟ ୪ ଦିନ ହେଲା ରାଜ୍ୟ ସରକାରଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିଲେ ମଧ୍ୟ ଏପର୍ଯ୍ୟନ୍ତ ଚୂଡ଼ାନ୍ତ ପଦକ୍ଷେପ ନିଆଯାଇ ନାହିଁ।
ଅନ୍ୟପଟେ କଂଗ୍ରେସ ନେତା ସଞ୍ଜୟ ଛୁରିଆ ଏହି ଘଟଣାକୁ ନେଇ ଗୁରୁତର ଅଭିଯୋଗ ଆଣିଛନ୍ତି। ତାଙ୍କ କହିବା ଅନୁଯାୟୀ, କାର୍ମଚାରୀଙ୍କ ଦରମା ବୃଦ୍ଧି ସମୟରେ କାରଖାନା ବନ୍ଦ ରହିବା ଫଳରେ କମ୍ପାନୀ ବହୁ ପରିମାଣର ଆର୍ଥିକ ଲାଭ ପାଇଛି। ପୂର୍ବରୁ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ଶ୍ୟାମ ମେଟାଲିକ୍ସ ଉପରେ ବୁଲଡୋଜର ଚଢ଼ିବ ବୋଲି କହିଥିଲେ, କିନ୍ତୁ ବର୍ତ୍ତମାନର ସ୍ଥିତି ଦେଖିଲେ ମନେ ହେଉଛି ସରକାର କମ୍ପାନୀ ଆଗରେ ନତମସ୍ତକ ହୋଇଛନ୍ତି। ପରିବେଶକୁ ବିଷାକ୍ତ କରୁଥିବା ଏହି କାରଖାନା ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ପରିବର୍ତ୍ତେ ଏପରି କୋହଳ ମନୋଭାବ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି।
ସାତ ଦିନ ବି ପୁରିଲାନି, ଏମିତି କଣ ହେଲା ଯେ ପ୍ରଦୂଷଣ ବୋର୍ଡ ନିଜ ନିଷ୍ପତ୍ତି ବଦଳାଇ ଦେଲେ? ପରିବେଶ ସୁରକ୍ଷା ନା ଶିଳ୍ପପତିଙ୍କ ସ୍ୱାର୍ଥ, ଏବେ ବଡ଼ ପ୍ରଶ୍ନବାଚୀ!

16
743 views

Comment