ଛେଳି ଚୋରି ଘଟଣାରେ ୩ ଅଭିଯୁକ୍ତ ଗିରଫ ସହ କୋର୍ଟ ଚାଲାଣ l ଗୋଟିଏ ପିସ୍ତଲ ସହ ଗୁଳି ଜବତ l
ମାଲକାନଗିରି:୧୬/୦୪:(ସନ୍ତୋଷ କୁମାର ପଣ୍ଡା)ମାଲକାନଗିରି ଜିଲ୍ଲା ଏମଭି-୭୯ ଥାନା ପୁଲିସ ଛେଳି ଚୋରି ଘଟଣାରେ ୩ ଜଣଙ୍କୁ ଗିରଫ କରିଛି। ଏଥିସହ ସେମାନଙ୍କ ନିକଟରୁ ଗୋଟିଏ ପିସ୍ତଲ ଏବଂ ଗୁଳି ଜବତ କରିଛି। ଗିରଫ ୩ଜଣଙ୍କ ଜଣଙ୍କ ପରିଚୟ ହେଉଛି ଏମଭି-୧୧୩ ଗ୍ରାମର ସୁଜୟ ମଣ୍ତଳ ଓ ଏମପିଭି-୪୫ ଗ୍ରାମର ରାହୁଲ ଶିକାରୀ ଏବଂ ପୂର୍ନେନ୍ଦୁ ମଣ୍ଡଲ। ସୂଚନା ଅନୁଯାୟୀ, ଗତ ଦୁଇ ଦିନ ତଳେ ୬ଜଣ ଚୋର ଦଳ ଗିରକାନପାଲୀ ଓ ଉଦୟଗିରି ଅଞ୍ଚଳରୁ ୩ଟି ଛେଳି ଚୋରି କରି ଆଣିଥିଲେ। ଏହା ଜାଣିବା ପରେ ଗିରକାନପାଲୀ ଗ୍ରାମ ସମେତ ଆଖଆଖ ଅଞ୍ଚଳର ଶତାଧିକ ଲୋକ ଚୋରଙ୍କ ପିଛା କରିଥିଲେ। ଚୋର ଦଳ ତାମନପାଲୀ ପାହାଡ଼ ନିକଟରେ ଆସି ଲୁଚି ରହିଥିବାବେଳେ ସେଠାରେ ଗ୍ରାମବାସୀ ମଧ୍ୟରେ ମୁହାଁମୁହିଁ ହୋଇଥିଲା lତେବେ ଚୋର ଦଳ ଗ୍ରାମବାସୀଙ୍କ ଉପରକୁ ପିସ୍ତଲରୁ ଗୁଳି କରି ଖସିଯିବାକୁ ଉଦ୍ୟମ କରିଥିଲେ | ଗୁଳି ବାଜି ଜଣେ ଗ୍ରାମବାସୀ ଆହତ ହୋଇଥିଲେ। କିନ୍ତୁଗ୍ରାମବାସୀମାନେ ଇଜଣ ଚୋରଙ୍କୁ କାବୁ କରି ନିର୍ଧୂମ ମାଡ଼ ମାରି ଲହୁଲୁହାଣ କରିଥିଲେ | ଅନ୍ୟମାନେ ଖସିଯିବାରେ ସଫଳ ହୋଇଥିଲେ ।୩ଟି ଛେଳି ମଧ୍ୟରୁ ଦୁଇଟି କୁଆଡ଼େଚାଲିଯାଇଥିବା ବେଳେ ଗୋଟିଏ ଛେଳିକୁପୁଲିସ ଧରି ଗ୍ରାମବାସୀଙ୍କୁ ହସ୍ତାନ୍ତରକରିଥିଲା । ଏମଭି-୭୯ ଥାନା ଅଧିକାରୀ ପୂର୍ଣ୍ଣିମା ଟେଟେ ଏବଂ ସାବଇସ୍ପେକ୍ଟର ଚନ୍ଦନ କୁମାର ବେହେରାଙ୍କନେତୃତ୍ବରେ ଏକ ପୁଲିସ ଟିମ୍ ଘଟଣାସ୍ଥଳରୁ ଦୁଇଜଣ ଆହତଚୋରଙ୍କୁ କାବୁ କରିଥିଲା ବେଳେ ଆଉ ଜଣଙ୍କୁ ଗିରଫ କରିଥିଲାଏନେଇଏମ୍.ଭି-୭୯ଥାନାରେ ୫୮/୨୬ରେ ଏକ ମାମଲା ରୁଜୁ କରି ତିନି ଜଣ ଅଭିଯୁକ୍ତମାନଙ୍କୁ କୋର୍ଟ ଚାଲାଣ କରାଯାଇଛି