logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ଜିଲ୍ଲାସ୍ତରୀୟ ସଡକ ସୁରକ୍ଷା କମିଟି ବୈଠକ ଅନୁଷ୍ଠିତ

ଦେବଗଡ଼, ତା. ୧୬.୦୪.୨୦୨୬ ରିଖ :-
ଜିଲ୍ଲାପାଳଙ୍କ ବିକାଶ ଭବନ ସମ୍ମିଳନୀ କକ୍ଷରେ ଆଜି ଜିଲ୍ଲାସ୍ତରୀୟ ସଡକ ସୁରକ୍ଷା କମିଟି ବୈଠକ ଆଞ୍ଚଳିକ ପରିବହନ ଅଧିକାରୀ କେଶବ ଚନ୍ଦ୍ର ନାଏକଙ୍କ ଆବାହନକ୍ରମେ ଆରକ୍ଷୀ ଅଧିକ୍ଷକ ଅନିଲ କୁମାର ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି।
ବୈଠକରେ ଆରକ୍ଷୀ ଅଧିକ୍ଷକ ଶ୍ରୀ ମିଶ୍ର ସଡକ ସୁରକ୍ଷା ସମ୍ବନ୍ଧୀୟ ବିଭିନ୍ନ ମୁଦ୍ଦାରେ ଗୁରୁତ୍ୱ ଆରୋପ କରିଥିଲେ। ବିଶେଷକରି ମଦ ବିକ୍ରୟ କରୁଥିବା ଢାବାଗୁଡ଼ିକର ଯାଞ୍ଚ, ଏନ୍‌ଏଚ୍-୪୯ ରାସ୍ତା ପାର୍ଶ୍ୱରେ ଥିବା ଅବୈଧ ଦଖଳ ଦୋକାନଗୁଡ଼ିକୁ ଚିହ୍ନଟ କରି ଉଚ୍ଛେଦ, ପୌରପରିଷଦ ଅଞ୍ଚଳରେ ଯାନବାହନ ଚଳାଚଳ ସମୟରେ ବେଗ ନିୟନ୍ତ୍ରଣ, ହେଲମେଟ ଓ ସିଟବେଲ୍ଟ ବ୍ୟବହାର, ଏବଂ ସରକାର ନିର୍ଦ୍ଧାରିତ ଗତିସୀମା ଅନୁସରଣ ଉପରେ ଜୋର ଦେଇଥିଲେ। ତଥା ନୂତନ କେନ୍ଦ୍ରୀୟ ବିଦ୍ୟାଳୟ ପରିସରରେ ଟ୍ରାଫିକ ନିୟନ୍ତ୍ରଣ ବିଷୟରେ ବିଶେଷ ଆଲୋକପାତ କରାଯାଇଥିଲା।
ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ ରେବେକା ବିଲୁଙ୍ଗ, ଉପ ଜିଲ୍ଲାପାଳ ପରୀକ୍ଷିତ ସାହୁ, ଅଧିକ୍ଷଣ ଯନ୍ତ୍ରୀ (ରାସ୍ତା ଓ ଗୃହ ବିଭାଗ) ଅଭିଷେକ ଓଝା, ପୌରପରିଷଦର କାର୍ଯ୍ୟନିର୍ବାହୀ ଅଧିକାରୀ ରିତିକାନ୍ତ ଶୁକ୍ଳା, ଟିପିଡବ୍ଲ୍ୟୁ ନିର୍ବାହୀ ଯନ୍ତ୍ରୀ ରାଜୁ ସାହା, ଜିଲ୍ଲା ଶିକ୍ଷା ଅଧିକାରୀ ଗେନ୍ଦ୍ରା କୁଜୁର, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ମନୋରଞ୍ଜନ ସୂତାର, ସାମ୍ବାଦିକ ସିଦ୍ଧାର୍ଥ ଗୁରୁ, ସତ୍ୟନାରାୟଣ ମିଶ୍ର ସହିତ ବିଭିନ୍ନ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ।

10
267 views

Comment