logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ଦାମନଯୋଡି ଭେଜାପୁଟ ଶିବମନ୍ଦିର ପରିସରରେ ଏକ ସପ୍ତାହ ଧରି ଶ୍ରୀମଦ ଭାଗବତ କଥା ଚାଲୁରହିଛି ।

ଦାମନଯୋଡି ଭେଜାପୁଟ୍ ଶିବମନ୍ଦିର ପରିସରରେ ଏକ ସପ୍ତାହ ଧରି ଶ୍ରୀମଦ ଭାଗବତ କଥା ଚାଲୁରହିଛି। ସୁନାବେଢା ଗଉଡିଆ ମଠର ମହନ୍ତ ଶ୍ରୀ ଶ୍ରୀ ପର୍ବତ ମହାରାଜଙ୍କ ନେତୃତବରେ ଦାମନଯୋଡିର ବିଶିଷ୍ଟ ସମାଜସେବି ଓ ଧର୍ମ ପରାୟଣ ବ୍ୟକ୍ତି ଶ୍ରୀଯୁକ୍ତ ହରିବନ୍ଧୁ ବିଶ୍ବାଳ ସହଯୋଗ ରେ ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ପ୍ରତି ଦିନ ଏହିଭାଗବତ କଥା ଶୁଣିବା ପାଇଁ ସହ ସହ ମହିଳା ଓ ପୁରୁଷ ଭକ୍ତଙ୍କ ସମାଗମ ଦେଖିବାକୁ ମିଳୁଛି
। ଭାଗବତ କଥା ସରିବା ପରେ ସମସ୍ତ ଭକ୍ତ ମାନେ ଭଗବାନଙ୍କ ହରିନାମରେ ଆନନ୍ଦ ଉଲ୍ଲାସରେ ସହ ନାଚିଥାନ୍ତି । ଏବଂ ସମାପନପରେ ସମସ୍ତ ଭକ୍ତମାନଙ୍କ ପାଇଁ ଅର୍ଣ୍ଣ ପ୍ରସାଦର ବ୍ୟବସ୍ଥା ମଧ୍ୟ ପ୍ରତି ଦିନେ କରାଯାଉଅଛି।ଆଜି ଅର୍ଥାତ୍ ୧୬/୪/୨୦୨୬ ଗୁରୁଵାରେ ହଜାରେରୁ ଉର୍ଦ୍ଧ ଭକ୍ତ ଙ୍କ ସହ ମାଥାଲପୁଟ୍ ରାଧାକୃଷ୍ଣ ମନ୍ଦିର ପରିସରରୁ ଶୋଭାଯାତ୍ରା ସହ ଭେଜାପୁଟ୍ ଶିବମନ୍ଦିର ପରିସରକୁଆସି ରେଠାରେ ଏହି କାର୍ଯ୍ୟକ୍ରମ ସମାପନ ହେବବୋଲି ସମ୍ବଲପୁରରୁ ଆସି ପ୍ରବଚନ ଦେଉଥିବା ଶ୍ରୀ ଦାମଦୋର ମହାରାଜ ସୁଚନା ଦେଇଛନ୍ତି । ଆଜିର ଏହି ସମାପନ ଦିବସରେ ବହୁ ସାଧୁସନ୍ଥ ଯୋଗ ଦେବା କାର୍ଯ୍ୟ କର୍ମ ରହିଛି।ଯଥା- ବିଶାଖାପାଟଣାର ଶ୍ରୀ ଚୈତନ୍ୟ ମଠର ସଭାପତି ସାଧୁ କେଶର ଗୋଶ୍ଵାମି ମହାରାଜା, ଭକ୍ତ ଦାମଦୋର ମହାରାଜା ସମ୍ବଲପୁର,ସନତ ମହାରାଜ ବ୍ରହ୍ମପୁର,B .V.ବିଧୟନ ମହାରାଜ ବୃନ୍ଦାବନ,ଅକିଞ୍ଚନ ମହାରାଜ ପୂରୀ, ଏବଂ ଆଉରି ଅନେକ ସାଧୁସନ୍ଥ ଯୋଗଦେବାର କାର୍ଯ୍ୟକ୍ରମ ରହିଛି।ଵୋଲି ଶ୍ରୀ ହରିବନ୍ଧୁ ବିଶ୍ବାଳ କହିଛନ୍ତି।

67
2216 views

Comment