logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ଡ଼ଃ ଆମ୍ବେଦକର ଆମ ଜାତୀୟ ସମ୍ପତ୍ତି

ଡ଼ଃ ଆମ୍ବେଦକର ଆମ ଜାତୀୟ ସମ୍ପତ୍ତି

ବରପାଲି,୧୫l ୪: ବରପାଲି ଗଙ୍ଗାଧର ମେହେର କ୍ଲବ ପରିସରରେ ଡ଼ଃ ଆମ୍ବେଦକର ଲୋହିଆ ବିଚାର ମଞ୍ଚର ଜିଲ୍ଲା ଶାଖା ପକ୍ଷରୁ ଡ଼ଃ ବିଅର୍ ଆମ୍ବେଦକର ଜୟନ୍ତୀ ସମାରୋହ ମଞ୍ଚର ସଭାପତି ତେଜରାଜ ଭୋଇଙ୍କ ସଭାପିତ୍ବରେ ପାଳନ କରାଯାଇଛି l ଏଥିରେ ମୁଖ୍ୟ ଅତିଥି ଭାବରେ ଭଟଲି କଲେଜ ଅଧ୍ୟକ୍ଷ ସରୋଜ କୁମାର ଦାଶ, ମୁଖ୍ୟ ବକ୍ତା ଭାବରେ ବରିଷ୍ଠ ଆଇନଜୀବି ରବୀନ୍ଦ୍ର ପଣ୍ଡା, ସମ୍ମାନିତ ଅତିଥି ଭାବରେ ସମାଜସେବୀ ଶ୍ରୀରାମ ସାହୁ ଓ ଆନନ୍ଦ ମେହେର ଯୋଗଦାନ କରି ବିଆର ଡ଼ଃ ଆମ୍ବେଦକର ହେଉଛନ୍ତି ଯୋଗଯନ୍ମl ମହାପୁରୁଷ l ତାଙ୍କ ବିଚାର ଆମ ବିଚାରର ବହୁ ଉର୍ଦ୍ଧ୍ବରେ ଓ କୌଣସି ଜାତି,ଧର୍ମ ,ବର୍ଣ୍ଣରେ ସୀମିତ ନୁହେଁ l ତେଣୁ ସେ ହେଉଛନ୍ତି ଆମ ଜାତୀୟ ସମ୍ପତ୍ତି ବୋଲି ମତବ୍ୟକ୍ତ କରିଥିଲେ l ବିଚାର ମଞ୍ଚର ସାଧାରଣ ସମ୍ପାଦକ ପବିତ୍ର ବାଗ ପରିଚୟ ପ୍ରଦାନ ସହ ବାର୍ଷିକ ବିବରଣୀ ପାଠ କରିଥିଲେ l ଏଥିରେ କବି ସୁରେନ୍ଦ୍ର ପଧାନ ଆମ୍ବେଦକରଙ୍କ ଉପରେ ଏକ କବିତା ପାଠ କରିଥିଲେ l ଅନ୍ୟତମ ସାଧାରଣ ସମ୍ପାଦକ ହର୍ଷ ବେହେରା ସ୍ୱାଗତ ଅଭିଭାଷଣ ଓ ଉଦେଶ୍ୟଜ୍ଞାପନ କରିଥିଲେ l ଶେଷରେ ଅଧ୍ୟାପକ ବୃନ୍ଦାବନ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ l ବହୁସଂଖ୍ୟାରେ ଆମ୍ବେଦକର ପ୍ରେମୀ ଉପସ୍ଥିତି ରହି କାର୍ଯ୍ୟକ୍ରମକୁ ସଫଳ କରିଥିଲେ l

3
0 views

Comment