logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

(ଉପ ସ୍ବାସ୍ଥ୍ୟକେନ୍ଦ୍ର ଉଦଘାଟନ ବାତିଲ)

(ଉପ ସ୍ବାସ୍ଥ୍ୟକେନ୍ଦ୍ର ଉଦଘାଟନ ବାତିଲ)
ବରପାଲି ବ୍ଳକ ବାଗବାଡି ଗ୍ରାମରେ ତା୧୫,୪,୨୦୨୬ ରିଖ ଏକ ଉପ ସ୍ବାସ୍ଥ୍ୟକେନ୍ଦ୍ର ଉଦଘାଟନ ହେବାର ଥିଲେ ମଧ୍ଯ ଶେଷ ପର୍ଯ୍ୟନ୍ତ ଉଦଘାଟିତ ହୋଇ ନ ପାରି ବନ୍ଦ ହୋଇ ଯାଇଥିଲା।ଏହି ଗ୍ରାମରେ ସ୍ବାସ୍ଥ୍ୟସେବା ପାଇଁ ରାଜ୍ୟସରକାରଙ୍କ ପକ୍ଷରୁ ଆୟୁଷ୍ମାନ ଆରୋଗ୍ଯ ମନ୍ଦିର (ଉପ ସ୍ବାସ୍ଥ୍ୟକେନ୍ଦ୍ର) ମଞ୍ଜୁରୀ ହୋଇ ଆବଶ୍ୟକ କୋଠା ମଧ୍ଯ ନିର୍ମିତ ହୋଇଛି, ଆଜି ଉକ୍ତ ସ୍ବାସ୍ଥ୍ୟ ଉପକେନ୍ଦ୍ରର ଉଦଘାଟନ ହେବାକୁଥିଲା, ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସବୁକିଛି ଆୟୋଜନ କରା ଯାଇଥିଲା, ଉଦଘାଟନୀ ଉତ୍ସବରେ ମୂଖ୍ଯ ଅତିଥି ଭାବରେ ବରଗଡ ସାଂସଦ ଶ୍ରୀଯୁକ୍ତ ପ୍ରଦିପ ପୁରୋହିତ, ଜିଲ୍ଲାପରିଷଦ ସଭ୍ଯ ଶ୍ରୀଯୁକ୍ତ ଗୋବିନ୍ଦ ସାହୁ,ସରପଞ୍ଚ ଶ୍ରୀମତୀ ଶୂଷମା ଭୋଇ ଓ ସମିତି ସଭ୍ଯା ଶ୍ରୀମତୀ ଚତୁରୀ ମେହେରଙ୍କ ନାମ ଫଳକରେ ଥିବାବେଳେ ସ୍ଥାନୀୟ ବିଧାୟକ ଶ୍ରୀଯୁକ୍ତ ଅଶ୍ଵିନୀ ଷଡଙ୍ଗୀଙ୍କ ନାମ ନ ଥିବା ଯୋଗୁ ବ୍ୟାପକ ଅସନ୍ତୋଷ ଦେଖା ଯାଇଥିଲା।ପରିସ୍ଥିତି ଏପରି ହେଲାଯେ ବାଧ୍ଯ ହୋଇ ଉଦଘାଟନୀ ସଭାକୁ ବାତିଲ କରିବାକୁ ପଡିଥିଲା ଓ ନାମ ଫଳକକୁ ଓଫାଡି ଦିଆ ଯାଇଥିଲା।ଲୋକେ କହିବା ଅନୁସାରେ ବରପାଲି ସ୍ବାସ୍ଥ୍ୟକେନ୍ଦ୍ରର ମୂଖ୍ଯ ଡାକ୍ତର ରାଜେଶ ବେହେରା ତାଙ୍କର ମନମୁଖି ଭାବେ ଜାଣିଶୁଣି ବିଧାୟକଙ୍କ ନାମକୁ ଫଳକରେ ନ ଦେଇଥିବା ଓ ଏ ସମ୍ପର୍କରେ ବିଧାୟକଙ୍କୁ ଜଣାଇ ନ ଥିବା ଅଭିଯୋଗ ଆସୁଛି।ଏ ସମ୍ପର୍କରେ ବରଗଡ ସିଡିଏମଓ ଙ୍କୁ ଫୋନ ଯୋଗେ ପଚରା ଯିବାରୁ କୌଣସି ଉଦଘାଟନ ବିଷୟରେ ମୋର ଗୋଚରରେ ଆସିନାହିଁ ବୋଲି କହିଥିଲେ।ଏ ନେଇ ସ୍ଥାନିୟ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ମୂଖ୍ଯ ଡାକ୍ତର ରାଜେଶ ବେହେରାଙ୍କୁ ଯୋଗାଯୋଗ ଚେଷ୍ଟା କରିଥିଲେ ମଧ୍ଯ ଯୋଗାଯୋଗ ହୋଇ ନ ଥିଲା, ସାଂସଦଙ୍କ ଫୋନ ମଧ୍ଯ ଯୋଗାଯୋଗ ହୋଇ ପାରି ନଥିଲା।କାରଣ ଯାହା ହେଉନା ବାଗବାଡି ଅଞ୍ଚଳବାସୀଙ୍କ ବହୁ ଦିନର ଦାବୀ ଯୋଗୁ ଏକ ସ୍ଵାସ୍ଥ୍ୟ ଉପକେନ୍ଦ୍ର ହେବାକୁ ଯାଉଛି ଆମକୁ ସମସ୍ତଙ୍କୁ ଧରି ଏ କାମ କରିବାର ଅଛି, ଏଣୁ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ଜନ ସାଧାରଣଙ୍କ ସ୍ବାର୍ଥ ପାଇଁ ତୁରନ୍ତ ଏହି ଉପ ସ୍ବାସ୍ଥ୍ୟକେନ୍ଦ୍ରକୁ ଖୋଳିବାକୁ ଦାବି ହେଉଛି, ଏହାର ଯେମିତି ପୁନରାବୃତି ନ ହୁଏ ଧ୍ୟାନ ଦେବାକୁ ଦାବି।

2
0 views

Comment