logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

କେନ୍ଦୁଝରଗଡ ସାମନ୍ତରାୟ ପୁର ଶାସନ ସନ୍ନିକଟ 'ଗ୍ରାମ ଶ୍ରୀ ଦେବୀ ଶାଳ'ରେ ବିଷୁବସଂକ୍ରାନ୍ତି ଉପଲକ୍ଷେ ଧୁମଧାମରେ ଚଇତି ପର୍ବ ପାଳନ।

କେନ୍ଦୁଝରଗଡ ସାମନ୍ତରାୟ ପୁର ଶାସନ ସନ୍ନିକଟ 'ଗ୍ରାମ ଶ୍ରୀ ଦେବୀ ଶାଳ'ରେ ବିଷୁବସଂକ୍ରାନ୍ତି ଉପଲକ୍ଷେ ଧୁମଧାମରେ ଚଇତି ପର୍ବ ପାଳନ।

କେନ୍ଦୁଝର:୧୫/୦୪, କେନ୍ଦୁଝର ସହରର ସାମନ୍ତରାୟପୁର ଶାସନ ଏବଂ ଆଖପାଖ ଅଞ୍ଚଳର ଆଦ୍ୟ ଗ୍ରାମଦେବୀ ମାଆ ଗ୍ରାମଶ୍ରୀ ଠାକୁରାଣୀଙ୍କ ପୀଠରେ ଚୈତ୍ର ଶୁକ୍ଳ ପକ୍ଷ ସଂକ୍ରାନ୍ତି ଅବସରରେ ଚଇତି ପର୍ବ ବହୁ ଧୁମଧାମରେ ପାଳିତ ହେଉଛି। ଏହି ଅବସରରେ ପୀଠ ପରିସର ଓ ସମୀପବର୍ତ୍ତୀ ଅଞ୍ଚଳ ଆଲୋକମାଳାରେ ସଜି ଉଠିଥିବା ବେଳେ ସାରା ପରିବେଶ ଉତ୍ସବମୂଖର ହୋଇପଡ଼ିଥିଲା। ୧୪ ତାରିଖ ପଣା ସଂକ୍ରାନ୍ତି ଅପରାହ୍ନରେ ମାଆଙ୍କ ନିକଟରେ ବିଶେଷ ପୂଜାର୍ଚ୍ଚନା ଆୟୋଜିତ ହୋଇଥିଲା। ପରେ ଶଙ୍ଖୁଡ଼ି ଭୋଗ ଭାବେ ଖେଚୁଡ଼ି, ଡାଲି, ଘାଣ୍ଟ ତରକାରୀ ଓ ଖଟା ପ୍ରସ୍ତୁତ କରାଯାଇ ପ୍ରାୟ ୨ ହଜାରରୁ ଅଧିକ ଭକ୍ତଙ୍କୁ ବିତରଣ କରାଯାଇଥିଲା। ସନ୍ଧ୍ୟାବେଳେ ଭଜନ ସମାରୋହର ଆୟୋଜନ ହୋଇଥିଲା। ଓଡ଼ିଆ ସଙ୍ଗୀତ ଜଗତର ପ୍ରସିଦ୍ଧ ଗାୟକ ସତ୍ୟଜିତ ପ୍ରଧାନ, ପ୍ରଭୁପ୍ରସାଦ ନନ୍ଦ ଓ ଗାୟିକା ପ୍ରିୟଙ୍କା ଭଜନ ପରିବେଷଣ କରିଥିଲେ। ସତ୍ୟଜିତ ପ୍ରଧାନଙ୍କ ଭଜନରେ ହଜାର ହଜାର ଦର୍ଶକ ମନୋମୁଗ୍ଧ ହୋଇ ଝୁମିଉଠିଥିବା ଦେଖାଯାଇଥିଲା। ଏହି ଭଜନ ସମାରୋହ ଦୁଇ ଦିନ ଧରି ଚାଲିବ ବୋଲି ଜଣାପଡ଼ିଛି। ଏହି ଉତ୍ସବକୁ ଗ୍ରାମଶ୍ରୀ ଠାକୁରାଣୀ କଲଚରାଲ କମିଟିର ନିତ୍ୟାନନ୍ଦ ଦାଶ, ଆଲୋକ ମିଶ୍ର, ୱାର୍ଡ ନମ୍ବର ୭ର କାଉନସିଲର ଅବିନାଶ ମିଶ୍ର ସହିତ ଅବିନାଶ ଲୋହାନି, ଝୁନୁ ଭୂୟାଁ, ଅଜୟ ମିଶ୍ର, ମୋହିନୀ ମୋହନ ମିଶ୍ର, ନାରାୟଣ କର, ପର୍ଶୁରାମ କର, ଗୁରୁଚରଣ ନାଏକ, ଦୁର୍ଯ୍ୟୋଧନ ନାଏକ, ପ୍ରମୋଦ କୁମାର ନାଏକ, ସତ୍ୟାନନ୍ଦ ବିଶ୍ୱାଳ, ଭୁବନ ନାଏକ, ରବି ନାଏକ, ସୁଶାନ୍ତ କୁମାର ସାହୁ, ପୁପୁନ ପଟ୍ଟନାୟକ, ମନରଞ୍ଜନ ସାହୁ, ବିସମ୍ବର ନାଏକ, ଜୁକୁଲୁ ନାଏକ, ବିକି ନାଏକ ଓ ମଙ୍ଗୁଲୁ ନାଏକ ପ୍ରମୁଖ ସକ୍ରିୟ ଭାବେ ଆୟୋଜନ କରିଥିଲେ। ସାମ୍ବାଦିକ ସତ୍ୟଜିତ ମିଶ୍ର ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିଲେ।

ଖଣ୍ଡାଧାର ନିଉଜ- ସାମ୍ବାଦିକ ସତ୍ୟଜିତ ମିଶ୍ରଙ୍କ ରିପୋର୍ଟ।

3
650 views

Comment