ଉପ ସ୍ବାସ୍ଥ୍ୟ କେନ୍ଦ୍ର ଉଦ୍ଘାଟନ ହେଲାନାହିଁ
ବରପାଲି ବ୍ଲକ ବାଗବାଡ଼ି ଗ୍ରାମ ରେ ଆଜି ଏକ ଉପ ସ୍ଵାସ୍ଥ୍ୟ କେନ୍ଦ୍ର ର ଉଦଘାଟନ ହେବାର କାର୍ଯକ୍ରମ ଥିଲେ ମଧ୍ୟ ଶେଷ ପର୍ଯ୍ୟନ୍ତ ଉଦଘାଟିତ ହୋଇ ନପାରି ବନ୍ଦ ହୋଇ ଯାଇଥିଲା। ବରଗଡ଼ ନିର୍ବାଚନ ମଣ୍ଡଳୀ ର ବରପାଲି ବ୍ଲକ୍ ଅନ୍ତର୍ଗତ ବାଗବାଡ଼ି ଗ୍ରାମ ରେ ସ୍ଵାସ୍ଥ୍ୟ ସେବା ପାଇଁ ସରକାର ଙ୍କ ପକ୍ଷ ରୁ ଆୟୁଷ୍ମାନ ଉପ ସ୍ଵାସ୍ଥ୍ୟ କେନ୍ଦ୍ର ପାଇଁ ମଞ୍ଜୁରୀ ହୋଇ ଥିଲା । ଏଥି ପାଇଁଆବଶ୍ୟକୀୟ କୋଠା ମଧ୍ଯ ନିର୍ମିତ ହୋଇଛି । ଆଜି ଉକ୍ତ ସ୍ଵାସ୍ଥ୍ୟ ଉପ କେନ୍ଦ୍ର ର ଉଦଘାଟନ ହେବାର ଥିଲା । ସ୍ଵାସ୍ଥ୍ୟ ବିଭାଗ ପକ୍ଷରୁ ସବୁ କିଛି ଆୟୋଜନ ମଧ୍ୟ ହୋଇ ଥିଲା । ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ, ଜିଲ୍ଲା ପରିଷଦ ସଦସ୍ୟ ଗୋବିନ୍ଦ ସାହୁ, ସରପଞ୍ଚ ସୁଷମା ସୁଷମା ଭୋଇ, ସମିତି ସଭ୍ଯା ଚାତୁରୀ ମେହେର ଙ୍କ ନାମ ଫଳକ ରେ ଥିବ ବିଧାୟକ ଙ୍କ ନାମ ଫଳକ ରେ ନ ଥିବାରୁ ବ୍ୟାପକ ଅସନ୍ତୋଷ ଦେଖା ଦେଇଥିଲା । ପରିସ୍ଥିତି ଏପରି ହେଲା ଯେ, ବାଧ୍ଯ ହୋଇ ଉଦଘାଟନୀ କାର୍ଯକ୍ରମ କୁ ବାତିଲ କରିବାକୁ ପଡ଼ିଥିଲା । ଓ ଓପାଡି ଦିଆ ହୋଇଥିଲା। ସ୍ଥାନୀୟ ଲୋକେ କହିବା ନୁସ ବରପାଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ର ମୁଖ୍ୟ ଡାକ୍ତର ରାଜେଶ ବେହେ ତାଙ୍କର ମନ ମୁଖୀ ଭାବେ ଜାଣି ଶୁଣି ବିଧାୟକ ଙ୍କ ନାମ ଫଳ ରେ ଦେଇ ନ ଥିବା ଓ ଏ ସମ୍ପର୍କରେ ବିଧାୟକ ଙ୍କୁ ଜଣାଇ ନ ଥିବା ଅଭିଯୋଗ କରିଛନ୍ତି । ଏ ସମ୍ପର୍କ ରେ ବରଗଡ ସିଡିଏମଓ ଙ୍କୁ ପଚାରି ଯିବାରୁ କୌଣସି ଉଦଘାଟନ ବିଷୟରେ ଜାଣି ନାହିଁ କି ମୋର ଗୋଚରରେ ଆସି ନାହିଁ ବୋଲି କହିଥିଲେ।ଏନେଇ ସ୍ଥାନୀୟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ର ମୁଖ୍ୟ ଡାକ୍ତର ରାଜେଶ ବେହେରାଙ୍କୁ ଫୋନ ଯୋଗେ ଯୋଗାଯୋଗ କରିବା ପାଇଁ ଚେଷ୍ଟା କରିଥିଲେ ମଧ୍ୟ ତାଙ୍କୁ ଯୋଗାଯୋଗ କରି ହୋଇ ନ ଥିଲା । କାରଣ ଯାହା ହେଉନା କାହିଁକି ବାଗ ବାଡ଼ି ଅଞ୍ଚଳ ବାସୀ ଙ୍କ ବହୁ ଦିନ ର ଦାବୀ ଯୋଗୁଁ ଏକ ସ୍ଵାସ୍ଥ୍ୟ ଉପ କେନ୍ଦ୍ର ହେବାକୁ ଯାଉଛି ଯେଉଁ ଥ୍ ପାଇଁ ଫଳକ ଉକ୍ତ ଅଞ୍ଚଳ ବାସୀ ଉପଯୁକ୍ତ ସ୍ଵାସ୍ଥ୍ୟ ସେବା ପାଇ ପାରିବେ। ରାଜ୍ୟ ସ୍ଵାସ୍ଥ୍ୟ ବିଭାଗ ଜନ ସାଧାରଣ ଙ୍କ ସ୍ୱାର୍ଥ ରକ୍ଷା ପାଇଁ ତୁରନ୍ତ ଏହି ଉପ ସ୍ଵାସ୍ଥ୍ୟ କେନ୍ଦ୍ର ଖୋଲିବାକୁ ଦାବୀ ହୁଏ ।