logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ଶ୍ରୀହନୁମାନ ଜୟନ୍ତୀ ଓ ବିଶ୍ୱଶାନ୍ତି ଯଜ୍ଞର ପୂର୍ଣ୍ଣାହୂତି ,ଦାମନଯୋଡ଼ି, କୋରାପୁଟ

ଦାମନଯୋଡ଼ି,୧୫/୦୪:ନାଲକୋ ଟାଉନସିପ ସ୍ଥିତ ଉତ୍କଳର ସର୍ବୋଚ୍ଚ ଶ୍ରୀଅଭୟ ଆଞ୍ଜେନେୟଙ୍କ ବିଗ୍ରହ ଓ ଅଷ୍ଟଧାତୁ ମୂର୍ତ୍ତୀଙ୍କ ୪ଦିନ ବ୍ୟାପି ହେଉଥିବା ଜୟନ୍ତୀ ଉତ୍ସବ ମଙ୍ଗଳବାର ମହାବିଷୁବ ସଂକ୍ରାନ୍ତି ସନ୍ଧ୍ୟାରେ ଉଦଯାପିତ ହୋଇଯାଇଛି।ଏଥିସହିତ ବିଶ୍ଵଶାନ୍ତି ଯଜ୍ଞର ପୂର୍ଣ୍ଣାହୂତି ହୋଇଛି।ମହାବିଷୁବ ସଂକ୍ରାନ୍ତି ଅବସରରେ ଦିବସ ବ୍ୟାପି ବିଭିନ୍ନ କାର୍ଯ୍ୟକ୍ରମ ମଧ୍ୟରେ ସୂର୍ଯ୍ୟ ନାରାୟଣଙ୍କ ପୂଜା ପରେ ଶ୍ରୀଅଭୟ ଆଞ୍ଜେନେୟଙ୍କ ମହାସ୍ନାନ,ବେଶ,ଷୋଡଶ ଉପଚାର ପୂଜା ଓ ଯଜ୍ଞ ହୋଇ ସନ୍ଧ୍ୟାରେ ପୂର୍ଣ୍ଣାହୂତି ଓ ସନ୍ଧ୍ୟା ଆରତୀ ଆଦି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।ସନ୍ଧ୍ୟାରେ ନୀଳଶୈଳ ଦଳ ଭଜନ ପରିବେଷଣ କରିଥିଲେ।ସହସ୍ରାଧିକ ଶ୍ରଦ୍ଧାଳୁ ବିଭିନ୍ନ କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିଥିଲେ।ପୂର୍ଣ୍ଣାହୂତି ସମୟରେ ନାଲକୋ ମୁଖ୍ୟ ମହାପ୍ରବନ୍ଧକ ପୁରୁଷୋତ୍ତମ ମହାନ୍ତ,ଦିଲ୍ଲୀପ କୁମାର ବାଗ,ମନୋରଞ୍ଜନ ପଣ୍ଡା,ଏନ.ଶ୍ରୀନିବାସ ସୁଧାକର, ଏମ ଭି ସୂର୍ୟା,ନଗେନ ବେହେରା,ରାଜେନ୍ଦ୍ର ମିଶ୍ର,ବିଛନ୍ଦ ଚରଣ ଦାଶ,ମହାପ୍ରବନ୍ଧକ ସି ଏମ ମହାନ୍ତ, ଲକ୍ଷ୍ମୀପୁର ବିଡ଼ିଓ ସବ୍ୟସାଚୀ ବେହେରା ଓ କୋରାପୁଟ ବିଡ଼ିଓ ଦେବାଶିଷ ଗୌଡ଼ ପ୍ରମୁଖ ଉପସ୍ଥିତ ଥିଲେ।ଖୋର୍ଦ୍ଧା ଓ ଗଞ୍ଜାମ ଜିଲ୍ଲାରୁ ଆସିଥିବା ପଣ୍ଡିତ ପଣ୍ଡିତ ବିନୟ କୁମାର ମିଶ୍ର,ପଣ୍ଡିତ ଅଜୟ କୁମାର ଦାଶ,ପଣ୍ଡିତ ଜନାର୍ଦନ ମିଶ୍ର,ପଣ୍ଡିତ ସର୍ବେଶ୍ଵର ନନ୍ଦ,ପଣ୍ଡିତ ପ୍ରଶାନ୍ତ କୁମାର ବ୍ରହ୍ମା,ପଣ୍ଡିତ ମହେଶ୍ୱର ପଣ୍ଡା,ପଣ୍ଡିତ ଶ୍ରୀଧର କୁମାର ଦାଶ,ପଣ୍ଡିତ ଦୀନବନ୍ଧୁ ମହାରଥୀ ପ୍ରମୁଖଙ୍କ ସହିତ ଶ୍ରୀଅଭୟ ଆଞ୍ଜେନେୟଙ୍କ ମନ୍ଦିରର ନିୟମିତ ପୂଜକ ବଳରାମ ରଥ ଓ ପ୍ରଭାତ କୁମାର ପଣ୍ଡା ପୂଜାନୀତି ସମ୍ପନ୍ନ କରିଥିଲେ।ଶ୍ରୀ ଯଜ୍ଞ ବରାହଙ୍କ କର୍ତ୍ତାକର୍ତ୍ରୀ ନାଲକୋ ମୁଖ୍ୟ ମହାପ୍ରବନ୍ଧକ ସଞ୍ଜୟ କୁମାର ପଟ୍ଟନାୟକ ଓ ତାଙ୍କ ଧର୍ମପତ୍ନୀ ସ୍ମିତା ପଟ୍ଟନାୟକ,ଋଷିକେଶ ବାହାଦୁର ସିଂ ଓ ତାଙ୍କ ଧର୍ମପତ୍ନୀ ସରିତା ସିଂ,ଏନ ରବି କୁମାର ତାଙ୍କ ଧର୍ମପତ୍ନୀ ରେଣୁକା,କ୍ଷୀରୋଦ କୁମାର ବିଷୋୟୀ ଓ ତାଙ୍କ ଧର୍ମପତ୍ନୀ ରାକ୍ଷୀ ସାହୁ ଦାୟିତ୍ୱ ତୁଲାଇଥିଲେ।ଶ୍ରୀଅଭୟ ଆଞ୍ଜେନେୟ ମନ୍ଦିର ପରିଚାଳନା ସମିତି କର୍ମକର୍ତ୍ତା ସରୋଜ କୁମାର ସ୍ବାଇଁ,ଆଲୋକ ଚୌଧୁରୀ,ଶତୃଘ୍ନ ଖରା,ଶୁଭ୍ରଜିତ ଜେନା,ଶମ୍ଭୁପ୍ରସାଦ ପାତ୍ର,ଶ୍ୟାମସୁନ୍ଦର ପଣ୍ଡା,ହରି ଗଦବା ଓ ସଦାନନ୍ଦ ସାହୁ ପ୍ରମୁଖ ପରିଚାଳନା କରିଥିଲେ।ହନୁମାନ ବାଟିକା ବାହାରେ ଷ୍ଟଲ୍ ଗୁଡ଼ିକରେ ଭାରତର ବିଭିନ୍ନ ପ୍ରାନ୍ତରୁ ହସ୍ତତନ୍ତ ଓ ହସ୍ତଶିଳ୍ପ ସହିତ ଖାଦ୍ୟ ମେଳା ବ୍ୟବସ୍ଥା ହୋଇଛି। ଏହି ମେଳା ଆସନ୍ତା ୨୬ତାରିଖ ପର୍ଯ୍ୟନ୍ତ ଚାଲିବ।

21
955 views

Comment