logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

କୋଟିଆରେ ରାଜ୍ୟସ୍ତରୀୟ ସାରସ୍ବତ ଆଲୋଚନା ଓ କବିତା ପାଠୋତ୍ସବ ଅନୁଷ୍ଠିତ, କୋଟିଆ,କୋରାପୁଟ, ଓଡ଼ିଶା,ତା୧୪/୪/୨୬(ମଙ୍ଗଳବାର)

କୋଟିଆରେ ରାଜ୍ୟସ୍ତରୀୟ ସାରସ୍ବତ ଆସର
ଦାମନଯୋଡି:-୧୪/୪ କୋରାପୁଟ ଜିଲ୍ଲା ପଟାଙ୍ଗି ବ୍ଲକ ଅନ୍ତର୍ଗତ କୋଟିଆ ଠାରେ ରାଜ୍ୟସ୍ତରୀୟ କବିତା ଆସର ଓ ସାରସ୍ବତ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା ।ଅଗ୍ରଣୀ ସାହିତ୍ଯ ଅନୁଷ୍ଠାନ ମାତୃଭୂମି ଓ ମାତୃଭାଷା ଓ ରାଜ୍ୟ ସାହିତ୍ଯ ଏକାଡେମୀର ମିଳିତ ସହଯୋଗରେ ଏହି ସାରସ୍ବତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।ସାହିତ୍ଯ ଏକାଡେମୀର ସହ ସଚିବ ସଞ୍ଜୟ କୁମାର ଛୁଳିଆର ସିଂହ, ମୁଖ୍ଯ ଅତିଥି ,ବାବାଜୀ ସନତ୍ ସୁଜାତା ନନ୍ଦ, ମୁଖ୍ଯ ବକ୍ତା,ସମ୍ମାନୀତ ଅତିଥି ବିଶିଷ୍ଟ ବ୍ଯଙ୍ଗ କବି ରାଧୁ ମିଶ୍ର, ମାର୍ଗ ଦର୍ଶକ ପ୍ରଫେସର ସନ୍ନିରୁଦ୍ଧ ଦାସ ପ୍ରମୁଖ ଉପସ୍ଥିତ ଥିଲେ ।ପ୍ରାକ୍ କଥନ ମାତୃଭୂମି ଓ ମାତୃଭାଷା ସଂସଦର ପ୍ରତିଷ୍ଠାତା ଉପେନ୍ଦ୍ର ବିଶ୍ବାଳ ଉପସ୍ଥାପନ କରିଥିଲେ ।ଡଃ ଜଳେନ୍ଦ୍ର ତ୍ରିପାଠୀ ସ୍ବାଗତ ସମ୍ଭାଷଣ ପ୍ରଦାନ କରିଥିଲେ ।ପ୍ରଫେସର ଡଃ ଜଗବନ୍ଧୁ ସାମଲ ଅଧ୍ୟକ୍ଷତା କରିଥିଲେ ।ପ୍ରଥମେ କବିତା ଆସର ଅନୁଷ୍ଠିତ ହୋଇଥିଲା ଓଡିଶାର ବିଭିନ୍ନ ଜିଲ୍ଲାରୁ ଆସିଥିବା ଶତାଧିକ କବି ସେମାନଙ୍କର ସ୍ବରଚିତ କବିତାମାନ ଆବୃତ୍ତି କରିଥିଲେ ।ଡଃ ଅଶୋକ କୁମାର ମହାନ୍ତି ଓ ନିବେଦିତା ହରିଚନ୍ଦନ କବିତି ଆସରକୁ ସଂଯୋଜନା କରିଥିଲେ ।ଶେଷରେ ରମାକାନ୍ତ କଲିଆ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।ଏ ଅଞ୍ଚଳରେ ଆସରଟି ଖୁବ୍ ପ୍ରଭାବ ପକାଇ ଥିଲା ।

41
2453 views

Comment