ବିଶିଷ୍ଟ ମଞ୍ଚ କଳାକାର ପ୍ରକାଶ ଦେବତାଙ୍କ ପରଲୋକ: ବିଭିନ୍ନ ମହଲରେ ଶୋକର ଛାୟା
ଦେବଗଡ଼, ୧୫/୦୪/୨୦୨୬ ରିଖ -: ଦେବଗଡ଼ ଜିଲ୍ଲାର ଜଣେ ପ୍ରସିଦ୍ଧ ମଞ୍ଚ କଳାକାର ଏବଂ ଜାଗରଣ ଆର୍ଟ ଇଣ୍ଟରନ୍ୟାଶନାଲର ଉପସଭାପତି ପ୍ରକାଶ ଦେବତା (ପେରୁ)ଙ୍କର ବୁର୍ଲା ଡାକ୍ତରଖାନାରେ ପରଲୋକ ଘଟିଛି। ତାଙ୍କର ଅକାଳ ଦେହାନ୍ତ ସମ୍ବାଦ ପ୍ରଚାରିତ ହେବା ପରେ ସମଗ୍ର ଜିଲ୍ଲାରେ ଗଭୀର ଶୋକର ଛାୟା ନେମି ଆସିଛି।
ପ୍ରକାଶ ଦେବତା ନାଟ୍ୟ ଓ ସାଂସ୍କୃତିକ ଜଗତରେ ଜଣେ ପରିଚିତ ମୁହଁ ଥିଲେ। ସେ ଦେବଗଡ଼ ସହ ରାଜ୍ୟର ବିଭିନ୍ନ ଅଞ୍ଚଳ ଓ ରାଜ୍ୟ ବାହାରେ ମଧ୍ୟ ଶତାଧିକ ନାଟକରେ ଅଭିନୟ କରି ଦର୍ଶକଙ୍କର ହୃଦୟ ଜିତିଥିଲେ। “ପେରୁ” ନାମରେ ସେ ବେଶ ପ୍ରସିଦ୍ଧ ଥିଲେ ଏବଂ ତାଙ୍କର ସ୍ୱାଭାବିକ ଓ ନିଖୁଟ ଅଭିନୟ ପାଇଁ ସମ୍ମାନିତ ହୋଇଥିଲେ।
ତାଙ୍କର ପରଲୋକରେ ସାହିତ୍ୟିକ, ସାଂସ୍କୃତିକ କର୍ମୀ, କଳାପ୍ରେମୀ ଏବଂ ସାଧାରଣ ଲୋକମାନେ ଗଭୀର ଶୋକ ପ୍ରକାଶ କରିଛନ୍ତି। ଏହି ଅପୂରଣୀୟ କ୍ଷତି ପ୍ରତି ସମସ୍ତେ ତାଙ୍କର ଆତ୍ମାର ସଦଗତି କାମନା କରିବା ସହ ପରିବାରବର୍ଗଙ୍କୁ ଶକ୍ତି ଦେବାକୁ ପ୍ରାର୍ଥନା କରିଛନ୍ତି।