logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

୫ ମଇ ରୁ ରରୁଆଁଗୋଡ଼ା ଗ୍ରାମରେ ବାଦପାଲା।

୫ ମଇ ରୁ ରରୁଆଁଗୋଡ଼ା ଗ୍ରାମରେ ବାଦପାଲା।

ଚମ୍ପୁଆ -୧୫/୦୪(ଖଣ୍ଡାଧାର ନିଉଜ) ଚମ୍ପୁଆ ବ୍ଲକ ରଙ୍ଗାମାଟିଆ ପଞ୍ଚାୟତ ଅନ୍ତର୍ଗତ ରରୁଆଁଗୋଡ଼ା ଗ୍ରାମରେ ଆସନ୍ତା
ତା ୦୫/୦୫/୨୦୨୬ ରିଖ (ମଙ୍ଗଳବାର ) ଠାରୁ ତା ୦୭/୦୫/୨୦୨୬ ରିଖ (ଗୁରୁବାର) ପର୍ଯ୍ୟନ୍ତ ୩ ଦିନ ଧରି ବାଦପାଲା ଆୟୋଜିତ ହେଉଥିବା ପାଲା କମିଟି ସଦସ୍ୟ ଶରତ ଚନ୍ଦ୍ର ଗିରି, ରଣଜିତ ଗିରି, ବଳରାମ ପ୍ରଧାନ, ଅଜିତ ଗିରି, ଯୋଗେଶ୍ୱର ପ୍ରଧାନ, ପରମେଶ୍ୱର ଗିରି ଜଣାଇଛନ୍ତି l ବାଦପାଲା ମଞ୍ଚରେ କଟକ ଜିଲ୍ଲା ବଡମ୍ବା, ମାନପୁର ର ଗାୟକ ଯୁବ ସମ୍ରାଟ ନୃସିଂହ ଚରଣ ହୋତା ବନାମ କଟକ ଜିଲ୍ଲା ସୁଦୁସାଇଲୋ ର ଗାୟକ ବିନୋଦ ସଚ୍ଚିଦାନନ୍ଦ ଦାଶ ପାଲା ପରିବେଷଣ କରିବେ l ବହୁ ସଂଖ୍ୟାରେ ଗ୍ରାମ ତଥା ଅଞ୍ଚଳରୁ ପାଲା ପ୍ରେମୀ ମାନେ ଯୋଗ ଦେଇ ପାଲା ଦେଖିବାକୁ, ଶୁଣିବାକୁ ରରୁଆଁଗୋଡ଼ା ପାଲା କମିଟି କର୍ମକର୍ତ୍ତା ନିବେଦନ କରିଛନ୍ତି l

ଡମ୍ବରୁଧର ମହାନ୍ତ ଙ୍କ ରିପୋର୍ଟ।

8
810 views

Comment