କେନ୍ଦୁଝରରେ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କଲେ ମୁଖ୍ୟମନ୍ତ୍ରୀ।
ସମ୍ବିଧାନ ପ୍ରଣେତା ଡଃ ଭୀମରାଓ ଆମ୍ବେଦକରଙ୍କ ଜୟନ୍ତୀ
କେନ୍ଦୁଝରରେ
ଆମ୍ବେଦକରଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କଲେ ମୁଖ୍ୟମନ୍ତ୍ରୀ
ଦଳିତ, ଅବହେଳିତ ଓ ନିଷ୍ପେସିତଙ୍କ ସ୍ୱର ସାଜି ସମ୍ବିଧାନ ପ୍ରଣୟନ କରିଥିଲେ ଡଃ ଆମ୍ବେଦକର - ମୁଖ୍ୟମନ୍ତ୍ରୀ
କେନ୍ଦୁଝର
୧୪.୦୪.୨୦୨୬
କେନ୍ଦୁଝର ଗସ୍ତରେ ଆସି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ଡ଼ଃ ଭୀମରାଓ ଆମ୍ବେଦକରଙ୍କ ଜୟନ୍ତୀ ଉପଲକ୍ଷେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଥିବା ଡ଼ଃ ଆମ୍ବେଦକରଙ୍କ ସମେତ ଉତ୍କଳ ଗୌରବ ମଧୁସୂଦନ ଦାସ ଏବଂ ପୂଜ୍ୟ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ପୂର୍ବକ ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି।
ଏହି ଅବସରରେ ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ ପ୍ରଦାନ କରିଥିବା ପ୍ରତିକ୍ରିୟାରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଭାରତରତ୍ନ ଡ଼ଃ ଆମ୍ବେଦକରଙ୍କୁ ମହାନ ସମାଜ ସଂସ୍କାରକ ଭାବେ ଅଭିହିତ କରିବା ସହ ବିଶ୍ୱର ସର୍ବବୃହତ ସମ୍ବିଧାନ ପ୍ରସ୍ତୁତ କରି ଦେଶର ଏକତା, ଅଖଣ୍ଡତା ଓ ସାମାଜିକ ସମାନତାକୁ ସୁନିଶ୍ଚିତ କରିବାରେ ତାଙ୍କ ଅଗ୍ରଗଣ୍ୟ ଭୂମିକାକୁ ମନେ ପକାଇ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।
ଦଳିତ, ଅବହେଳିତ ଓ ନିଷ୍ପେସିତଙ୍କ ସାମାଜିକ ସୁରକ୍ଷା ଓ ଅଭିବୃଦ୍ଧି କରି ସେମାନଙ୍କ ଉଥାନ ପାଇଁ ଡ଼ଃ ଆମ୍ବେଦକର ସମ୍ବିଧାନରେ ଯେଉଁ ବ୍ୟବସ୍ଥା କରିଛନ୍ତି ସେହିସବୁକୁ ମାନ୍ୟବର ଯଶସ୍ବୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଜୀଙ୍କ ନେତୃତ୍ବାଧୀନ ସରକାର ଅଗ୍ରାଧିକାର ଦେଉଛନ୍ତି। ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ସାଧାରଣ ଜନତାଙ୍କୁ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ମାଧ୍ୟମରେ ଅନ୍ତର୍ଭୁକ୍ତ କରାଇ ଡ଼ଃ ଆମ୍ବେଦକରଙ୍କ ଦ୍ୱାରା ପ୍ରବର୍ତ୍ତିତ ସାମାଜିକ ସମାନତାର ମନ୍ତ୍ରକୁ ପ୍ରତିଫଳିତ କରୁଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଥିଲେ।
ଏଥିସହିତ ମୁଖ୍ୟମନ୍ତ୍ରୀଶ୍ରୀ ମାଝୀ ଜିଲ୍ଲା ତଥା ରାଜ୍ୟବାସୀଙ୍କୁ ମହାବିଷୁବ ପଣା ସଂକ୍ରାନ୍ତି, ଓଡ଼ିଆ ନବବର୍ଷ ଏବଂ ମହାବୀର ଜୟନ୍ତୀର ମଧ୍ୟ ଶୁଭେଚ୍ଛା ଜଣାଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଅଧ୍ୟକ୍ଷ ଜିଲ୍ଲା ଯୋଜନା କମିଟି ତଥା ବିଧାୟକ ତେଲକୋଇ ଡାକ୍ତର ଫକୀର ମୋହନ ନାଏକ, ଡିଆଇଜି ବ୍ରିଜେଶ କୁମାର ରାୟ, ଜିଲ୍ଲାପାଳ ଵିଶାଲ ସିଂହ, ଅତିରିକ୍ତ ଜିଲ୍ଲାପାଳ ମନ୍ଦରଧର ମହାଳିକ ଓ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସାର୍ଥକ ରାୟ ଉପସ୍ଥିତ ଥିଲେ।

ଖଣ୍ଡାଧାର ନିଉଜ- ବରିଷ୍ଠ ସାମ୍ବାଦିକ ଦିଲ୍ଲିପ କୁମାର ସାହୁଙ୍କ ରିପୋର୍ଟ।