logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ମଧୁସୁଦନ ପଲ୍ଲୀରେ ନଗର କୀର୍ତନ ସହ ବଙ୍ଗାଳି ନବବର୍ଷ ଉତ୍ସବ ପାଳିତ

ମଧୁସୁଦନ ପଲ୍ଲୀ (ଏମ ପି ଭି ୭୩) ଗ୍ରାମରେ ବଙ୍ଗାଳି ନୂତନ ବର୍ଷ ଅବସରରେ ଭକ୍ତିମୟ ପରିବେଶରେ ଉତ୍ସବ ପାଳନ କରାଯାଇଛି। ସକାଳୁ ସକାଳୁ ଗ୍ରାମବାସୀ ଓ ଭକ୍ତମାନେ ଏକତ୍ରିତ ହୋଇ ନଗର କୀର୍ତନର ଆୟୋଜନ କରିଥିଲେ। ଢୋଲ, କାହଳି ଓ ଭଜନ କୀର୍ତନର ଧ୍ୱନିରେ ସମଗ୍ର ପରିବେଶ ମଙ୍ଗଳମୟ ହୋଇଯାଇଥିଲା।
ପୁରୁଷ, ମହିଳା ଓ ଯୁବପିଢ଼ୀ ସହ ଛୋଟ ଛୋଟ ଶିଶୁମାନେ ମଧ୍ୟ ଏହି କୀର୍ତନରେ ଭାଗ ନେଇଥିଲେ। ଗ୍ରାମର ମୁଖ୍ୟ ରାସ୍ତା ଓ ପଡ଼ାପଡ଼ି ଘୁରି ଭକ୍ତିମୟ ସଙ୍ଗୀତ ମାଧ୍ୟମରେ ନବବର୍ଷର ସ୍ୱାଗତ କରାଯାଇଥିଲା। ଏହା ସହ ଘରେ ଘରେ ପୂଜା ପାଠ ଓ ପ୍ରସାଦ ବିତରଣ ମଧ୍ୟ ହୋଇଥିଲା।
ଏହି ଅବସରରେ ଗ୍ରାମବାସୀମାନେ ସମ୍ମିଳିତ ଭାବେ ଶାନ୍ତି, ସମୃଦ୍ଧି ଓ ସୁସ୍ଥତାର କାମନା କରିଥିଲେ। ବଙ୍ଗାଳି ସମୁଦାୟର ଏହି ପାରମ୍ପରିକ ପର୍ବ ଗ୍ରାମର ସାମୂହିକ ସଂସ୍କୃତି ଓ ଏକତାକୁ ଅଧିକ ସୁଦୃଢ଼ କରିଥିବା ବେଳେ, ଏହା ସ୍ଥାନୀୟ ଲୋକମାନଙ୍କ ମଧ୍ୟରେ ଆନନ୍ଦ ଓ ଉତ୍ସାହର ଲହରୀ ସୃଷ୍ଟି କରିଥିଲା।

131
4452 views

Comment