logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

କେନ୍ଦୁଝର: ଭାରତରତ୍ନ ଡ଼ଃ ବି. ଆର୍‌. ଆମ୍ବେଦକର ଜୟନ୍ତୀ ପାଳିତ।

କେନ୍ଦୁଝର: ଭାରତରତ୍ନ ଡ଼ଃ ବି. ଆର୍‌. ଆମ୍ବେଦକର ଜୟନ୍ତୀ ପାଳିତ।

କେନ୍ଦୁଝର, ତା ୧୪.୦୪.କେନ୍ଦୁଝର ଜିଲ୍ଲା ସଦର ମହକୁମାରେ ଜିଲ୍ଲା ପ୍ରଶାସନ ଆନୁକୂଲ୍ୟରେ ତା ୧୪.୦୪.୨୦୨୬ ରିଖ ମଙ୍ଗଳବାର ଦିନ ଭାରତରତ୍ନ ଡ଼ଃ ବି. ଆର୍‌. ଆମ୍ବେଦକରଙ୍କ ଜୟନ୍ତୀ ପାଳିତ ହୋଇଯାଇଛି। ସୂଚନାଯୋଗ୍ୟ ଯେ, ମାନ୍ୟବର ମୁଖ୍ୟମନ୍ତ୍ରୀ ଗତ ୧୧ ତାରିଖରୁ ୧୪ ତାରିଖ ପର୍ଯ୍ୟନ୍ତ କେନ୍ଦୁଝର ଜିଲ୍ଲାର ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଆଜି ଓଡ଼ିଆ ନବବର୍ଷ, ମହାବିଷୁବ ସଂକ୍ରାନ୍ତି ଏବଂ ଆମ୍ବେଦକରଙ୍କ ଜୟନ୍ତୀର ଶୁଭ ଅବସରରେ ମୁଖ୍ୟମନ୍ତ୍ରୀ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ପହଞ୍ଚିଥିଲେ। ସେଠାରେ ସ୍ଥାପିତ ସମ୍ବିଧାନ ପ୍ରଣେତା ଡଃ ବି. ଆର୍. ଆମ୍ବେଦକର, ଜାତିର ପିତା ମହାତ୍ମା ଗାନ୍ଧୀ ଏବଂ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ଦେଶ ଓ ଜାତି ଗଠନରେ ସେମାନଙ୍କର ଅତୁଳନୀୟ ଅବଦାନକୁ ସ୍ମରଣ କରିଥିଲେ। ପୂର୍ବାହ୍ନରେ ଜିଲ୍ଲା କାର୍ଯ୍ୟାଳୟର ଦରବାର ହଲ୍‌ଠାରେ ଆୟୋଜିତ ଡଃ ବି. ଆର୍. ଆମ୍ବେଦକରଙ୍କ ୧୩୫ତମ ଜୟନ୍ତୀ ସମାରୋହର ଆୟୋଜିତ କରାଯାଇଥିଲା। ଏଥିରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ମନ୍ଦରଧର ମହାଳିକ ଯୋଗଦେଇ ଦେଶ ପାଇଁ ଡ଼ଃ ଆମ୍ବେଦକରଙ୍କ ଅବଦାନ ଅତୁଳନୀୟ ବୋଲି କହିଛନ୍ତି । ଉଦ୍‌ବୋଧନରେ ଶ୍ରୀ ମହାଳିକ କହିଥିଲେ ଯେ ତାଙ୍କର ଆଦର୍ଶ, ତ୍ୟାଗ, ଶ୍ରେଣୀବିହୀନ ସମାଜ ଗଠନ, ସମାଜର ଦଳିତ ଅବହେଳିତ ଲୋକମାନଙ୍କୁ ସମାଜର ମୁଖ୍ୟସ୍ରୋତରେ ସାମିଲ କରିବା ପାଇଁ ଡ଼ଃ ଆମ୍ବେଦକରଙ୍କ ସଂଗ୍ରାମ ଚିରଦିନ ପାଇଁ ଅଭୁଲା ରହିବ । ସେହିପରି ମୁଖ୍ୟ ବକ୍ତା ଭାବେ ପ୍ରାଧ୍ୟାପକ ଶ୍ରୀ ବିମ୍ବାଧର ବେହେରା ସମାଜରୁ ଭେଦଭାବ, ଛୁଆଁ ଅଛୁଆଁ ମନୋଭାବ ଦୂର କରିବା ପାଇଁ ଡକ୍ଟର ଆମ୍ବେଦକରଙ୍କ ଅବଦାନ ସର୍ବଦା ମହାନ୍ ହୋଇ ରହିବ ବୋଲି କହିବା ସହ ଡ଼ଃ ଆମ୍ବେଦକରଙ୍କ ବ୍ୟକ୍ତିତ୍ୱ, ଦକ୍ଷତା, ଜ୍ଞାନ ଗାରିମା ଏବଂ ସମାଜ ସଂସ୍କାର ସବୁବେଳେ ଉତରପୀଢିଙ୍କୁ ପ୍ରେରଣା ଯୋଗାଇବ । ବିଶ୍ୱର ସର୍ବବୃହତ ଗଣତାନ୍ତ୍ରିକ ରାଷ୍ଟ୍ର ଭାରତ ପାଇଁ ସମ୍ବିଧାନ ପ୍ରଣୟନରେ ସେ ଯେଉଁ ନିଷ୍ଠା, ପରାକାଷ୍ଠା ଓ ଦୂରଦୃଷ୍ଟି ପ୍ରତିପାଦନ କରିଛନ୍ତି ତାହା ଭାରତ ଏବଂ ଭାରତର ସମ୍ବିଧାନକୁ ଅନନ୍ୟ କରିଛି । ବିଶେଷ କରି ଭାରତୀୟ ସମ୍ବିଧାନରେ ପ୍ରଦତ ମୌଳିକ ଅଧିକାର, ସମତା, ଭ୍ରାତୃତ୍ୱ ଏବଂ ସାମାଜିକ, ରାଜନୈତିକ ଓ ଅର୍ଥନୈତିକ ନ୍ୟାୟ ଭାରତୀୟ ସମ୍ବିଧାନର ବିଶେଷତ୍ୱ ପାଲଟିଛି ବୋଲି କହିଥିଲେ । ଆଧୁନିକ ଭାରତରେ ମଧ୍ୟ ଡ଼ଃ ଆମ୍ବେଦକରଙ୍କ ଜୀବନାଦର୍ଶର ପ୍ରାସଙ୍ଗିକତା ରହିଛି । ସୁସ୍ଥ ସମାଜ ଓ ସମୃଦ୍ଧ ଦେଶ ଗଠନ ପାଇଁ ଡକ୍ଟର ଆମ୍ବେଦକରଙ୍କ ଆଦର୍ଶରେ ସମସ୍ତେ ଅନୁପ୍ରାଣିତ ହେବାକୁ ଶ୍ରୀ ବେହେରା ଆହ୍ୱାନ ଜଣାଇଥିଲେ । ଏହି ସମାରୋହରେ ଜିଲ୍ଲା ମଙ୍ଗଳ ଅଧିକାରୀ ବିକାଶ ମହାନ୍ତି, ଅତିରିକ୍ତ ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ସୁଧା ଗୋସ୍ଵାମୀ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସାର୍ଥକ ରାୟ, ସହକାରୀ ନିର୍ଦ୍ଦେଶକ ପର୍ୟ୍ୟଟନ ରମେଶ ଚନ୍ଦ୍ର ନାୟକ, ସହକାରୀ ଜିଲ୍ଲାପାଳ ସରୋଜ ମଲ୍ଲିକ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ବକ୍ତବ୍ୟ ପ୍ରଦାନ କରି କହିଥିଲେ ଯେ ଡକ୍ଟର ଆମ୍ବେଦକରଙ୍କ ଜୟନ୍ତୀ ପ୍ରତ୍ୟେକ ଭାରତୀୟଙ୍କ ପାଇଁ ଗର୍ବର ଦିନ । ଜୟନ୍ତୀ ଅବସରରେ ଡକ୍ଟର ଆମ୍ବେଦକରଙ୍କୁ ସ୍ମରଣ କରିବା, ତାଙ୍କ ଆଦର୍ଶକୁ ଅନୁଶୀଳନ କରିବା ଏବଂ ତାଙ୍କରି ଆଦର୍ଶରେ ଉଦ୍‌ବୁଦ୍ଧ ହେବାକୁ ଆହ୍ୱାନ ଜଣାଇଥିଲେ । ଏତଦ୍ ବ୍ୟତୀତ ଡ଼ଃ ଆମ୍ବେଦକରଙ୍କୁ ଜଣେ ମହାନ୍ ଚିନ୍ତାନାୟକ, ରାଷ୍ଟ୍ରନାୟକ, ପ୍ରଜ୍ଞା ଓ ପାଣ୍ଡିତ୍ୟର ପ୍ରତୀକ, ବହୁମୁଖୀ ପ୍ରତିଭା ସମ୍ପନ୍ନ ଓ ଦଳିତ ସମାଜର ତ୍ରାଣକର୍ତା ଭାବେ ଅଭିହିତ କରି ତାଙ୍କର ଉଚ୍ଚ ଆଦର୍ଶ ଓ ମାନବୀୟ ମୂଲ୍ୟବୋଧର ପ୍ରଚାର ପ୍ରସାର ପାଇଁ ସମସ୍ତଙ୍କର ମାନସିକତା ରହିବା ଆବଶ୍ୟକ ବୋଲି କହିଥିଲେ । ଭାରତରତ୍ନ ଡ଼ଃ ଆମ୍ବେଦକରଙ୍କ ଆଦର୍ଶ ସଂପର୍କରେ ସଚେତନ ହୋଇ ତାଙ୍କର ସ୍ୱପ୍ନର ଭାରତବର୍ଷ ଗଠନ ପାଇଁ ସମସ୍ତେ ଅଙ୍ଗୀକାରବଦ୍ଧ ହେବାକୁ ନିବେଦନ କରିଥିଲେ । ସମାଜରୁ ଅସ୍ପୃଶ୍ୟତା ଦୂର କରି ଦେଶରେ ସୁସ୍ଥ ଓ ସମତାଭିତିକ ସମାଜ ଗଠନ, ସବୁ ଶ୍ରେଣୀର ଲୋକମାନଙ୍କ ସ୍ୱାର୍ଥର ସୁରକ୍ଷା ଓ ଭାରତର ସମ୍ବିଧାନ ପ୍ରଣୟନରେ ଡ଼ଃ ଆମ୍ବେଦକରଙ୍କ ଭୂମିକା ସଂପର୍କରେ ଅବତାରଣା କରି ତାଙ୍କରି ଆଦର୍ଶକୁ ଉଜ୍ଜିବିତ ରଖିବା ନିମନ୍ତେ ସମସ୍ତେ ନିଷ୍ଠାର ସହ କାର୍ଯ୍ୟକରିବାକୁ ଆହ୍ୱାନ ଦେଇଥିଲେ । । ଉପଖଣ୍ଡ ସୂଚନା ଓ ଲୋକ ସଂପର୍କ ଅଧିକାରୀ କେନ୍ଦୁଝର ଶ୍ରୀମତୀ ଜ୍ୟୋତିର୍ମୟୀ ନାଏକ ସ୍ୱାଗତଭାଷଣ ପ୍ରଦାନ କରିବା ସହ କାର୍ଯ୍ୟକ୍ରମର ସଂଚାଳନା କରିଥିଲେ। ଏହି ଅବସରରେ ଜିଲ୍ଲା ପ୍ରଶାସନ ଆନୁକୂଲ୍ୟରେ ଆୟୋଜିତ ମହାବିଦ୍ୟାଳୟ/ବିଶ୍ଵବିଦ୍ୟାଳୟସ୍ତରୀୟ ବକ୍ତୃତା ପ୍ରତିଯୋଗିତାର କୃତୀ ପ୍ରତିଯୋଗୀଙ୍କୁ ପରୁସ୍କୃତ କରାଯାଇଥିଲା । ଏହି ସମାରୋହରେ ବିଭିନ୍ନ ବିଭାଗୀୟ ଅଧିକାରୀ/କର୍ମଚାରୀ, ଛାତ୍ରଛାତ୍ରୀ, ଶିକ୍ଷାବିତ୍‌, ଗଣମାଧ୍ୟମର ପ୍ରତିନିଧି ପ୍ରମୁଖ ଯୋଗ ଦେଇଥିଲେ ।

ଖଣ୍ଡାଧାର ନିଉଜ- ବରିଷ୍ଠ ସାମ୍ବାଦିକ ଦିଲ୍ଲିପ କୁମାର ସାହୁଙ୍କ ରିପୋର୍ଟ।

8
790 views

Comment