logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ପୂରାତନ ଶିକ୍ଷକ-ଶିକ୍ଷୟତ୍ରୀଙ୍କୁ ସମ୍ବର୍ଦ୍ଧନା, ଆମ୍ବେଦକର ଜୟନ୍ତୀ ପାଳିତ।

ପୂରାତନ ଶିକ୍ଷକ-ଶିକ୍ଷୟତ୍ରୀଙ୍କୁ ସମ୍ବର୍ଦ୍ଧନା, ଆମ୍ବେଦକର ଜୟନ୍ତୀ ପାଳିତ।

ଆନନ୍ଦପୁର,୧୪।୦୪ କେନ୍ଦୁଝର ଜିଲ୍ଲା ଆନନ୍ଦପୁର ବ୍ଲକ ଅନ୍ତର୍ଗତ ଜଳସୁଆଁ ସତ୍ୟନାରାୟଣ ଉଚ୍ଚ ବିଦ୍ୟାଳୟ ସଭାଗୃହରେ ମଙ୍ଗଳବାର ଦିନ ଭାରତର ସମ୍ବିଧାନ ପ୍ରଣେତା ଭାରତ ରତ୍ନ ଡ଼ଃ ଭୀମରାଓ ଆମ୍ବେଦକରଙ୍କ ୧୩୫ତମ ଜନ୍ମ ଜୟନ୍ତୀ ଉପଲକ୍ଷେ ଏକ ବିଶେଷ ସମ୍ବର୍ଦ୍ଧନା ସଭା ଆୟୋଜିତ ହୋଇଥିଲା। ଏହି ଅବସରରେ ପୂରାତନ ଶିକ୍ଷକ ଓ ଶିକ୍ଷୟତ୍ରୀମାନଙ୍କୁ ସମ୍ମାନିତ କରାଯାଇଥିଲା। କଲେଜ ଅଧକ୍ଷ ତ୍ରିଲୋଚନ ଜେନାଙ୍କ ନେତୃତ୍ୱରେ ଆୟୋଜିତ ସଭାରେ ଜଳସୁଆଁ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବିଚିତ୍ରାନନ୍ଦ ଜେନା ସଭାପତିତ୍ୱ ଗ୍ରହଣ କରିଥିଲେ। ପୂର୍ବତନ ଶିକ୍ଷାଧିକାରୀ ଅକ୍ଷୟ କୁମାର ନାଏକ ମୁଖ୍ୟ ଅତିଥି ଭାବେ, ଅଜୟ କୁମାର ସାହୁ ମୁଖ୍ୟ ବକ୍ତା ଭାବେ ଓ କାଳନ୍ଦୀ ଚରଣ ଜେନା, ଉମାବତୀ ଜେନା, ବିନୋଦ ବିହାରୀ ମହାପାତ୍ର, ବିଜୟ କୁମାର ମାଝୀ, ଗୋବିନ୍ଦ ଚନ୍ଦ୍ର ମାଝୀ, ପାଗଳ ଚରଣ ଜେନା, ବିଷ୍ଣୁ ଚରଣ ମାଝୀ, ଜ୍ୟୋତିର୍ମୟୀ ସାହୁ, ଅଙ୍କିତା ପାଣି, ପ୍ରଭାତ ନଳିନୀ ମହାପାତ୍ର, ବସନ୍ତ ଜେନା ଆଦି ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ।
କାର୍ଯ୍ୟକ୍ରମ ଆରମ୍ଭରେ ଅତିଥିମାନେ ବାବା ସାହେବ ଡ଼ଃ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତୀରେ ଧୂପ, ଦୀପ ଓ ପୁଷ୍ପମାଳ୍ୟ ଅର୍ପଣ କରି ସ୍ମରଣ କରିଥିଲେ। ପରେ ଅତିଥିମାନେ ତାଙ୍କର ଜୀବନ ଦର୍ଶନ, ସମାଜ ସୁଧାର ଓ ସମ୍ବିଧାନ ଗଠନରେ ତାଙ୍କ ଅବଦାନ ବିଷୟରେ ମତ ପ୍ରକାଶ କରିଥିଲେ। ଏହି ଅବସରରେ ପୂରାତନ ଶିକ୍ଷକ ଓ ଶିକ୍ଷୟତ୍ରୀମାନଙ୍କୁ ଫୁଲମାଳା ଓ ଉପହାର ଦେଇ ସମ୍ମାନିତ କରାଯାଇଥିଲା। ପରବର୍ତ୍ତୀ କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀମାନେ ନୃତ୍ୟ ଓ ସଙ୍ଗୀତ ପରିବେଷଣ କରି ସଭାକୁ ଆକର୍ଷଣୀୟ କରିଥିଲେ। କୃତି ଛାତ୍ରଛାତ୍ରୀମାନଙ୍କୁ ପାଠ୍ୟଉପକରଣ ବଣ୍ଟନ କରାଯାଇଥିଲା। ଏହି ସମ୍ବର୍ଦ୍ଧନା ସଭାକୁ ସଫଳ କରିବାରେ ଆଲୋକ କୁମାର ଜେନା, ଗଣେଶ୍ଵର ସା, ନୀଳକଣ୍ଠ ଜେନା, ମହେନ୍ଦ୍ର କୁମାର ଜେନା, ଦିଲ୍ଲୀପ କୁମାର ଜେନା, ଭକ୍ତବନ୍ଧୁ ଜେନା, ନିବେଦିତା ରାଉତ, ସତ୍ୟ ପ୍ରକାଶ ଜେନା, ପ୍ରସନ୍ନ ମଲ୍ଲିକ, ଭାରତୀ ଜେନା, ମାଳତୀ ମାଝୀ, କୁନି ରଣା, ଅମ୍ବିକା ସାହୁ, ସୁବାସିନୀ ରଣା, ବଙ୍କାନିଧି ଜେନା, ଅପର୍ତି ରଣା, ଦମୟନ୍ତୀ ଜେନା, କଳାକାର ପାତ୍ର ଆଦି ସକ୍ରିୟ ଭାବେ ସହଯୋଗ କରିଥିଲେ।

ଖଣ୍ଡାଧାର ନିଉଜ- ସାମ୍ବାଦିକ ବିଜୟ ଜେନାଙ୍କ ରିପୋର୍ଟ।

10
746 views

Comment