logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ଭୁଲୁଦାରେ ପ୍ରଭୁ ହନୁମାନଙ୍କ ୧୬ତମ ଜୟନ୍ତୀ ପାଳନ।

ଭୁଲୁଦାରେ ପ୍ରଭୁ ହନୁମାନଙ୍କ ୧୬ତମ ଜୟନ୍ତୀ ପାଳନ।

କେନ୍ଦୁଝର -୧୪/୦୪(ଖଣ୍ଡାଧାର ନିଉଜ)
କେନ୍ଦୁଝର ଜିଲ୍ଲା ଭୁଲୁଦା ଗାଁ ବାଘମରା ସାହି ହନୁମାନ ମନ୍ଦିରର ପ୍ରଭୁ ଶ୍ରୀ ହନୁମାନଙ୍କ ୧୬ ତମ ଜୟନ୍ତୀ ପାଳନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି, ଏହି ଅବସରରେ ଦିବା ୧୧.୩୦ ରେ ଶହ ଶହ ଭକ୍ତ କଳସ ଯାତ୍ରାରେ ସାମିଲ୍ ହେବା ସହ ୧୦୮ କଳସ ଏବଂ ୧୦୮ ଦୀପ ବସାଇଥିଲେ l ପୁରୋହିତ ସୀତାକାନ୍ତ ମୁଖାର୍ଜୀ ପୌରହିିତ କରିଥିବା ବେଳେ ପାରେଶ୍ବର ମହାନ୍ତ କମିଟି ସଦସ୍ଯ ଦିନକୃଷ୍ଣ ମହାନ୍ତ,କିଶୋର ମହାନ୍ତ, ଧନେଶ୍ବର ମହାନ୍ତ, ଦୀଲ୍ଲୀପ କମାର,ଡକ୍ଟର ଗଣେଶ୍ବର ମହାନ୍ତ, ହନୁମାନ କମିଟିର ସଭାପତି ପିତାମ୍ବର କମାର,କୋଷାଧ୍ଯକ୍ଷା କୃଷ୍ଣଚନ୍ଦ୍ର ମହାନ୍ତ ,ସମ୍ପାଦକ ଗୌରାଙ୍ଗ ମହାନ୍ତ ତଥା ବାପୁଜୀ କ୍ଲବ୍ ର ସମସ୍ତ ସଦସ୍ଯ ଉପସ୍ଥିତ ରହି ସହଯୋଗ କରିଥିଲେ l ସଂନ୍ଧ୍ଯା ୭ଟାରେ ଭୁଲୁଦା ପୁରୁଷ କୀର୍ତ୍ତନ ଦଳ ଏବଂ ଖିରେଇଟାଙ୍ଗିରୀ ମହିଳା କୀର୍ତ୍ତନ ଦଳ କୀର୍ତ୍ତନ ପରିବେଷଣ କରିଥିଲେ l ଆସନ୍ତା ୧୫-୧୬ ଏପ୍ରିଲ ବାଦିପାଲା ଗାୟିକା ସୁଶିଳା ସିଂହ ଏବଂ ଗାୟିକା ସଂନ୍ଧ୍ଯାରାଣୀ ନାୟକ ପରିବେଷଣ କରିବେ ବୋଲି ଆୟୋଜକ ମାନେ ପ୍ରକାଶ କରିଛନ୍ତି l

ଡମ୍ବରୁଧର ମହାନ୍ତ ଙ୍କ ରିପୋର୍ଟ।

7
982 views

Comment