logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ଗଣ୍ଡାମେର ଗ୍ରାମ ପଞ୍ଚାୟତ ର ଲର୍କି ଗ୍ରାମରେ ଶ୍ରୀ ଶ୍ରୀ ଷୋହଳ ପ୍ରହରୀ ନାମ ଯଜ୍ଞ ଉଦଯାପିତ ହୋଇଛି

ନୂଆପଡା ଜିଲ୍ଲାର କୋମନା ବ୍ଳକ ଅନ୍ତର୍ଗତ ଗଣ୍ଡାମେର ଗ୍ରାମପଞ୍ଚାୟତ ସ୍ଥାନୀୟ ଲରକି ଗ୍ରାମ ରେ ଆୟୋଜିତ ଶ୍ରୀ ଶ୍ରୀ ଅଖଣ୍ଡ ଷୋହଲ ପ୍ରହର ନାମଯଜ୍ଞ ହୋଇଛି । ଏଥିରେ କର୍ତ୍ତା ଭାବରେ ମାନସ ପଦ୍ମ ପଣ୍ଡା ସହ ସ୍ୱଧର୍ମୀଣୀ ଥିବା ଦଧିବାମନ ରଥ ପୂଜାକାର୍ଯ୍ୟ ସମ୍ପାଦନ କରିଥିଲେ । ନାମଯଜ୍ଞରେ ସାତଟି ସଂକୀର୍ତ୍ତନ ଦଳ ଯୋଗ ଦେଇଥିଲେ । ଏହା ଦେଖ‌ିବା ପାଇଁ ପ୍ରବଳ ଜନ ସମାଗମ ହୋଇଥୁଲା।ପ୍ରାୟ ହଜାର ହଜାର ରୁ ଉର୍ଦୁ ଭକ୍ତ ବୃନ୍ଦ ମାନଙ୍କର ଭିଡ଼ ରହିଥିଲା। ଶାନ୍ତି ଶୃଙ୍ଖଳା ମଧ୍ୟରେ ଯଜ୍ଞ କମିଟି ସମସ୍ତ ଙ୍କୁ ଅନ୍ନ ପ୍ରସାଦର ବ୍ୟବସ୍ଥା କରିବା ସହ ପ୍ରଭୁଙ୍କ ବିଭୁ କୃପା ଲାଭ କରିବା ପାଇଁ ସୁଯୋଗ ଦେଇଥିଲେ। ଉପସ୍ଥିତ ସମସ୍ତ ଭକ୍ତ ମାନେ ଗ୍ରାମବାସୀବୃନ୍ଦ ଓ ବୁଦ୍ଧିଜିବି ବୃନ୍ଦମାନଙ୍କୁ ଏହି କାର୍ଯ୍ୟକ୍ରମ କୁ ସଫଳ କରିଥିବା ଯୋଗୁଁ ଚାରିଆଡେ ଭୁୟସୀ ପ୍ରଶଂସା କରାଯାଉଛି।

0
0 views

Comment