logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ଦାମନଯୋଡ଼ିରେ ମହାବିଷୁବ ସଂକ୍ରାନ୍ତି, ହନୁମାନ ଜୟନ୍ତୀ ଓ ଓଡ଼ିଆ ନବ ବର୍ଷ, କୋରାପୁଟ

ଦାମନଯୋଡ଼ି,୧୪/୦୪:ମହାବିଷୁବ ସଂକ୍ରାନ୍ତି ବା ପଣା ସଂକ୍ରାନ୍ତି ଓ ଓଡ଼ିଆ ନବ ବର୍ଷ ମଙ୍ଗଳବାର ବାର ପାଳିତ ହୋଇଯାଇଛି।ସେକ୍ଟର ୧ ଶ୍ରୀ ଜଗନ୍ନାଥ ମନ୍ଦିରରେ ସ୍ୱତନ୍ତ୍ର ପୂଜାନୀତି ସହିତ ପଣା ଭୋଗ ଲାଗି ହୋଇଥିଲା।ପୂଜକ ଅଜୟ କୁମାର ପଣ୍ଡା,ବିଜୟ କୁମାର ପଣ୍ଡା,ଅମିୟ କୁମାର ସାମନ୍ତରାୟ ଓ ସନ୍ତୋଷ କୁମାର ପଣ୍ଡା ପୂଜାନୀତି କରିଥିଲେ।କମିଟି ପକ୍ଷରୁ ଯୁଗ୍ମ ସମ୍ପାଦକ ତ୍ରିଲୋଚନ ଚୌଧୁରୀଙ୍କ ସହିତ ସଦସ୍ୟ ଉପସ୍ଥିତ ରହି ପରିଚାଳନା କରିଥିଲେ।ଆଜି ମଧ୍ଯ ମଙ୍ଗଳବାର ଓ ସଂକ୍ରାନ୍ତି ଯୋଗୁଁ ଏଠାକାର ଆରାଧ୍ୟା ଦେବୀ ମାଁ କଣ୍ଟା ବାଉଁଶୁଣୀଙ୍କ ପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼ ହୋଇଥିଲା।ବହୁ ଶ୍ରଦ୍ଧାଳୁ ବିଭିନ୍ନ ମନ୍ଦିର ମାନଙ୍କରେ ଦିଅଁ ଦର୍ଶନ ସହ ଭୋଗଲାଗି କରିଥିଲେ।ସେହିପରି ଆଜି ମଧ୍ୟ ହନୁମାନଙ୍କ ଜୟନ୍ତୀ ପାଇଁ ନାଲକୋ ଟାଉନସିପ ସହିତ ମାଥାଲପୁଟ,ଭେଜାପୁଟ ଓ ମରିଚମାଳ ଆଦି ସ୍ଥାନରେ ଥିବା ଶ୍ରୀହନୁମାନଙ୍କ ମନ୍ଦିର ଓ ଶିବ ମନ୍ଦିର ମାନଙ୍କରେ ସ୍ୱତନ୍ତ୍ର ପୂଜାନୀତି ଅନୁଷ୍ଠିତ ହୋଇଥିଲା।ବହୁ ଶ୍ରଦ୍ଧାଳୁ ତୁଳସୀ ବୃକ୍ଷ ଉପରେ ଛାମୁଣ୍ଡିଆ କରି ଏକ ଠେକିରେ ଜଳପ୍ରଦାନ କରୁଥିବା ଦେଖାଯାଇଥିଲା।ବଦାନ୍ୟ ବ୍ୟକ୍ତିମାନେ ଦାମନଯୋଡ଼ିର ବିଭିନ୍ନ ସ୍ଥାନରେ ପଣା ବାଣ୍ଟୁଥିବା ଦେଖାଯାଇଥିଲା।ଏହି ଦିନଠାରୁ ବସନ୍ତ ଋତୁ ଶେଷ ଓ ଗ୍ରୀଷ୍ମର ଆରମ୍ଭ ହୋଇଥାଏ।ଓଡ଼ିଆ ପଞ୍ଜିକାର ଗଣନା ଅନୁସାରେ ମହାବିଷୁବ ସଂକ୍ରାନ୍ତି ହିଁ ବର୍ଷର ପ୍ରଥମ ଦିନ।ବୈଶାଖ ସଂକ୍ରାନ୍ତି ବା ପଣା ସଂକ୍ରାନ୍ତି ଠାରୁ ସୌରବର୍ଷର ପ୍ରଥମ ଗଣନା ଆରମ୍ଭ ହୁଏ।ଏହି ଦିନଠାରୁ ସୂର୍ଯ୍ୟ କିରଣ ବୃଦ୍ଧି ପାଇବା ସହ ହଜମ ଶକ୍ତି ମଧ୍ୟ ବୃଦ୍ଧି ପାଇଥାଏ। ଦେହର ଅତ୍ୟଧିକ ତାପ ଶକ୍ତିର ସମାନତା ରକ୍ଷା ପାଇଁ ପଣା ପାନର ବ୍ୟବସ୍ଥା ମଧ୍ୟ ଅଛି। ତେଣୁ ମହାବିଷୁବ ସଂକ୍ରାନ୍ତି ଦିନରେ ବିଭିନ୍ନ ଦେବଦେବୀ ମନ୍ଦିର ମାନଙ୍କରେ ପଣା ଭୋଗର ବିଧିରହିଥିବା କୁହାଯାଏ।

21
853 views

Comment