logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ଓଡ଼ିଆ ପକ୍ଷ ପାଳନ ଅବସରରେ ଓଡ଼ିଆ ନବବର୍ଷ ଓ ମହାବିଷୁବ ପଣା ସଂକ୍ରାନ୍ତି ଦିବସ ପାଳିତ

ଦେବଗଡ଼, ତା ୧୪/୦୪/୨୦୨୬ ରିଖ :- ଓଡ଼ିଆ ପକ୍ଷ ପାଳନ ଅବସରରେ ଆଜି ଦେବଗଡ଼ ଜିଲ୍ଲାରେ ଓଡ଼ିଆ ନବବର୍ଷ ଓ ମହାବିଷୁବ ପଣା ସଂକ୍ରାନ୍ତି ଦିବସ ଉତ୍ସାହ ଓ ଉଲ୍ଲାସର ସହିତ ପାଳିତ ହୋଇଛି।
ଜିଲ୍ଲା ପ୍ରଶାସନ ଓ ସଂସ୍କୃତି ବିଭାଗ ପକ୍ଷରୁ ସଂସ୍କୃତି ଅଧିକାରୀ ଶ୍ରୀ ମୁକେଶ କୁମାର ଭୋଇଙ୍କ ତତ୍ତ୍ୱାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଶ୍ରୀ କବିନ୍ଦ୍ର କୁମାର ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ବରୋଣ୍ୟ ଅତିଥି ଭାବେ ଆରକ୍ଷୀ ଅଧିକ୍ଷକ ଶ୍ରୀ ଅନିଲ କୁମାର ମିଶ୍ର, ଅତିରିକ୍ତ ଜିଲ୍ଲାପାଳ ଶ୍ରୀମତୀ ରେବେକା ବିଲୁଙ୍ଗ, ଉପଜିଲ୍ଲାପାଳ ଶ୍ରୀ ପରୀକ୍ଷିତ ସାହୁ ଓ ଭାରପ୍ରାପ୍ତ ପୌରପରିଷଦ ଅଧ୍ୟକ୍ଷ ଶ୍ରୀ ପ୍ରଜିତ କୁମାର ଭୋଜ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରିଥିଲେ।
ଏହି ଅବସରରେ ମୁଖ୍ୟ ଅତିଥି ଶ୍ରୀ ସାହୁ କହିଥିଲେ ଯେ, ଏପ୍ରିଲ ୧ ରୁ ୧୪ ତାରିଖ ପର୍ଯ୍ୟନ୍ତ ଓଡ଼ିଆ ପକ୍ଷ ପାଳନ କରାଯାଉଛି। ଓଡ଼ିଆ ନବବର୍ଷର ଶୁଭେଚ୍ଛା ଜଣାଇ ସେ ଓଡ଼ିଆ ଭାଷା, ଆଚରଣ ଓ ଉଚ୍ଚାରଣରେ ଓଡ଼ିଆ ଭାବନାକୁ ସମ୍ପ୍ରସାରଣ କରିବାକୁ ଆହ୍ୱାନ ଜଣାଇଥିଲେ। ସେହିପରି ସ୍ନେହ, ଶ୍ରଦ୍ଧା ଓ ଆତ୍ମବିଶ୍ୱାସକୁ ଜୀବନର ମୂଳ ମନ୍ତ୍ର ଭାବେ ଗ୍ରହଣ କରି ସମସ୍ତେ ଉନ୍ନତିର ପଥରେ ଆଗେଇବାକୁ ଉପଦେଶ ଦେଇଥିଲେ।
ଅତିଥିମାନେ ମତବ୍ୟକ୍ତ କରି କହିଥିଲେ ଯେ, ଓଡ଼ିଆ ଜାତିର ମଉଡମଣି ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ କୃପା ସମସ୍ତଙ୍କ ଉପରେ ବର୍ଷିତ ହେଉ ଓ ସମସ୍ତଙ୍କ ମଙ୍ଗଳ ହେଉ।
ଏହି କାର୍ଯ୍ୟକ୍ରମରେ ଡେପୁଟି କଲେକ୍ଟର ଶ୍ରୀମତୀ ଏଜଲିନ ବାରା, ଶ୍ରୀ କଳିଙ୍ଗ ଆଶିଷ ଶତପଥୀ, ଶ୍ରୀମତୀ ପ୍ରିୟା ତିର୍କି, ଶ୍ରୀମତୀ ସୌମ୍ୟା ସୁଚିସ୍ମିତା, ଡିପିଏମ୍ (ଓଏଲଏମ୍) ଶ୍ରୀ ଶିଶିର କୁମାର ଷଡ଼ଙ୍ଗୀ ସହିତ ଅନ୍ୟାନ୍ୟ ଜିଲ୍ଲା ସ୍ତରୀୟ ଅଧିକାରୀ ଓ କର୍ମଚାରୀମାନେ ଉପସ୍ଥିତ ଥିଲେ।
ଶେଷରେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀ ମନୋରଞ୍ଜନ ସୂତାର ଧନ୍ୟବାଦ ଜ୍ଞାପନ କରିଥିଲେ।

0
14 views

Comment