୧୩୫ତମ ଡଃ ବି.ଆର ଆମ୍ବେଦକର ଜୟନ୍ତୀ ସମାରୋହ ଅନୁଷ୍ଠିତ
ଦେବଗଡ଼, ତା ୧୪/୦୪/୨୦୨୬ ରିଖ :-
ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସ୍ଥାନୀୟ ସଂସ୍କୃତି ଭବନ ଠାରେ ୧୩୫ତମ ଡଃ ବି.ଆର ଆମ୍ବେଦକର ଜୟନ୍ତୀ ସମାରୋହ ଅତ୍ୟନ୍ତ ଆଡମ୍ବରରେ ଅନୁଷ୍ଠିତ ହୋଇଯାଇଛି।
ଅତିରିକ୍ତ ଜିଲ୍ଲାପାଳ ଶ୍ରୀମତୀ ରେବେକା ବିଲୁଙ୍ଗଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଶ୍ରୀ କବିନ୍ଦ୍ର କୁମାର ସାହୁ ମୁଖ୍ୟ ଅତିଥି ଭାବେ ଏବଂ ଉପଜିଲ୍ଲାପାଳ ଶ୍ରୀ ପରୀକ୍ଷିତ ସାହୁ ସହ ଭାରପ୍ରାପ୍ତ ପୌରପରିଷଦ ଅଧ୍ୟକ୍ଷ ଶ୍ରୀ ପ୍ରଜୀତ କୁମାର ଭୋଜ ବରେଣ୍ୟ ଅତିଥି ଭାବେ ଯୋଗଦେଇଥିଲେ।
କାର୍ଯ୍ୟକ୍ରମର ଆରମ୍ଭରେ ଅତିଥିମାନେ ସମ୍ବିଧାନ ପ୍ରଣେତା ଡଃ ବି.ଆର ଆମ୍ବେଦକରଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ କରିବା ସହ ପ୍ରଦୀପ ପ୍ରଜ୍ଜ୍ୱଳନ କରି ସମାରୋହକୁ ଶୁଭାରମ୍ଭ କରିଥିଲେ। ପରବର୍ତ୍ତୀ ସମୟରେ ଅତିଥିମାନେ ଡଃ ଆମ୍ବେଦକରଙ୍କ ଜୀବନ ଦର୍ଶନ ଓ ତାଙ୍କର ଅବଦାନ ଉପରେ ଆଲୋକପାତ କରିଥିଲେ।
ଏହି ଅବସରରେ ବକୃତା, ଚିତ୍ରାଙ୍କନ ଓ ମୁରୁଜ ପ୍ରତିଯୋଗିତା ଆୟୋଜିତ ହୋଇଥିବାବେଳେ କୃତୀ ପ୍ରତିଯୋଗୀମାନଙ୍କୁ ମୁଖ୍ୟ ଅତିଥି ଓ ବରେଣ୍ୟ ଅତିଥିଙ୍କ ଦ୍ୱାରା ମାନପତ୍ର ଓ ଟ୍ରଫି ପ୍ରଦାନ କରାଯାଇଥିଲା।
କାର୍ଯ୍ୟକ୍ରମରେ ବରିଷ୍ଠ ନାଗରିକ ଶ୍ରୀ ମିତ୍ରଭାନୁ ମହାପାତ୍ର, ଶ୍ରୀ ପ୍ରଫୁଲ୍ଲ ମହାପାତ୍ର, ଶ୍ରୀ ସୁଶୀଲ କପରଦାର, ଶ୍ରୀ ମାର୍କଣ୍ଡେଶ୍ୱର ଶତପଥି, ଅଧ୍ୟାପକ ଶ୍ରୀ ଚିତ୍ତରଞ୍ଜନ ଦାସ, ଶ୍ରୀ ଜନ୍ମାଜୟ ନାୟକ, ଶ୍ରୀ ପ୍ରଦୀପ ପାତ୍ର ସହ ଶିକ୍ଷକ-ଶିକ୍ଷୟତ୍ରୀ, ଛାତ୍ର-ଛାତ୍ରୀ, ସାମ୍ବାଦିକ ଓ ସାଧାରଣ ଜନସାଧାରଣ ଉପସ୍ଥିତ ଥିଲେ।
ସମଗ୍ର କାର୍ଯ୍ୟକ୍ରମକୁ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଶ୍ରୀ ମନୋରଞ୍ଜନ ସୂତାର ସଂଯୋଜନା କରିଥିଲେ।