logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ରାଜ୍ୟ ସିଏମ ଟ୍ରଫି ଚତୁର୍ଥ ଦିବସ ଟିଏସଏଫ ଯୋଡ଼ା ୬-୦ ଏବଂ ତାରିଣୀ ଫୁଟବଲ ଏକାଡେମୀ ୬-୦ ଗୋଲରେ ବିଜୟୀ।

ରାଜ୍ୟ ସିଏମ ଟ୍ରଫି ଚତୁର୍ଥ ଦିବସ
ଟିଏସଏଫ ଯୋଡ଼ା ୬-୦ ଏବଂ ତାରିଣୀ ଫୁଟବଲ ଏକାଡେମୀ ୬-୦ ଗୋଲରେ ବିଜୟୀ।

କେନ୍ଦୁଝର,ତା୧୩/୦୪- ରାଜ୍ୟ କ୍ରୀଡା ଓ ଯୁବ ସେବା ବିଭାଗ, ଫୁଟବଲ ଆସୋସିଏସନ ଅଫ ଓଡିଶା ଏବଂ କେନ୍ଦୁଝର ଜିଲ୍ଲା କ୍ରୀଡା ସଂସ୍ଥା ମିଳିତ ସହଯୋଗରେ ଶଙ୍କରପୁରସ୍ଥିତ ଧରଣୀଧର ସ୍ପୋର୍ଟ୍ସ କମ୍ପ୍ଲେକ୍ସ ଠାରେ ସିଏମ ଫୁଟବଲ ପ୍ରତିଯୋଗିତାର ଲିଗ ପଦ୍ଧତିରେ ଅନୁଷ୍ଠିତ ଆଜି ଚତୁର୍ଥ ଦିବସର ପ୍ରଥମ ଖେଳରେ ଯୋଡ଼ା ରାଇକଳା ହାଇସ୍କୁଲ ବିପକ୍ଷରେ ୬-୦ ଗୋଲରେ ବିପୁଳ ବିଜୟ ହାସଲ କରି ପୁରା ପଏଣ୍ଟ ହାସଲ କରି ଲିଗ ଟେବୁଲର ଶୀର୍ଷରେ ରହିଛି l ପ୍ରାଥମlର୍ଦ୍ଧ ଖେଳରେ ଟିଏସଏଫ, ଯୋଡ଼ା ୩ଟି ଗୋଲ ସ୍କୋର କରିଥିବା ବେଳେ ଦ୍ୱିତୀୟlର୍ଦ୍ଧ ଖେଳରେ ମଧ୍ୟ ସମାନ ସଂଖ୍ୟକ ୩ଟି ଗୋଲ ସ୍କୋର କରିଥିଲେ l ଦଳ ପକ୍ଷରୁ ସଜନୀ ଲୋହାର ଓ ସୋନାଲି ହେସା ୨ଟି ଲେଖାଏଁ ଗୋଲ ସ୍କୋର କରିଥିବା ବେଳେ ଅନୁଷ୍କା ମାଝୀ ଏବଂ ନିହାରିକା ମୁଣ୍ଡା ଗୋଟିଏ ଲେଖାଏଁ ଗୋଲ ସ୍କୋର କରିଥିଲେ l
ଅପରାହ୍ନରେ ଅନୁଷ୍ଠିତ ଦ୍ୱିତୀୟ ଖେଳରେ ତାରିଣୀ ଫୁଟବଲ ଏକାଡେମୀ ଟାଟା ଷ୍ଟିଲ ଫାଉଣ୍ଡେସନ, ମୁର୍ଗା ବିପକ୍ଷରେ ୬-୦ ଗୋଲରେ ବିପୁଳ ବିଜୟ ଲାଭ କରି ପୁରା ପଏଣ୍ଟ ହାସଲ କରିଛି l ଟିଏସଏଫ ପ୍ରଥମlର୍ଦ୍ଧରେ ୩ଟି ଏବଂ ଦ୍ୱିତୀୟlର୍ଦ୍ଧରେ ୩ଟି ଗୋଲ ସ୍କୋର କରିଥିଲେ l ଆଜି ପୂର୍ବାହ୍ନରେ ଖେଳ ଆରମ୍ଭ ହେବା ପୂର୍ବରୁ ଆଜିର ମୁଖ୍ୟ ଅତିଥି ଜିଲ୍ଲା କ୍ରୀଡା ଛାତ୍ରାବlସ ଅଧିକ୍ଷକ ଜିତେନ୍ଦ୍ର ମହାକୁଢ଼ଙ୍କ ସହ ଉଭୟ ଦଳର ଖେଳାଳୀ ମାନଙ୍କୁ ପରିଚିତ କରାଇ ଦିଆଯାଇଥିଲା l ଆଜିର ପ୍ରଥମ ଖେଳରେ ବେଣୁଧର ମୁଣ୍ଡା ରେଫରୀ ଦାୟିତ୍ୱ ତୁଲାଇଥିବା ବେଳେ ତାଙ୍କୁ ଲାଇନରେ ସହାୟତା କରିଥିଲେ ଦଶମନ୍ତ ଟୁଡୁ ଓ ରାଇମୋହନ ମୁର୍ମୁ l ଚତୁର୍ଥ ରେଫରୀ ଥିଲେ ସନ୍ତୋଷ ମହାକୁଢ଼ l ସେହିପରି ଦ୍ୱିତୀୟ ଖେଳରେ ଯୋଗେନ୍ଦ୍ର ମାଝୀ ରେଫରୀ ଦାୟିତ୍ୱ ତୁଲାଇଥିବା ବେଳେ ତାଙ୍କୁ ଲାଇନରେ ସହାୟତା କରିଥିଲେ ବୃନ୍ଦାବନ ମୁଣ୍ଡା ଓ ବିଜୟ ମୁଣ୍ଡା l ଚତୁର୍ଥ ରେଫରୀ ଥିଲେ ଦଶମନ୍ତ ଟୁଡୁ l ଫାଓ ପକ୍ଷରୁ ବୀରେନ୍ଦ୍ର ମହାନ୍ତ ମ୍ୟାଚ କମିଶନର ନିଯୁକ୍ତ ହୋଇ ଦାୟିତ୍ୱ ନିର୍ବାହ କରିଥିଲେ l

ଖଣ୍ଡାଧାର ନିଉଜ- ବରିଷ୍ଠ ସାମ୍ବାଦିକ ଦିଲ୍ଲିପ କୁମାର ସାହୁଙ୍କ ରିପୋର୍ଟ।

20
1004 views

Comment