logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ଓଡ଼ିଆ ନବବର୍ଷ - ସୁଭଦ୍ରା ମହାନ୍ତ ଙ୍କ ରଚିତ କବିତା।

_ଓଡ଼ିଆ ନବବର୍ଷ_
ସୁଭଦ୍ରା ମହାନ୍ତ
ଆର. ପି. ବାଳିକା ଉଚ୍ଚ ବିଦ୍ୟାଳୟ ଭୀମପୁର

ଇଂରାଜୀ ନବ ବରଷ ପାଳଇ
ବାଜା ବାଣ ଡିଜେ ସାଥେ ,

ମାସକ ଆଗରୁ ବଣଭୋଜୀ କରି
ନାଚୁଥାଆନ୍ତି ଉନ୍ମାଦେ I
ଚାଲୁଥିଲା କେତେ ଭାବ ଦିଆନିଆ
ଅଭିନନ୍ଦନ ପତ୍ର ରେ ,
ସାଙ୍ଗ ସାଥି ପାଶେ ପହଂଚୁଥିଲା
ଇଂରାଜୀ ନବ ବର୍ଷ ରେ I
ଋତୁରେ ବସନ୍ତ ମାସରେ ବୈଶାଖ
ବାର ମଧ୍ୟେ ଗୁରୁବାର,
ଅଟଇରେ ଶ୍ରେଷ୍ଟ ଏହା ମନେରଖ
ଧର୍ମ ଅରଜନ କର I
ବୈଶାଖ ମାସ ଧର୍ମର ମାସ
ହୁଅଇ ନୂଆ ପଞ୍ଜିକା ,
ଓଡ଼ିଆଙ୍କ ପରା ନୂଆ ବରଷ ଲୋ
ସବୁ ଶୁଭାଶୁଭ ପକ୍କା I
ଜଗନ୍ନାଥ ଙ୍କର ନୂଆ ନୀତିକାନ୍ତି
ହୁଅଇ ପୁଣି ଆରମ୍ଭ,
ଘରେଘରେ ପୁଣି ଚଉରାରେ ଠେକି
ବାନ୍ଧନ୍ତି କରିଣ ସଜ I
ଅତି ଭକତିରେ ଜଳ ଢାଳେ ହିନ୍ଦୁ
ସଭିଙ୍କ ମଙ୍ଗଳ ପାଇଁ ,
ପଣା ସଙ୍କରାନ୍ତି କହନ୍ତି ଏହାକୁ
ବିଷୁବ ସଂକ୍ରାନ୍ତି ଏହି I
ଚତୁର୍ଦିଗ ହୁଏ ଭାବ ଭକ୍ତି ମୟ
ମହାମନ୍ତ୍ର ,ଶୁଭୁଥାଏ ,
ନାମ ସଂକୀର୍ତ୍ତନ ହୁଏ ପ୍ରକମ୍ପିତ
ସତ୍ୟ ନାରାୟଣ ହୁଏ I
ବିଷୁବ ବାସରେ ଆସରେ ସଭିଏଁ
ଅର୍ଜନ କରିବା ଧର୍ମ,
ପାରମ୍ପରିକ ର କାର୍ଯ୍ୟ କଳାପ କୁ
କରିବା ଆମେ ପାଳନ I
ଦଣ୍ଡ ନାଚ ଚାଲେ ଛାମୁଙ୍କ ସଭାରେ
ଲାଗଇ ବହୁତ ମଜା ,
ମାଆଙ୍କ ପୀଠରେ ଚଇତି ପରବ
ଦର୍ଶକ ନିଅଇ ମଜା I

ସୌଜନ୍ୟ ଖଣ୍ଡାଧାର ନିଉଜ।

12
574 views

Comment