logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ପବିତ୍ର ମହାବିଷୁବ ପଣା ସଂକ୍ରାନ୍ତି ଉପଲକ୍ଷେ ମା ତାରିଣୀ ପୀଠ ଘଟଗାଁରେ ଶ୍ରଦ୍ଧାଳୁଙ୍କ ନାହିଁ ନଥିବା ଭିଡ!

ପବିତ୍ର ମହାବିଷୁବ ପଣା ସଂକ୍ରାନ୍ତି ଉପଲକ୍ଷେ ମା ତାରିଣୀ ପୀଠ ଘଟଗାଁରେ ଶ୍ରଦ୍ଧାଳୁଙ୍କ ନାହିଁ ନଥିବା ଭିଡ!

ଘଟଗାଁ କେନ୍ଦୁଝର,୧୨/୪ : ଭାରତୀୟ ଆଧ୍ୟାତ୍ମିକ, ସଂସ୍କୃତି, ସାମାଜିକ ପରମ୍ପରା ତଥା ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ସହ ଜଡ଼ିତ ଥିବା ବିଶ୍ବ ବନ୍ଦିତା, ଶାବରୀ ମନ୍ତ୍ରରେ ପୂଜିତା ଜଗତଜନନୀ ମା ତାରିଣୀ ପୀଠ ଘଟଗାଁରେ ଓଡ଼ିଆ ମାନଙ୍କର ପବିତ୍ର ମହାବିଷୁବ ପଣା ସଂକ୍ରାନ୍ତି ଉପଲକ୍ଷେ ଶ୍ରଦ୍ଧାଳୁ ମାନଙ୍କ ନାହିଁ ନଥିବା ଭିଡ ଦେଖିବାକୁ ମିଳିଛି ।
ମା ତାରିଣୀଙ୍କ ଚଇତି ପର୍ବର ଷଷ୍ଠ ଦିବସ ଓ ଓଡ଼ିଆ ମାନଙ୍କ ବର୍ଷାରମ୍ଭ ବିଷୁବ ସଂକ୍ରାନ୍ତିରେ ମା'ଙ୍କ ଆଶିଷ ପାଇବା ପାଇଁ ତଥା ସୁନାବେଶରେ ସଜ୍ଜିତା ମା ତାରିଣୀ ଦିବ୍ୟ ଦର୍ଶନ ଦେଇ ଭକ୍ତ ମାନଙ୍କୁ ବିମୋହିତ କରିବା ସହିତ ଦେହୁରୀ ମାନଙ୍କ ଶାବରୀ ମନ୍ତ୍ର, ଭକ୍ତ ମାନଙ୍କ ଘଣ୍ଟ ଧ୍ଵନି, ହୋଳ ହୋଳି ଓ ହରିବୋଲ ଶବ୍ଦ ରେ ଘଟଗାଁ ପୀଠ ଆଜି ଉଛୁଳି ପଡୁଛି।ପ୍ରାତଃ ସମୟରୁ ବ୍ରାହ୍ମଣମାନଙ୍କ ଗୀତା ପାଠ,ଦେବୀ ସ୍ତୁତି, ଭାଗବତ ପଠନ, ହୋମଯଜ୍ଞ କରାଯାଇ ଷୋଡ଼ଶ ଉପଚାରରେ ମା" ଙ୍କ ପୂଜାର୍ଚ୍ଚନା ଚାଲୁଅଛି। ଲକ୍ଷାଧିକ ଭକ୍ତଙ୍କ ଭିଡ଼କୁ ଲକ୍ଷ୍ୟ ରଖି ମନ୍ଦିର ଟ୍ରଷ୍ଟ ତରଫରୁ ବ୍ୟାରିକେଡ଼ କରାଯାଇ ଶୃଙ୍ଖଳିତ ଭାବରେ ମା' ଙ୍କ ଭୋଗ ଲାଗି ଓ ଦର୍ଶନ କରିବା ନିମନ୍ତେ ଦର୍ଶନ ଧାଡ଼ିର ବ୍ଯବସ୍ଥା କରାଯାଉଛି।
ଆଜି ପ୍ରାତଃ ସମୟରୁ ଭକ୍ତ ମାନଙ୍କୁ ମନ୍ଦିର ଟ୍ରଷ୍ଟ ଜରିଆରେ ଦାତା ମାନଙ୍କ ତରଫରୁ ବିନା ମୂଲ୍ଯରେ ଅନ୍ନପ୍ରସାଦ ଓ ସୁସ୍ବାଦ୍ଯ ପଣା ବିଭିନ୍ନ ଛକ ଏବଂ ରାସ୍ତା କଡ଼ରେ ଭକ୍ତ ମାନଙ୍କୁ ଯୋଗାଇ ଦିଆଯାଉଛି। ଏହି ଅବସରରେ କେନ୍ଦୁଝର ଜିଲ୍ଲା ଯାଦବ ମହାସଭା ଓ ଘଟଗାଁ ବଜରଙ୍ଗଦଳ ତରଫରୁ ମନ୍ଦିର ଭେଡାରେ ଉତ୍ତମ ମାନର ପଣା ବଣ୍ଟନ କରୁଥିବାର ଦେଖିବାକୁ ମିଳୁଛି।ଦିନବେଳା ମନ୍ଦିର ବେଢ଼ା ମଧ୍ୟରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମମାନ ଆୟୋଜନ କରାଯାଇଛି। ମନ୍ଦିର ଟ୍ରଷ୍ଟ ତରଫରୁ ମା ' ତାରିଣୀଙ୍କ ମହିମା କୁ ନେଇ ଅନୁଷ୍ଠିତ ହେଉଥିବା ପ୍ରଶ୍ନ ମଞ୍ଚ କାର୍ଯ୍ୟକ୍ରମ ରେ ଭାଗନେଇ ପୁରସ୍କୃତ ହେବାକୁ ଭକ୍ତ ମାନଙ୍କ ଭିଡ ଜମୁଥିବାର। ଦୃଶ୍ୟ ଦେଖିବାକୁ ମିଳୁଛି। ସନ୍ଧ୍ୟା ଓ ରାତି ବେଳା ମନ୍ଦିର ଟ୍ରଷ୍ଟ ତରଫରୁ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମମାନ ଆୟୋଜନ କରାଯାଇ ଭକ୍ତମାନଙ୍କୁ ଭରପୁର ମନୋରଞ୍ଜନ ଯୋଗାଇ ଦିଆଯାଉଛି।
ଗାଡ଼ି ଗୁଡ଼ିକର ଭିଡ଼କୁ ଦୃଷ୍ଟିରେ ରଖି କଲେଜ ଛକ, ସରସ୍ଵତୀ ଶିଶୁ ମନ୍ଦିର ଛକ ଏବଂ ବାଇପାସ୍ ଛକରେ ପାର୍କିଂ ବ୍ଯବସ୍ଥା କରାଯାଇ ଭକ୍ତ ମାନଙ୍କୁ ଯିବା ଆସିବା କରିବାପାଇଁ ଟ୍ରଷ୍ଟ ତରଫରୁ ମାଗଣାରେ ବସ୍ ଯୋଗାଇ ଦିଆଯାଇଛି।
ଉକ୍ତ ଚଇତି ପର୍ବକୁ ଶାନ୍ତି ଶୃଙ୍ଖଳାର ସହ ସମାପନ କରିବା ପାଇଁ ମନ୍ଦିର ଟ୍ରଷ୍ଟ , ପ୍ରଶାସନିକ ବିଭାଗ,ସ୍ବାସ୍ଥ୍ୟ ବିଭାଗ, ଅଗ୍ନିଶମ ବିଭାଗ, ପୋଲିସ ବିଭାଗ, ବିଭିନ୍ନ ସ୍ବେଛାସେବୀ, ସ୍ଥାନୀୟ ବଜରଙ୍ଗଦଳ ଓ ମହିଳା ସଂଗଠନ ଆଦି ସହାୟତା କରୁଛନ୍ତି।

ଖଣ୍ଡାଧାର ନିଉଜ- ବାବୁଲାଲ ପଲେଇଙ୍କ ରିପୋର୍ଟ।

12
8087 views

Comment