logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ଶିକ୍ଷକ ଅଭାବ ନେଇ ବିଦ୍ୟାଳୟ ସମ୍ମୁଖ ରେ ଛାତ୍ର ଛାତ୍ରୀ ଙ୍କ ଧାରଣା।

ଶିକ୍ଷକ ଅଭାବ ନେଇ ବିଦ୍ୟାଳୟ ସମ୍ମୁଖ ରେ ଛାତ୍ର ଛାତ୍ରୀ ଙ୍କ ଧାରଣା।

ତାରିଖ ୧୪/୪/୨୬
ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ଏମ ଭି ୭୨ ଗ୍ରାମ ବିବେକାନନ୍ଦ ବିଦ୍ୟା ପିଠ, ବିଦ୍ୟାଳୟ ର ମୁଖ୍ୟ ଦ୍ୱାରା ସମ୍ମୁଖ ରେ ବିଧ୍ୟାଳୟ ର ଶତାଧିକ ଛାତ୍ର ଛାତ୍ରୀ ଦୀର୍ଘ ଦିନ ଧରି ବିଧ୍ୟାଳୟ ରେ ଲାଗି ରହିଥିବା ଶିକ୍ଷକ, ଶିକ୍ଷୟତ୍ରୀ ଅଭାବ କୁ କେନ୍ଦ୍ର କରି ଧାରଣା ବସିଥିଲେ।ଯେ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଅନୁପ କୁମାର ଆଚାରୀ ଙ୍କ ସମେତ ଜଣେ ଗେଷ୍ଟ ଶିକ୍ଷକ ଉମେସ ଚନ୍ଦ୍ର ଅଝାଓ ଜଣେ ଶିକ୍ଷୟତ୍ରୀ ଶକୁନ୍ତଳା ଅଝା ମିଶିକି ମାତ୍ର ତିନି ଜଣ ରହିଥିବା ବେଳେ ମାତ୍ର ଦୁଇ ସପ୍ତାହ ପରେ ଚାଳିତ ମାସ ତା ୩୧/୦୪/୨୦୨୬ରିଖ ରେ ପ୍ରଧାନ ଶିକ୍ଷକ ଅନୁପ କୁମାର ଆଚାରୀ ଅବସର ନେବେ ଯାହାକୁ ବିଧ୍ୟାଳୟ ରେ ରହିଥିବା ଛାତ୍ର ଛାତ୍ରୀ ବାଦେ ବର୍ତମାନ ର ନାମ ଲେଖାଇ ପାଖା ପାଖି ୧୩୦ ରୁ ଉର୍ଦ୍ଧ ଛାତ୍ର ଛାତ୍ରୀ ରହିଛନ୍ତି।ଆଗକୁ ରହିଛି ୧୦ ଶ୍ରେଣୀର ପରୀକ୍ଷା ଦଶମ ଶ୍ରେଣୀର ପାଇଁ ଯୋଉଥି ପାଇଁ ବିଧ୍ୟାଳୟ ଛାତ୍ର ଛାତ୍ରୀ ଶିକ୍ଷକ, ଶିକ୍ଷୟତ୍ରୀ ଅଭାବ ନେଇ ଆଜି ବିଧ୍ୟାଳୟ ରେ ଆବଶ୍ୟକ ପରିମାଣ ର ଶିକ୍ଷକ ଶିକ୍ଷୟତ୍ରୀ ନେଇ ଦାବି ଜଣେଇ ଆଜି ବିଧ୍ୟାଳୟ ସମ୍ମୁଖ ମୁଖ୍ୟ ରାସ୍ତା ୩୨୬ ନମ୍ବର ଜାତୀୟ ରାଜପଥ ପାର୍ଶ୍ୱରେ ଧାରଣା ରେ ବସିଥିଲେ। ଉକ୍ତ ସମସ୍ୟା କୁ କେନ୍ଦ୍ର କରି ମାଲକାନଗିରି ଜିଲ୍ଲା ବିଜେଡି ଦଳ ପକ୍ଷ ରୁ ଏକ ସାମ୍ବାଦିକ ସମ୍ମଳନି ମଧ୍ୟ ଆୟୋଜନ କରାଯାଇଛି। ଉକ୍ତ ସାମ୍ବାଦିକ ସମ୍ମିଳନି ରେ ବିଜେଡି ର ମାଲକାନଗିରି ଜିଲ୍ଲାର ପୂର୍ବତନ ବିଧାୟକ ମାନଶ ମାଡକାମୀ, କାଲିମେଳା ବ୍ଲକ ବିଜେଡି ସଭାପତି ଶଙ୍କର ହାଲଦାର, ଜିଲ୍ଲା ପରିଷଦ ମମତା ପଡିଆମୀ, ସମିତି ସଭ୍ୟ ବିଦ୍ୟା ମାଡକାମୀ, ନାଲଗୁଣ୍ଟି ଗ୍ରାମ ପଞ୍ଚାୟତ ସରପଞ୍ଚ ସୁକାନ୍ତି ମାଡକାମୀ, ନାୟକ ସରପଞ୍ଚ ଉତ୍ତମ ସରକାର,ମାନ୍ୟମକୋଣ୍ଡା ଗ୍ରାମ ପଞ୍ଚାୟତ ପୂର୍ବତନ ସରପଞ୍ଚ ହରି ଗୋଲରୀ, ପୂର୍ବତନ ବିଧାୟକ ପ୍ରତିନିଧି ବିପ୍ଳବ ବିଶ୍ୱାସ,ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଗୋପାଳ ବିଶ୍ୱାସ, ଏବଂ ଗ୍ରାମ ର ମାନ୍ୟ ଗଣ୍ୟ ବ୍ୟକ୍ତି ବିଶେଷ ଧିରେନ ସରକାର, ଫୁଲ ଚାନ୍ଦ ରାୟ, ଦୀନେଶ ରାୟ ପ୍ରମୁଖ ମଂଚାସୀନ ରହି ଆଜି ସାମ୍ବାଦିକ ସମ୍ମିଳନି କରିଥିଲେ। ଯଦି ଆଗାମୀ ଭବିଷ୍ୟତ ରେ ଉକ୍ତ ବିବେକାନନ୍ଦ ବିଦ୍ୟା ପିଠ ରେ ଆବଶ୍ୟକ ଶିକ୍ଷକ ଶିକ୍ଷୟତ୍ରୀ ନିଯୁକ୍ତି ନ କରା ଯାଏ ତାହାଲେ ରାଜ ରାସ୍ତା କୁ ଓଲ୍ଲାଲେଇବେ ବୋଲି ଗଣମାଧ୍ୟମ ସୂଚନା ଦେଇଅଛନ୍ତି।

64
2669 views

Comment