logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ପ୍ରବାହିତ ମୁଖ୍ୟ କେନାଲ ଏବେ ଅଳିଆ ଆବର୍ଜନାରେ ପୋତି ହୋଇଯାଉଛି। ସ୍ଥାନୀୟ ଅଭିଯୋଗ ଅନୁଯାୟୀ, ବଜାର ଅଞ୍ଚଳର କିଛି ବ୍ୟବସାୟୀ ବନ୍ଧୁ

ଅସ୍ତରଙ୍ଗ, ୧୧ ଏପ୍ରିଲ: ଅସ୍ତରଙ୍ଗ ବଜାର ଦେଇ ପ୍ରବାହିତ ମୁଖ୍ୟ କେନାଲ ଏବେ ଅଳିଆ ଆବର୍ଜନାରେ ପୋତି ହୋଇଯାଉଛି। ସ୍ଥାନୀୟ ଅଭିଯୋଗ ଅନୁଯାୟୀ, ବଜାର ଅଞ୍ଚଳର କିଛି ବ୍ୟବସାୟୀ ବନ୍ଧୁ ମାନେ ପ୍ରତିଦିନ ଖାଦ୍ୟ ଅବଶିଷ୍ଟ, ପ୍ଲାଷ୍ଟିକ ପ୍ଲେଟ, ପଲିଥିନ ଓ ଅନ୍ୟାନ୍ୟ ବର୍ଜ୍ୟବସ୍ତୁ ସିଧା କେନାଲକୁ ଫିଙ୍ଗୁଛନ୍ତି।

ମୁଖ୍ୟ ସମସ୍ୟା
• ଜଳ ପ୍ରଦୂଷଣ: କେନାଲ ପାଣି କଳା ପଡିଯାଇଛି ଓ ଦୁର୍ଗନ୍ଧ ବାହାରୁଛି। ଚାଷ ଓ ଦୈନନ୍ଦିନ କାମରେ ବ୍ୟବହାର କରୁଥିବା ଲୋକେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। • ଜଳ ନିଷ୍କାସନ ବାଧାପ୍ରାପ୍ତ: ଅଳିଆ ଜମି ରହିବାରୁ କେନାଲରେ ପାଣି ପ୍ରବାହ କମିଯାଇଛି। ବର୍ଷା ଦିନେ ବଜାର ଅଞ୍ଚଳରେ କୃତ୍ରିମ ବନ୍ୟା ଆଶଙ୍କା ଦେଖାଦେଇଛି। • ସ୍ୱାସ୍ଥ୍ୟ ସମସ୍ୟା: ଅଳିଆ ଗଦା ଯୋଗୁଁ ମଶା, ମାଛି ବଢିବା ସହ ଡେଙ୍ଗୁ, ମ୍ୟାଲେରିଆ ଭଳି ରୋଗ ବ୍ୟାପିବା ଆଶଙ୍କା କରୁଛନ୍ତି ସ୍ଥାନୀୟ ବାସିନ୍ଦା।🙏🙏🙏🙏🙏🙏

5
529 views

Comment