ଚରକ ପୂଜା ମଝିରେ ଦୁର୍ଘଟଣା—ମାଲକାନଗିରିରେ ଜଣେ ମୃତ, ଜଣେ ଆହତ
ମାଲକାନଗିରିର କାଲିମେଳା ଅଞ୍ଚଳରେ ଚରକ ପୂଜାର ଉତ୍ସବୀୟ ପରିବେଶ ମଝିରେ ଦୁଇଟି ଦୁଃଖଦ ଘଟଣା ସମ୍ମୁଖୀନ ହୋଇଛି। MV-72 ଗ୍ରାମରେ ଜଗଦୀଶ ସାନା ଖଜୁରୀ ଗଛରୁ ପଡି ଗୁରୁତର ଆହତ ହୋଇଥିଲେ। ସ୍ଥାନୀୟମାନେ ତାଙ୍କୁ ଚିକିତ୍ସା ପାଇଁ ନେଉଥିବା ବେଳେ ରାସ୍ତାରେ ତାଙ୍କର ମୃତ୍ୟୁ ଘଟିଥିଲା। ସେ MPV-36 ଗ୍ରାମର ବସିନ୍ଦା। ଅନ୍ୟପଟେ MV-80 ଗ୍ରାମରେ ମିହିର ମଣ୍ଡଳ ମଧ୍ୟ ଏହିପରି ଦୁର୍ଘଟଣାରେ ଆହତ ହୋଇଛନ୍ତି। ବର୍ତ୍ତମାନ ସେ ଚିକିତ୍ସାଧୀନ ଓ ସ୍ଥିର ଅବସ୍ଥାରେ ଅଛନ୍ତି। ଘଟଣାରେ ଅଞ୍ଚଳରେ ଶୋକ ପ୍ରକାଶ