ଅବସର କାଳୀନ ସମର୍ଦ୍ଧନା ଶ୍ରୀଯୁକ୍ତ ବିଶ୍ୱମୋହନ ପାଢୀ ଶିକ୍ଷକ ଙ୍କୁ
ନୂଆପଡା, (ଆଇମା ମିଡିଆ) ଶ୍ରୀ ଦେବେନ୍ଦ୍ର ଛତ୍ରିଆ : ନୂଆପଡା ଜିଲା କୋମନା ବ୍ଲକ ଉଚ୍ଚପ୍ରାଥମିକ ବିଦ୍ୟାଳୟ ବୁଦ୍ଧିକୋମନାରେ ଆଞ୍ଚଳିକ ସାଧନ କେନ୍ଦ୍ର ସ୍ତରୀୟ ଅବସରକାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି।ନୂଆଗାଁ ବିଦ୍ୟାଳୟର ଶିକ୍ଷକ ବିଶ୍ଵମୋହନ ପାଢ଼ୀଙ୍କ ଚାକିରି କାର୍ଯ୍ୟକାଳ ଶେଷ ହୋଇଥିବାରୁ ଅବରସର ଗ୍ରହଣ କରିଛନ୍ତି। ତାଙ୍କ ନିଜ ପୈତୃକ ଗ୍ରାମ କାଳିମାଟି। ସେ ଚାକିରୀ ରେ ୧୮-୧୨-୨୦୦୩ରେ ଯୋଗଦାନ କରି ୩୧-୦୩-୨୦୨୬ରେ ଅବସର ଗ୍ରହଣ କରିଛନ୍ତି । ସେ ଜଣେ ଶାନ୍ତ, ସରଳ, ମିଷ୍ଟଭାଷୀ, ଉଦାର ମନୋଭାବର ଶିକ୍ଷକ ଥିଲେ । ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଅବସରପ୍ରାପ୍ତ ବରିଷ୍ଠ ଶିକ୍ଷକ ଅବନୀ ରଞ୍ଜନ ପାଢ଼ୀ, ଆଶିଷ କୁମାର ପାଢ଼ୀ, ସୁଧୀର କୁମାର ପଣ୍ଡା, ଅମରନାଥ ପଣ୍ଡା, ଅଂଶ ଗ୍ରହଣ କରିଥିଲେ। ବୁଦ୍ଧି କୋମନା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶଶୀ ପାତ୍ର ତାଣ୍ଡି ନିଜସ୍ୱ ମତ ପ୍ରଦାନ କରିଥିଲେ। କ୍ଷୀରଧର ରାଉତ ସିଆରସିସି ବୁଦ୍ଧି କୋମନା ମଞ୍ଚ ପରିଚାଳନା କରିଥିଲେ। ଏହି କ୍ଲଷ୍ଟର ଅନ୍ତର୍ଗତ ବିଦ୍ୟାଳୟ ମାନଙ୍କର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଶ୍ରୀକାନ୍ତ ପଣ୍ଡା, ବିନୟ ପଣ୍ଡା, ହରିପାଳ ଶବର, ତୀର୍ଥ ଶବର, ମାଧୁରୀ ଶବର, ସାବିତ୍ରୀ ନାଗ, ପୁଷ୍ପା ମଞ୍ଜରୀ ପତି, ଅରୁଣ କୁମାର ଭୋଇ, ଟଙ୍କଧର ମାଝୀ, ଦିଗାମ୍ବର ଖମାରୀ, ଜ୍ଞାନେଶ୍ଵର ନାଏକ, ପ୍ରମୋଦ ବନଛୋର, ବିଶ୍ୱନାଥ ପାଢ଼ୀ, ପ୍ରମୁଖ ଅଂଶ ଗ୍ରହଣ କରିଥିଲେ।ଶିକ୍ଷକ ହେଉଛନ୍ତି ବିଦ୍ୟାଳୟ ରୂପକ ମନ୍ଦିରର ପୂଜାରୀ । ଶିକ୍ଷାଦାନ ରୂପକ ମନ୍ତ୍ରରେ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଓ ଚରିତ୍ର ଗଠନରେ ଶିକ୍ଷକଙ୍କ ମୁଖ୍ୟ ଭୂମିକା ଅତୁଳନୀୟ ବୋଲି ଅତିଥୁଗଣ ମତବ୍ୟକ୍ତ କରିଥିଲେ। ଶିକ୍ଷାର୍ଥୀ ପାଇଁ ବିଦ୍ୟାଳୟ ହେଉଛି ଦ୍ଵିତୀୟ ଘର ସଦୃଶ । ମାଆର ପଣତ, ବାପାଙ୍କ ସ୍ନେହ, ଗୁରୁଜନଙ୍କ ଆଦର ଭିତରେ ତା’ ର ପିଲାମନ ଖୋଜିହୁଏ ସେହି ଅନୁଭବ ବିଦ୍ୟାଳୟ ପରିବେଶରେ ମିଳିଥାଏ । ଶିକ୍ଷାର ମାନ ନିର୍ଭର କରେ ଶିକ୍ଷକମାନଙ୍କ ଅଙ୍ଗୀକାରବଦ୍ଧତାରେ ଯାହା ପ୍ରତିଫଳିତ ହୋଇ ଆସିଥାଏ ଶିକ୍ଷାର୍ଥୀର ସାମଗ୍ରିକ ବିକାଶରେ। ଶିକ୍ଷାର ମାନ ବୃଦ୍ଧି କରିବା ସହ ଛାତ୍ର ଛାତ୍ରୀ ମାନଙ୍କର ମାନସିକ, ଶାରୀରିକ, ବୌଦ୍ଧିକ ବିକାଶ ପାଇଁ ଶିକ୍ଷକଙ୍କ ଅବଦାନ ଅବିସ୍ମରଣୀୟ। ଶିକ୍ଷକଙ୍କ ଶିକ୍ଷା, ଛାତ୍ର ଛାତ୍ରୀ ମାନଙ୍କ ସହ ଅନୁବନ୍ଧିତ ହୋଇ ଅଭିପ୍ରେରଣା ଯୋଗାଇବା ସହ ଶିଶୁ ମାନଙ୍କର ମନୋବଳକୁ ଦୃଢ କରିଥାଏ ଓ ଭବିଷ୍ୟତ ପାଇଁ ପଥ ଆବିଷ୍କାର କରିଥାଏ।,ସମସ୍ତ ଅତିଥିବୃନ୍ଦଙ୍କୁ ସମ୍ମାନିତ କରାଯାଇଥିଲା। କ୍ଲଷ୍ଟରର ସମସ୍ତ ଉପସ୍ଥିତ ଶିକ୍ଷକ ଓ ଶିକ୍ଷୟିତ୍ରୀ ଉତ୍ତରୀୟ ଓ ଉପଢୌକନ ଦେଇ ତାଙ୍କୁ ସମ୍ବର୍ଦ୍ଧନା ଜଣାଇଥିଲେ । ବୁଦ୍ଧିକୋମନା ପ୍ରାଥମିକ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଚିତ୍ତରଞ୍ଜନ ଦଣ୍ଡସେନା ଧନ୍ୟବାଦ ଅର୍ପଣ କରିଥିଲେ