logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ମୁଖ୍ୟମନ୍ତ୍ରୀ ଟ୍ରଫି ପ୍ରତିଯୋଗିତା ର ଚତୁର୍ଥ ଦିବସ

ଦେବଗଡ଼, ତା ୧୩/୦୪/୨୦୨୬ ରିଖ :- ଜିଲ୍ଲା କ୍ରୀଡା ସଂଘ ଓ ଜିଲ୍ଲା ପ୍ରଶାସନଙ୍କ ଆନୁକୂଲ୍ୟରେ ଇନ୍ଦିରାଗାନ୍ଧୀ ଷ୍ଟାଡିୟମ୍‌ରେ ମୁଖ୍ୟମନ୍ତ୍ରୀ ଟ୍ରଫି ଅନ୍ତଃକ୍ଲବ୍ ଓ ଅନ୍ତଃଜିଲ୍ଲା ଖେଳ ପ୍ରତିଯୋଗିତା–୨୦୨୬ (ଦ୍ୱିତୀୟ ସଂସ୍କରଣ) ଚତୁର୍ଥ ଦିବସ ଉତ୍ସାହର ସହ ଅନୁଷ୍ଠିତ ହୋଇଥିଲା। ଏହି ପ୍ରତିଯୋଗିତା ତା. ୧୦.୦୪.୨୦୨୬ ରୁ ତା. ୧୯.୦୪.୨୦୨୬ ପର୍ଯ୍ୟନ୍ତ ଚାଲିଥିବାବେଳେ ୧୪ ବର୍ଷରୁ କମ୍ ବୟସର ପୁଅ ଓ ଝିଅମାନଙ୍କ ମଧ୍ୟରେ ଫୁଟବଲ୍, ଖୋକୋ, ଭଲିବଲ୍ ଓ କବାଡି ଖେଳ ଅନୁଷ୍ଠିତ ହେଉଛି।
ଆଜିର କାର୍ଯ୍ୟକ୍ରମ ଜିଲ୍ଲା କ୍ରୀଡ଼ା ଅଧିକାରୀ ଶ୍ରୀ ହେମନ୍ତ ସିଂହଙ୍କ ତତ୍ତ୍ୱାବଧାନରେ ହୋଇଥିଲା। ଏଥିରେ ମୁଖ୍ୟ ଅତିଥି ଭାବେ ଏସ୍‌ଡିପିଓ ଶ୍ରୀ ରମେଶ ମହାନା ଓ ବରଣୀୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀମତୀ ରେବେକା ବିଲୁଙ୍ଗ, ନେସନାଲ୍ ଖୋକୋ କୋଚ୍ ଶ୍ରୀ ଅନିଲ ଲକ୍ଷ୍ମଣ ଗଞ୍ଜାବେ, ଜିଲ୍ଲା କ୍ରୀଡ଼ା ସଂସଦ ସମ୍ପାଦକ ଶ୍ରୀ ଧୀରେନ୍ଦ୍ର ନାୟକ ଓ ଉପସଭାପତି ଶ୍ରୀ ସତ୍ୟନାରାୟଣ ମିଶ୍ର ପ୍ରମୁଖ ଯୋଗଦେଇ କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରିଥିଲେ।
ଚତୁର୍ଥ ଦିବସରେ ପ୍ରଥମ ବାଳକ ବିଭାଗ ଫୁଟବଲ୍ ମ୍ୟାଚ୍ ମହାଲକ୍ଷ୍ମୀ କ୍ଲବ୍ ଓ ମା ମଙ୍ଗଳା କ୍ଲବ୍ ମଧ୍ୟରେ ଅନୁଷ୍ଠିତ ହୋଇ ୧–୧ ଗୋଲରେ ଡ୍ର ହୋଇଥିଲା। ଖେଳଟିକୁ ସୌରଭ କୁମାର ନାୟକ, ମୁକୁନ୍ଦ ବେହେରା, ଆଲୋକ କୁମାର ବେହେରା, ଚିନ୍ମୟ ସାହୁ ଓ ପ୍ରଦୀପ କିସାନ ପରିଚାଳନା କରିଥିବାବେଳେ ମ୍ୟାଚ୍ କମିଶନର ଭାବେ ପ୍ରଦୀପ କୁମାର ବେହେରା ଦାୟିତ୍ୱ ନିଭାଇଥିଲେ।
ଏହି କାର୍ଯ୍ୟକ୍ରମରେ ବିଭିନ୍ନ କ୍ରୀଡ଼ା ଶିକ୍ଷକ-ଶିକ୍ଷୟତ୍ରୀ, ଛାତ୍ର-ଛାତ୍ରୀ ଓ କ୍ରୀଡ଼ାପ୍ରେମୀମାନେ ଉପସ୍ଥିତ ଥିଲେ। ସମଗ୍ର କାର୍ଯ୍ୟକ୍ରମକୁ ଜିଲ୍ଲା କ୍ରୀଡ଼ା ସଂସଦ ସମ୍ପାଦକ ଶ୍ରୀ ଧୀରେନ୍ଦ୍ର ନାୟକ ସଂଯୋଜନା କରିଥିଲେ।

0
0 views

Comment