logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ନୂଆଗାଁ ଗ୍ରାମରେ ଶ୍ରୀ ଶ୍ରୀ ଷୋହଳ ପ୍ରହରୀ ଅଖଣ୍ଡ ନାମଯଜ୍ଞ

ନୂଆପଡା ଜିଲ୍ଲାର କୋମନା ବ୍ଳକ ଅନ୍ତର୍ଗତ ନୂଆଗାଁ ଗ୍ରାମପଞ୍ଚାୟତ ସ୍ଥାନୀୟ ନୂଆଗାଁରେ ଆୟୋଜିତ ଶ୍ରୀ ଶ୍ରୀ ଅଖଣ୍ଡ ଷୋହଲ ପ୍ରହର ନାମଯଜ୍ଞ ଉଦଯାପିତ ହୋଇଯାଇଛି। ଏଥିରେ କର୍ତ୍ତା ଭାବରେ ମୁନା ବାଗ ଓ ତାଙ୍କ ପତ୍ନୀ ବସିଥିବା ବେଳେ ଭୋରାମ ପଣ୍ଡା ପୂଜାକାର୍ଯ୍ୟ ସମ୍ପାଦନ କରିଥିଲେ । ନାମଯଜ୍ଞରେ ଆଠଟି ସଂକୀର୍ତ୍ତନ ଦଳ ଯୋଗ ଦେଇଥିଲେ । ରାଧାକୃଷ୍ଣ ସଂକୀର୍ତନ ମଣ୍ଡଳୀ ପୂଜାରୀଗୁଡା, ସର୍ଗିବାହାଲ ସଂକୀର୍ତନ ମଣ୍ଡଳୀ, ବୋରିଙ୍ଗପଦର ସଂକୀର୍ତନ ମଣ୍ଡଳୀ, ମା ପରଦେଶେନ ସଂକୀର୍ତନ ମଣ୍ଡଳୀ କାଳିମାଟି, ଜୟ ଜଗନ୍ନାଥ ସଂକୀର୍ତନ ମଣ୍ଡଳୀ ଟଙ୍କାପାଣି, ଶ୍ରୀକୃଷ୍ଣ ସଂକୀର୍ତନ ମଣ୍ଡଳୀ ଅଧମୁଣ୍ଡା, ରାଧାକୃଷ୍ଣ ସଂକୀର୍ତନ ମଣ୍ଡଳୀ ଧୁବଲପଡା, ଅଧୂଆପାଲି ସଂକୀର୍ତନ ମଣ୍ଡଳୀ ଯୋଗଦାନ କରିଥିଲେ। ମୁଖ୍ୟତଃ ପଶ୍ଚିମ ଓଡିଶା ର ସୁପ୍ରସିଦ୍ଧ କୀର୍ତ୍ତନ ଗାୟକ ଗାୟିକା ସଞ୍ଜୟ ସାହୁ, ଡୋଳମଣି ମହାରଣା, ସୁନିତା ସାହୁ, ଲଳିତା ସାହୁ, ଶ୍ରୀୟା ମେହେର, ଭୋଳାଶଙ୍କର ସାହୁ, ମମତା ଛତ୍ରିଆ, ମିତାଞ୍ଜଳୀ ହାତୀ, ନିଜର କଳା ପ୍ରଦର୍ଶନ କରିଥିଲେ। ଏହା ଦେଖ‌ିବା ପାଇଁ ପ୍ରବଳ ଜନ ସମାଗମ ହୋଇଥୁଲା।ପ୍ରାୟ ତିରିଶ ହଜାର ରୁ ଉର୍ଦୁ ଭକ୍ତ ବୃନ୍ଦ ମାନଙ୍କର ଭିଡ଼ ରହିଥିଲା। ଶାନ୍ତି ଶୃଙ୍ଖଳା ମଧ୍ୟରେ ନୂଆଗାଁ ଗ୍ରାମର ଯଜ୍ଞ କମିଟି ସମସ୍ତ ଙ୍କୁ ଅନ୍ନ ପ୍ରସାଦର ବ୍ୟବସ୍ଥା କରିବା ସହ ପ୍ରଭୁଙ୍କ ବିଭୁ କୃପା ଲାଭ କରିବା ପାଇଁ ସୁଯୋଗ ଦେଇଥିଲେ। ଉପସ୍ଥିତ ସମସ୍ତ ଭକ୍ତ ମାନେ ନୂଆଗାଁ ଗ୍ରାମବାସୀବୃନ୍ଦ ଓ ବୁଦ୍ଧିଜିବି ବୃନ୍ଦମାନଙ୍କୁ ଏହି କାର୍ଯ୍ୟକ୍ରମ କୁ ସଫଳ କରିଥିବା ଯୋଗୁଁ ଚାରିଆଡେ ଭୁୟସୀ ପ୍ରଶଂସା କରାଯାଉଛି। ଏହି ଅବସରରେ ବୈଠକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହା ଦେଖୁବା ପାଇଁ ପ୍ରବଳ ରୁ ଅତି ପ୍ରବଳ ଜନସାଧାରଣ ଙ୍କୁ ସମାଗମ ହୋଇଥିଲା।

15
2750 views

Comment