logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ପଡିଆ ବ୍ଲକରେ ବିକାଶ କାର୍ଯ୍ୟର ଅନୁଧ୍ୟାନ କଲେ ମାଲକାନଗିରି ଜିଲ୍ଲାପାଳ

ପଡିଆ ବ୍ଲକରେ ବିକାଶ କାର୍ଯ୍ୟର ଅନୁଧ୍ୟାନ କଲେ ମାଲକାନଗିରି ଜିଲ୍ଲାପାଳ

ମାଲକାନଗିରି,୧୩/୪/୨୬:

ମାଲକାନଗିରି ଜିଲ୍ଲାପାଳ ପ୍ରଥମେଶ ଅରବିନ୍ଦ ରାଜଶିର୍କେ ପଡିଆ ବ୍ଲକ ଗସ୍ତ କରି ବିଭିନ୍ନ ଅଞ୍ଚଳରେ ଚାଲିଥିବା ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିବା ସହ ସେଗୁଡ଼ିକୁ ତ୍ୱରାନ୍ୱିତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ଗସ୍ତ ସମୟରେ ସେ ବିଭିନ୍ନ ପ୍ରକଳ୍ପ ବୁଲି ଦେଖିବା ସହ ଜନସାଧାରଣଙ୍କ ସୁବିଧା ପାଇଁ କାର୍ଯ୍ୟଗୁଡ଼ିକୁ ନିର୍ଦ୍ଧାରିତ ସମୟ ମଧ୍ୟରେ ଶେଷ କରିବାକୁ ବିଭାଗୀୟ ଅଧିକାରୀମାନଙ୍କୁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି।
ଜିଲ୍ଲାପାଳ ଇରାଲଗୁଣ୍ଡି ଭିମା ମାଡକାମୀ ହାଇସ୍କୁଲର ନୂତନ ଶ୍ରେଣୀ ଗୃହ ଓ ହଷ୍ଟେଲ ନିର୍ମାଣ କାର୍ଯ୍ୟ ତୁରନ୍ତ ସାରିବାକୁ ପିଏ ଆଇଟିଡିଏ ଏବଂ ଜିଲ୍ଲା ମଙ୍ଗଳ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ସେହିପରି କନ୍ୟାଶ୍ରମ ସ୍ଥିତ ପିଏମ୍ ଶ୍ରୀ ସ୍କୁଲ୍ ପରିଦର୍ଶନ କରି ଶ୍ରେଣୀ ଗୃହର ମରାମତି ଓ ଖେଳ ପଡିଆର ଉନ୍ନତିକରଣ ଉପରେ ଗୁରୁତ୍ୱ ଦେଇଥିଲେ। ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ନୀଲିଗୁଡାଠାରେ ନିର୍ମାଣାଧୀନ ହୋମିଓପାଥି ମେଡିକାଲ କାର୍ଯ୍ୟ ଶୀଘ୍ର ଶେଷ କରିବାକୁ ସେ ଗ୍ରାମ୍ୟ ଉନ୍ନୟନ ବିଭାଗର ଅଧୀକ୍ଷଣ ଯନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେବା ସହ ଇରାଲଗୁଣ୍ଡି ଅଙ୍ଗନବାଡ଼ି କେନ୍ଦ୍ରକୁ ଏକ ଆଧୁନିକ ଅଙ୍ଗନବାଡ଼ି କେନ୍ଦ୍ର ଭାବେ ଗଢ଼ି ତୋଳିବାକୁ ପରାମର୍ଶ ଦେଇଛନ୍ତି।
ମହିଳା ସଶକ୍ତିକରଣକୁ ପ୍ରାଧାନ୍ୟ ଦେଇ ଜିଲ୍ଲାପାଳ ଉଣ୍ଡରୁକୋଣ୍ଡାଠାରେ ମହିଳାଙ୍କ ଦ୍ୱାରା ପରିଚାଳିତ ଶାବେରୀ ଘରୋଇ ଉତ୍ପାଦ କେନ୍ଦ୍ରର ବଡ଼ି ଓ ପାମ୍ପଡ ପ୍ରସ୍ତୁତି ଦେଖି ଖୁସି ବ୍ୟକ୍ତ କରିଥିଲେ। ଏହି ଉତ୍ପାଦଗୁଡ଼ିକର ବିକ୍ରି ପାଇଁ ଏକ ରିଟେଲ ଆଉଟଲେଟ୍ ଖୋଲିବାକୁ ସେ ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି। ଏହା ସହିତ ଗିରକାନପାଲିଠାରେ ବାୟୋ ଫ୍ଲୋକ୍ ମାଛ ଚାଷ ପ୍ରକଳ୍ପ ବୁଲି ଦେଖିବା ସହ ଏହାର ଉତ୍ପାଦନ ବୃଦ୍ଧି ଉପରେ ଜୋର ଦେଇଛନ୍ତି। ପଡିଆ ବ୍ଲକର ସର୍ବାଙ୍ଗୀନ ବିକାଶ ପାଇଁ ଜିଲ୍ଲା ପ୍ରଶାସନ ସର୍ବଦା ଚେଷ୍ଟା ଜାରି ରଖିଛି ବୋଲି ଏହି ଅବସରରେ ପ୍ରକାଶ ପାଇଛି।

35
1193 views

Comment