ଗ୍ରାମ୍ୟ ଉନ୍ନୟନ, ପଞ୍ଚାୟତି ରାଜ ଓ ପାନୀୟ ଜଳ ବିଭାଗ ମନ୍ତ୍ରୀଙ୍କ ଉନ୍ନୟନ ମୂଳକ କାର୍ଯ୍ୟ ସମୀକ୍ଷା ବୈଠକ
ବରଗଡ଼, ମାନ୍ୟବର ଗ୍ରାମ୍ୟ ଉନ୍ନୟନ, ପଞ୍ଚାୟତିରାଜ ଏବଂ ପାନୀୟ ଜଳ ବିଭାଗ ମନ୍ତ୍ରୀ ଶ୍ରୀ ରବି ନାରାୟଣ ନାୟକ ଗତକାଲି (୧୨. ୦୪. ୨୦୨୬) ଦିନିକିଆ ବରଗଡ଼ ଜିଲ୍ଲା ଗସ୍ତରେ ଆସି ବିଭାଗୀୟ ଅଧିକାରୀଙ୍କ କାର୍ଯ୍ୟ ସମୀକ୍ଷା କରିଛନ୍ତି ।
ଅମ୍ବାପାଲି ସର୍କିଟ ହାଉସ ସ୍ଥିତ ସମ୍ମିଳନୀ କକ୍ଷ ଠାରେ ଆୟୋଜିତ ଉକ୍ତ ସମୀକ୍ଷା ବୈଠକରେ ମନ୍ତ୍ରୀ ମହୋଦୟ ଅଧ୍ୟକ୍ଷତା କରିବା ସହ ଜିଲ୍ଲାରେ ପାନୀୟ ଜଳ ଯୋଗାଣ ବ୍ୟବସ୍ଥାର ସ୍ଥିତି ସମୀକ୍ଷା କରି ମାନ୍ୟବର ମନ୍ତ୍ରୀ “ହର ଘର ଜଲ” ଯୋଜନାର ଚାଲୁଥିବା ସମସ୍ତ ପାନୀୟ ଜଳ ଯୋଗାଣ ପ୍ରକଳ୍ପଗୁଡ଼ିକୁ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ସମାପ୍ତ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ଗ୍ରୀଷ୍ମ ଋତୁ ସମୟରେ ନିରବିଚ୍ଛିନ୍ନ ପାନୀୟ ଜଳ ଯୋଗାଣ ସୁନିଶ୍ଚିତ କରିବାକୁ ସେ ଗୁରୁତ୍ୱ ଦେଇଥିଲେ। ଗଭୀର ନଳକୂପ ବିଫଳ ହୋଇଛଥିବା ଅଞ୍ଚଳରେ ଟ୍ୟାଙ୍କର ମାଧ୍ୟମରେ ପାନୀୟ ଜଳ ଯୋଗାଣ ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦେଇଥିଲେ। ପ୍ରତ୍ୟେକ ଗ୍ରାମରେ ଆବଶ୍ୟକତା ଅନୁଯାଇ ଯଥେଷ୍ଟ ସଂଖ୍ୟକ ନଳକୂପ ଖୋଲିବା ସହ ସମସ୍ତ ପୁରଣା ନଳକୂପ ଗୁଡିକୁ ଗ୍ରୀଷ୍ମକାଳରେ କାର୍ଯ୍ୟକ୍ଷମ ରଖିବାକୁ ସେ ନିର୍ଦ୍ଦେଶ ଦେଇଥିଲେ।
ଏହାପରେ ମାନ୍ୟବର ମନ୍ତ୍ରୀ ଗ୍ରାମ୍ୟ ଉନ୍ନୟନ ଏବଂ ପଞ୍ଚାୟତି ରାଜ ବିଭାଗର ବିଭିନ୍ନ ଯୋଜନା ଯଥା, ମିଶନ ପାୱାର ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା,ରୁରାଲ ହାଉସିଂ ଓ ଅନ୍ତଦ୍ୱୟ ଗୃହ ଯୋଜନା,ବିକଶିତ ଗାଁ ବିକଶିତ ଓଡିଶା ଯୋଜନା, ସ୍ୱଚ୍ଛ ଭାରତ ମିଶନ ଆଦିର ସର୍ଭେ ସ୍ଥିତି, ଟାର୍ଗେଟ ଏବଂ ଏଛିଭମେଣ୍ଟର ସମୀକ୍ଷା କରିଥିଲେ। ଏତଦବ୍ୟତୀତ ଭେଡେନ ଏବଂ ବରପାଲି ବ୍ଲକରେ ନିର୍ମାଣଧୀନ ବୃହତ ଜଳ ଯୋଗାଣ ପ୍ରକଳ୍ପର ନିର୍ମାଣର ପ୍ରଗତି, ଗ୍ରାମ୍ୟ ଉନ୍ନୟନ ବିଭାଗର ସେତୁ ବନ୍ଧ ଯୋଜନା କାର୍ଯ୍ୟ, ପୂର୍ତ୍ତ ବିଭାଗ ଓ ଗ୍ରାମ୍ୟ ଉନ୍ନୟନ ବିଭାଗ ରାସ୍ତା ନିର୍ମାଣର ପ୍ରଗତି ପଚାରି ବୁଝି ଆଗାମୀ ଏକ ବର୍ଷ ମଧ୍ୟରେ ଜିଲ୍ଲାର ସମସ୍ତ ଗାଁକୁ ପକ୍କା ରାସ୍ତାରେ ସଂଯୋଗ କରିବା ନିମନ୍ତେ ଯୋଜନା ପ୍ରସ୍ତୁତି କରିବାକୁ ଦେଲେ ନିର୍ଦ୍ଦେଶ ଦଇଥିଲେ।
ଜିଲ୍ଲାର ଦାଦନ ଶ୍ରମିକ ସମସ୍ୟା ଉପରେ ମାନ୍ୟବର ମନ୍ତ୍ରୀ ଗୁରୁତ୍ୱ ଦେଇ ମାନ୍ୟବର ମନ୍ତ୍ରୀ ସମସ୍ତ ବିଡିଓମାନଙ୍କୁ ଶ୍ରମ ବିଭାଗ ସହ ସମନ୍ୱୟ ରଖି ଦାଦନ ଯାଉଥିବା ଲୋକଙ୍କ ଉପରେ ନଜର ରଖିବା ସହ ଗ୍ରାମ ଭିତ୍ତିକ ତାଲିକା ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏବଂ ତାଲିକା ଆଧାରରେ ସେମାଙ୍କ ପରିବାର ପୃଷ୍ଠଭୂମି ଓ ଜମି ଧାରଣ ସ୍ଥିତି ସମ୍ମିଳିତ ରଖି ସହରକରଙ୍କ ବିଭିନ୍ନ ଯୋଜନା ଅଧୀନରେ ଜୀବିକା ସୁଯୋଗ ସୃଷ୍ଟି କରି ପ୍ରବାସ ରୋକିବା ଓ ବରଗଡ଼ ଜିଲ୍ଲାକୁ ‘ଦାଦନ ମୁକ୍ତ ଜିଲ୍ଲା’ କରିବାକୁ ନିର୍ଦେଶ ଦେଇଥିଲେ।ଏହି ଅବସରରେ ମାନ୍ୟବର ଅତାବିରା ବିଧାୟକ ନିହାର ରଞ୍ଜନ ମହାନନ୍ଦଙ୍କ ସମେତ ଭଟଲି ବିଧାୟକ ଇରାଶିଷ ଅଚର୍ଯ୍ୟ, ଜିଲ୍ଲାପାଳ ଆଦିତ୍ୟ ଗୋୟଲ, ଆରକ୍ଷୀ ଅଧିକ୍ଷକ ପ୍ରହଲ୍ଲାଦ ସହାୟ ମୀନା, ବରଗଡ଼ ସାଂସଦ ପ୍ରତିନିଧି ସୁରେଶ୍ୱର ଶତପଥି, ଜିଲ୍ଲାପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଲଲାଟେ କୁମାର ଲୁହା, ଗ୍ରାମ୍ୟ ଉନ୍ନୟନ, ପଞ୍ଚାୟତିରାଜ ଏବଂ ପାନୀୟ ଜଳ ବିଭାଗର ସମସ୍ତ ଅଧିକାରୀ ଓ ସମସ୍ତେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଉପସ୍ଥିତ ଥିଲେ।