logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ଟାଙ୍ଗୀ ବ୍ଲକ ରାମେଶ୍ୱର ରେ ଜିଲ୍ଲାପାଳଙ୍କ ଜନଶୁଣାଣି ଶିବିର

ଖୋର୍ଦ୍ଧା,୧୩.୪.୨୬(ଏ.ଆଇ.ଏମ.ଏ)ଆଜି ଖୋରଧା ଜିଲ୍ଲା ଟାଙ୍ଗୀ ବ୍ଲକ ରାମେଶ୍ୱର ଗ୍ରାମ ପଂଚାୟତ ପରିସରରେ ଜିଲ୍ଲାପାଳଙ୍କ ଜନ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଅଛି । ଏଥିରେ ଆଖ ପାଖ ବିଭିନ୍ନ ପଞ୍ଚାୟତରୁ ଶହ ଶହ ସଂଖ୍ୟାରେ ଲୋକ ଯୋଗଦେଇଥିଲେ। ଉକ୍ତ ଶିବିରରେ ଜିଲ୍ଲା ଗ୍ରାମ୍ୟ ଉର୍ନୟନ ଅଧିକାରୀ ,ଉପଜିଲ୍ଲାପାଳ,ସିଡିମଓ, ଟାଙ୍ଗୀ ବ୍ଲକ ବିଡିଓ ରୁମାନା ଜାଫିର , ସିଡିପିଓ ସମେତ ଜିଲ୍ଲା ଓ ବ୍ଲକ ସ୍ତରୀୟ ସମସ୍ତ ଅଧିକାରୀ ଉପସ୍ଥିତ ଥିଲେ। ଉକ୍ତ ଶିବିର ମାଧ୍ୟମରେ ପ୍ରଧାନ ମନ୍ତ୍ରୀ ଆବାସ,ବାର୍ଦ୍ଧକ୍ୟ ଓ ଭିନ୍ନକ୍ଷମ ଭତା, ପାନୀୟ ଜଳ, ରେସନ କାର୍ଡ, ସ୍ୱାସ୍ଥ୍ୟ ସେବା ସମେତ ବହୁ ଗ୍ରାମର ସାମୁହିକ କାର୍ଯ୍ୟ ସମ୍ପର୍କ ରେ ମୋଟ ୧୯୧ ଖଣ୍ଡ ଅଭିଯୋଗ ଗ୍ରହଣ କରିଥିଲେ। ସେଥି ମଧ୍ୟରୁ ୬ ଟି ଅଭିଯୋଗ ତତ୍କାଳ ସମାଧାନ କରାଯାଇଥିଲା,,
ସେଥିପାଇଁ ବିଭିନ୍ନ ପ୍ରକାରର ବିଭାଗ ପକ୍ଷରୁ ସହାୟତା ଶିବିରମାନ ଆୟୋଜନ କରାଯାଇଥିଲା।

70
1774 views

Comment