ଦିନ ଦ୍ୱିପ୍ରହର ରେ ହେଉଛିବାଲି ଚୋରା ଚାଲାଣ l ବାଲି ମାଫିଆଙ୍କ ହାଇଟେକ ପଦ୍ଧତିରେ ବାଲି ଚୋରି
ଦିନ ଦ୍ୱିପ୍ରହର ରେ ହେଉଛିବାଲି ଚୋରା ଚାଲାଣ l ବାଲି ମାଫିଆଙ୍କ ହାଇଟେକ ପଦ୍ଧତିରେ ବାଲି ଚୋରି lପୁଟୁମପଲ୍ଲୀ ନଦୀ ଘାଟରେ ପ୍ରତ୍ୟେକ ଦିନ ହାଇଡ୍ରୋଲିକ୍ ପାଇପ୍ ମୋଟର ପାଇପ ଏବଂଟ୍ରାକ୍ଟର ସାହାଯ୍ୟରେ ହେଉଛି ବାଲି ଚୋରି l୪ ଟ୍ରାକ୍ଟର ଅଟକ ଅଧିକ ତଦନ୍ତ ଜାରୀ l
ରାଜ୍ୟ ସରକାରଙ୍କ କଠୋରକାର୍ଯ୍ୟାନୁଷ୍ଠାନ କରିବା ସତ୍ୱେ ମାଲକାନଗିରି ଜିଲ୍ଲା ପୁଟୁମପଲ୍ଲୀ ନଦୀ କୂଳରେ ପ୍ରତ୍ୟେକ ଦିନ ବାଲି ଉଠାଣ ଓ ବାଲି ଚୋର ଚାଲାଣ ଉପରେ ନିୟନ୍ତ୍ରଣ ହୋଇପାରୁନାହିଁ l ବାଲି ଚାଲାଣକାରୀମାନେ ଏବେ ହାଇଟେକ୍ ଉପାୟ ଅବଲମ୍ବନ କରି ମୋଟର୍ ପାଇପ୍ ଓ ହାଇଡ୍ରଲିକ୍ ମେସିନ୍ ବ୍ୟବହାର କରି ନଦୀ ଭିତରୁ ବାଲି ଉଠାଇ ଟ୍ରାକ୍ଟର ଭର୍ତ୍ତି କରୁଥିବା ଦେଖିବା ପାଇଁ ମିଳୁଛି lଏଭଳି ଘଟଣା ପୁଟୁମପଲ୍ଲୀ ନଦୀ ଘାଟରେ ଦେଖିବାକୁ ମିଳିଛି।ଜିଲ୍ଲାର ମୋଟୁ ତହସିଲ୍ ଓ ଏମଭି ୭୯ ଥାନା ଅନ୍ତର୍ଗତ ପୁଟୁମପଲ୍ଲୀ ଗ୍ରାମ ନିକଟସ୍ଥ ପୋଟେରୁ ନଦୀର ପୋଲ ତଳେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି। ସ୍ଥାନୀୟ ବାଲି ମାଫିଆ ହାଇଟେକ୍ ତରିକ ଆପଣେଇ ବାଲି ଚୋରା ଚାଲାଣ କରୁଥିବା ବେଳେ ଏହାକୁ ପ୍ରଶାସନ ରୋକ ଲଗେଇବା ପାଈଁ ପହଞ୍ଚିଥିବା ବେଳେ ତାଙ୍କ ଉପରେ ଖବର ପ୍ରସାରଣ କରାଯାଇ ତାଙ୍କୁ ବଦନାମ କରିବା ପାଇଁ କିଛି ଖଳପ୍ରକୃତି ଲୋକ ତାଙ୍କୁ ବଦନାମ କରିବା ପାଇଁ ଚାହୁଁଥିବା ବେଳେ ତାହାର ସତ୍ୟାସତ୍ୟ ଅନୁସନ୍ଧାନ କରିବା ସହ ଉପରିସ୍ଥ ଅଧିକାରୀ କିମ୍ବା ବାଲି ମାଫିଆ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ l ବାଲି ମାଫିଆ ଯେଭଳି ବାଲି ନଦୀ ଘାଟରୁ ବାଲି ଚୋର ଚାଲାଣ କରୁଛନ୍ତି ତାକୁ ପ୍ରଶାସନ ଗୁରୁତ୍ୱ ଶହ ନେଇ ରୋକ ଲଗେଇବା କଣ ଅସମ୍ଭବ କି ?ତାକୁ ନେଇ ଏମ୍. ଭି-୭୯ ଥାନାରେ ଅଭିଯୋଗ ହେବା ପରେ ୫୫/୨୬ ରେ ଏକ ମାମଲା ରୁଜୁ କରାଯିବା ସହ ଚାରୋଟି ଟ୍ରାକ୍ଟର ଅଟକ ରଖିବା ସହ ଅଧିକ ତଦନ୍ତ ଜାରି ରହିଛି l