logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ଜିଲ୍ଲାପାଳଙ୍କ ମିଳିତ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ।

ଦେବଗଡ଼, ତା ୧୩/୦୩/୨୦୨୬ ରିଖ :- ବାରକୋଟ ବ୍ଲକ ପଞ୍ଚାୟତ ସମିତି ସମ୍ମିଳନୀ କକ୍ଷରେ ଜିଲ୍ଲାପାଳଙ୍କ ମିଳିତ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି।
ଏହି ଶିବିରରେ ଜିଲ୍ଲାପାଳ ଶ୍ରୀ କବିନ୍ଦ୍ର କୁମାର ସାହୁ ଯୋଗଦେଇ ମୋଟ ୧୮ଟି ଅଭିଯୋଗ ଗ୍ରହଣ କରିଥିଲେ। ଏଥିରୁ ୧୪ଟି ବ୍ୟକ୍ତିଗତ ଓ ୪ଟି ସାମୁହିକ ଅଭିଯୋଗ ଥିବା ଜଣାପଡିଛି। ଅଭିଯୋଗଗୁଡ଼ିକ ମଧ୍ୟରେ ଜମିର ପଟ୍ଟା ସଂଶୋଧନ, ପାନୀୟ ଜଳ ସୁବିଧା, ଶିକ୍ଷକ ବଦଳି ଓ ରାସ୍ତାଘାଟର ଉନ୍ନତିକରଣ ସମ୍ବନ୍ଧୀୟ ସମସ୍ୟାଗୁଡ଼ିକ ପ୍ରମୁଖ ଭାବେ ଉଠିଥିଲା। ଅଭିଯୋଗଗୁଡ଼ିକ ଶୁଣିବା ପରେ ଜିଲ୍ଲାପାଳ ତୁରନ୍ତ ସମାଧାନ ପାଇଁ ସମ୍ବନ୍ଧିତ ବିଭାଗୀୟ ଅଧିକାରୀମାନଙ୍କୁ ଆବଶ୍ୟକ ନିର୍ଦ୍ଦେଶ ଦେଇଥିଲେ।
ଏହି ଶିବିରରେ ଆରକ୍ଷୀ ଅଧିକ୍ଷକ ଶ୍ରୀ ଅନିଲ କୁମାର ମିଶ୍ର, ମୁଖ୍ୟ ଉନ୍ନୟନ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ଜିଲ୍ଲାପରିଷଦ ଶ୍ରୀ ରାଜେନ୍ଦ୍ର କୁମାର ମିଞ୍ଜ, ଉପଜିଲ୍ଲାପାଳ ଶ୍ରୀ ପରିକ୍ଷିତ ସାହୁ, ଏସିଏଫ୍ ଶ୍ରୀ ଅରୁଣ ବେହେରା, ଡେପୁଟି କଲେକ୍ଟର ଶ୍ରୀମତୀ ଅଞ୍ଜୁନି କୁଜୁର, ବାରକୋଟ ବ୍ଲକର ଗୋଷ୍ଠି ଉନ୍ନୟନ ଅଧିକାରୀ ଶ୍ରୀ ସୂର୍ଯ୍ୟକାନ୍ତ ବରିହା ଓ ତହସିଲଦାର ଶ୍ରୀ ରବିନ୍ଦ୍ର ସାମଲ ସମେତ ଅନ୍ୟାନ୍ୟ ଜିଲ୍ଲାସ୍ତରୀୟ ଅଧିକାରୀମାନେ ଉପସ୍ଥିତ ଥିଲେ।

17
559 views

Comment