logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ଦାମନଯୋଡି ରାଧାକୃଷ୍ଣ ମନ୍ଦିରରେ ୧୩ ତମ ବାର୍ଷିକ ଉତ୍ସବ ପାଳନ।

ଦାମନଯୋଡି ମାଥାଲପୁଟ୍ ରାଧାକୃଷ୍ଣ ମନ୍ଦିରର ୧୩ ତମ ବାର୍ଷିକ ଉତ୍ସବ ୧୩ ତାରିଖ ସୋମବାରେ ସଖାଳ ୬ ଘଣ୍ଟ ଠାରୁ ଆରମ୍ଭ ହୋଇଥିଲା ପ୍ରଥମେ ମରିଚମାଳ ନଦୀରୁ ଏକହଜାର ମହିଳା ଓ ପୁରୁଷଙ୍କ ଦ୍ୱାରା କଳଷ ଶୋଭାଯାତ୍ରାଆସି ରାଧାକୃଷ୍ଣ ମନ୍ଦିର ପରିସରରେ କଳଷ ସ୍ଥାପନ କରିଥିଲେ । ପରେ ସମସ୍ତ କଳଷଧାରି ମାନଙ୍କପାଇଁ ଅର୍ଣ୍ଣ ପ୍ରସାଦର ବ୍ୟବସ୍ଥା ହୋଇଥିଲା । ମନ୍ଦିର ପରିଚାଳନା କମିଟିର ସଭାପତି ହରିବନ୍ଧୁ ବିଶ୍ବାଳ, ସମ୍ପାଦକ କାଳିପାଟଯୋସି,କୋଷାଧକ୍ଷ ମନ୍ତୋଷ ପାଢି,ଓ କେଶବ ଚନ୍ଦ୍ର ଚଉଧୁରି,ଆକୁଳଜେନା,ବେଣୁସାହୁ, ମଙ୍ଗଳୁ ପରିଡା, ସଞ୍ଜୟ ବିଶ୍ବାଳ, ଓ କମିଟିର ଅନ୍ୟାନ୍ୟ କାର୍ଯ କର୍ତ୍ତା ଏଥିରେ ସହଯୋଗ କରିଥିଲେ। ଆସନ୍ତା କାଲି ଅର୍ଥାତ୍ ମଙ୍ଗଳବାର ସକାଳ ୬ ଘଣ୍ଟ ସମୟରେ ନାମଯଜ୍ଞ ଆରମ୍ଭ ହେବବୋଲି ସଭାପତି ଓ ସମ୍ପାଦକ ସୁତନା ଦେଇଥିଲେ । ଏବଂ ଘୃତ ଯଜ୍ଞ ମଧ୍ୟ ସକାଳ ୧୧ ଟା ସମୟରେ ଆରମ୍ଭ ହେଵବୋଲି କମିଟିର ସଦସ୍ୟ ମାନେ ସୁଚନା ଦେଇଥିଲେ । ଏବଂ ମଙ୍ଗଳବାର ଦିନ ୫୦୦୦ ଉର୍ଦ୍ଧ ଭକ୍ତ ଙ୍କ ପାଇଁ ଅର୍ଣ୍ଣ ପ୍ରସାଦ ର ବ୍ୟବସ୍ଥା କରାଯିବା ପାଇଁ ବ୍ୟବସ୍ଥା ରହିଛି ବୋଲି କମିଟି ତରଫରୁ ସୁଚନା ମିଳିଛି ।ଏହି କାର୍ଯ୍ୟକ୍ରମ ଦୁଇଦିନଧରି ଜାରିରହିବବୋଲି ସମସ୍ତ କମିଟି ମେମ୍ବର କହିଛନ୍ତି।ହନୁମାନ ଜୟନ୍ତୀ, ରାଧାକୃଷ୍ଣ ମନ୍ଦିରର ବାର୍ଷିକ ଉତ୍ସବ ଏବଂ ଓଡିଆ ନବବର୍ଷ ବା ବିଷୁବ ସଂକ୍ରାନ୍ତି ଏକାସହ ପଡିବା ଯୋଗୁଁ ଦାମନଯୋଡିରେ ଏକ ଆଧ୍ୟାତ୍ମିକ ପରିବେସ ଦେଖିବାକୁ ମିଳିଛି।

35
1751 views

Comment